ଫେସବୁକ୍ ଫ୍ରେଣ୍ଡ୍‌ସିପ୍‌ରୁ ଆମ ପ୍ରେମ ଆରମ୍ଭ… ଇଏ ଏମିତି ସରଳାର୍ଥ ବୁଝାନ୍ତି ଯେ ମୁଁ ଏକାଥରେ ବୁଝିଯାଏ…Suman

ସିରିଏଲରେ ଘର ଭାଙ୍ଗେ ଲୋକେ ଭାବୁଛନ୍ତି ଶାଶୁଘରେ ବି ଘର ଭାଙ୍ଗିବି । ସିରିଏଲ ଅଭିନେତ୍ରୀ ସୁମନ ଯାହାଙ୍କୁ ଆପଣ ଓଡିଆ ସିରିଏଲରେ ଖଳନାୟିକା ଭାବେ ଦେଖିବାକୁ ପାଆନ୍ତି । ନିଜର ଖଳନାୟିକା ଭୂମିକାରେ ଦର୍ଶକଙ୍କ ନିକଟରେ ଅଭିନୟକୁ ପହଞ୍ଚାଇ ପାରନ୍ତି । ନିକଟରେ ଅଭିନେତ୍ରୀ ସୁମନ ପ୍ରିୟଦର୍ଶିନୀଙ୍କର ବାହାଘର ସରିଛି । ବାହାଘର ପରେ ସୁମନ ଏବଂ ତାଙ୍କ ହଜବ୍ୟାଣ୍ଡ ଏକ ଗଣ ମାଧ୍ୟମର ସାକ୍ଷାତକାରରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ତେବେ ଅଭିନେତ୍ରୀ ସୁମନଙ୍କ କହିବ ଆଧାରରେ ସିରିଏଲରେ ମୁଁ ପ୍ରଥମରୁ ହିଁ ଖଳନାୟିକା ଚରିତ୍ରରେ ଆକ୍ଟିଙ୍ଗ କରିଆସିଛି । ତ ବହୁତ ଦର୍ଶକ ମୋର ଏହି ଆକ୍ଟିଙ୍ଗ ପାଇଁ ମୋତେ ବହୁତ ସାରା ଭଲ ପାଇବା ଆଜି ପର୍ଯ୍ୟନ୍ତ ଦେଇ ଆସୁଛନ୍ତି । ହେଲେ କିଛି ଲୋକ ଏମିତି ବି ଥାନ୍ତି । ଯେଉଁ ମାନେ କି ମୋର ନେଗେଟିଭ କ୍ୟାରେକ୍ଟରକୁ ସତସତିକିଆ ଭାବିନେଇଥାନ୍ତି । ତାଙ୍କ ମାନଙ୍କ ମତରେ ଏହି ଝିଅଟି ସିରିଏଲରେ ଲୋକଙ୍କ ଘର ଭାଙ୍ଗୁଛି ଲୋକ ମାନଙ୍କୁ କନ୍ଦଉଛି ।

ଏ ଝିଅ ଯାହା ଘରକୁ ବି ବାହା ହେଇକି ଯିବ ସେ ଘରକୁ ବି ଯାଇ ଭାଙ୍ଗିବ । ହେଲେ ମୁଁ ଏଠାରେ କହିବି । ମୁଁ ସିରିଏଲରେ ନେଗେଟିଭ କ୍ୟାରେକ୍ଟରକୁ ନିଭାଇବା ପାଇଁ ମୋତେ ସେମିତି ହିଁ ଅଭିନୟ କରିବାକୁ ପଡେ । ଲୋକେ ମୋତେ ସତରେ ଯେମିତି ଖଳନାୟିକା ରୂପେ ଗ୍ରହଣ କରିବେ । ହେଲେ ରିଅଲ ଲାଇଫରେ ମୁଁ ତା’ ର ପୁରା ବୀପରୀତ ଅଟେ । ବାହାଘର ପରେ ମୋ ଘରେ ଯେମିତି ମୋତେ ଭଲ ପାଇବା ମିଳୁଥିଲା ଶାଶୁଘରେ ବି ସେମିତି ବହୁତ ଭଲ ପାଇବା ମିଳୁଛି ।

କାରଣ ମୁଁ କେମିତିକା ଝିଅ ଆମ ଘର ଲୋକ ଓ ଶାଶୁଘର ଲୋକ ବହୁତ ଭଲରେ ଜାଣିଛନ୍ତି । ଆମେ ଫେସବୁକର ଫ୍ରେଣ୍ଡସିପ ପରେ ଲଭ ଦେନ ମ୍ୟାରେଜ ହୋଇଥିଲା । ତେଣୁ ଏମିତି ବି ବାହାଘର ପୂର୍ବରୁ ମୋ ଶାଶୁଘର ଲୋକେ ମୋତେ ଜାଣିଥିଲେ । ବାହାଘର ପରେ ବି ଆକ୍ଟିଙ୍ଗ କରିବା ପାଇଁ ଶାଶୁଘର ପକ୍ଷରୁ ମୋତେ ଆଗକୁ ନିହାତି ସପର୍ଟ ମିଳିବ । ତେବେ ଅଭିନେତ୍ରୀ ସୁମନଙ୍କ ବୈବାହିକ ଜୀବନ ବହୁତ ସୁଖମୟ ରହୁ ବୋଲି ଆଶା କରୁଛୁ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *