କରୋନା ରୋଗୀ ମାନଙ୍କ ପାଇଁ ବିଶେଷଜ୍ଞଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, କହିଲେ କରୋନାରୁ ଭଲ ହେବା ପାଇଁ କେବଳ ପାରାସିଟାମଲ ହିଁ ଯଥେଷ୍ଟ !

ବନ୍ଧୁଗଣ ବର୍ତ୍ତମାନ ସାରା ଦେଶରେ କରୋନା ଭାଇରସର ତୃତୀୟ ଭରିଏଣ୍ଟ ଓମିକ୍ରନର ସଂକ୍ରମଣ ବଢିବାରେ ଲାଗିଛି । ଏହି ଭାଇରସଟି ବର୍ତ୍ତମାନ ସମସ୍ତ ଦେଶ ମାନଙ୍କରେ ଚିନ୍ତାର ବିଷୟ ପାଲଟିଛି । ତେବେ ଦୀର୍ଘ ଦୁଇ ବର୍ଷ ହେବ କରୋନା ମହାମାରୀ ଭାରତରେ ଅନେକ କ୍ଷୟ କ୍ଷତି କରିବା ପରେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଥମି ନାହିଁ । ବନ୍ଧୁଗଣ କରୋନା ପାଇଁ ଲକଡାଉନ କରଯାଇଥିଲା ଯାହାଫଳରେ ଅନେକ ଲୋକ ନିଜ ଜୀବନ ଓ ଜୀବିକା ହରାଇ ବସିଲେ ।

ତେବେ ବର୍ତ୍ତମାନ କରୋନା ଭାଇରସର ତୃତୀୟ ଭାରିଏଣ୍ଟ ଓମିକ୍ରନ ଲୋକ ମାନଙ୍କ ଚିନ୍ତା ଧୀରେ ଧୀରେ ବଢାଇବାରେ ଲାଗିଛି । ଏହି ଭାଇରସଟି ବର୍ତ୍ତମାନ ସାରା ଭାରତରେ ସଂକ୍ରମିତ ହୋଇ ସାରିଛି ସେଥିପାଇଁ ଅନେକ ରାଜ୍ୟରେ ନାଇଟ କରଫ୍ଯୁ ଭଳି ପଦକ୍ଷେପ ନିଆଯାଇଛି । ବିଶେଷଜ୍ଞ ମାନଙ୍କ ମତରେ ଓମିକ୍ରନ ହେଉଛି କରୋନା ଭାଇରସର ଅନ୍ତ ଅର୍ଥାତ ଓମିକ୍ରନ ସଂକ୍ରମଣ ଶେଷ ହେବା ପରେ କରୋନାର ଅନ୍ତ ହୋଇଯିବ ।

ବନ୍ଧୁଗଣ କରୋନାର ସ୍ୱଳ୍ପ ଲକ୍ଷଣ ଥିବା ରୋଗୀ ମାନଙ୍କ ପାଇଁ କେଉଁ ଔଷଧ ଯଥେଷ୍ଟ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବନ୍ଧୁଗଣ ଏହି ଖବରଟି ଆମ ସମସ୍ତ ଲୋକଙ୍କ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । କରୋନାର ସ୍ୱଳ୍ପ ଲକ୍ଷଣ ଥିବା ରୋଗୀ ମାନଙ୍କ ପାଇଁ ପାରାସିଟାମଲ ହିଁ ଯଥେଷ୍ଟ । ଆଜିଥ୍ରୋମାଇସିନ୍ ଓ ମଲୁନୋପିରାଭିରର ବହୁଳ ବ୍ୟବହାର ନେଇ ଚିନ୍ତା ବ୍ୟକ୍ତ କଲେ ବିଶେଷଜ୍ଞ ।

ବିଶେଷଜ୍ଞ ମାନଙ୍କ ମତରେ ଯେଉଁ ରୋଗୀ କରୋନା ଟୀକା ନେଇ ନାହାନ୍ତି ବୟସ୍କ ବହୁବିଧ ରୋଗରେ ପୀଡିତ ଥିବା ରୋଗୀଙ୍କ ପାଇଁ ଚିକିତ୍ସାର ଆବଶ୍ୟକତା ରହିଛି । ସେମାନଙ୍କ କ୍ଷେତ୍ରରେ ମଲୁନୋପିରାଭିରର ଆବଶ୍ୟକତା ରହିଛି । ବିଶେଷଜ୍ଞ ମାନଙ୍କ ମତରେ ସ୍ୱଳ୍ପ ରୋଗୀଙ୍କ ଲକ୍ଷଣ ପାଇଁ ପାରାସିଟାମଲ ହିଁ ଯଥେଷ୍ଟ । ସ୍ୱଳ୍ପ ଲକ୍ଷଣ ରୋଗୀ ମାନଙ୍କ ପାଇଁ ମଲୁନୋପିରାଭିରର କୌଣସି ଆବଶ୍ୟକତା ନାହିଁ ।


ତେଣୁ ବନ୍ଧୁଗଣ ଯଦି ଆପଣ ମାନେ ଟୀକା ନେଇ ସାରିଛନ୍ତି ଓ ଆପଣଙ୍କର ସ୍ୱଳ୍ପ ଲକ୍ଷଣ ଦେଖା ଦେଉଛି ତା ହେଲେ ଆପଣ ପାରାସିଟାମଲ ମେଇଡ଼ିସିନର ସେବନ କରିପାରିବେ ଏହା ହିଁ ଆପଣ ମାନଙ୍କ ପାଇଁ ଯଥେଷ୍ଟ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *