ସିରିଏଲ “କିତନୀ ମୋହବତ ହେ” ରେ ଏକା ସହିତ କାମ କରି ଫେମସ ହୋଇଥିବା ଏହି ଯୋଡି ଆଜି ଦେଖା ଯାଆନ୍ତି କିଛି ଏମିତି

ନମସ୍କାର ବନ୍ଧୁଗଣ ଆଜି କାଲି ଲୋକମାନେ ସିନେମା ଅପେକ୍ଷା ଧାରାବାହିକ କୁ ଦେଖିବା ଅଧିକ ପସନ୍ଦ କରୁଛନ୍ତି । ନିଜ ନିଜ ମନ ପସନ୍ଦର ଧାରାବାହିକ ଦେଖିବା ପାଇଁ ସମୟ ହେଲେ ମାତ୍ର ଟିଭି ଆଗରେ ବସି ପଡିଛନ୍ତି । ଏବଂ ଅଧିକାଂଶ ମହିଳା ମାନେ ନିଜ ମନ ପସନ୍ଦର ଧାରାବାହିକ ଦେଖିବା ପାଇଁ ନିଜ ଘରର କାମ ମଧ୍ୟ ଶୀଘ୍ର ଶେଷ କରି ଟିଭି ଆଗରେ ନିଜ ପ୍ରିୟ ର ଧାରାବାହିକ କୁ ଉପଭୋଗ କରନ୍ତି ।

ତେବେ କିତନି ମୋହବତ ହେ ଧାରାବାହିକ ତ ନିଶ୍ଚିତ ଦେଖିଥିବେ । ଏହି ଧାରାବାହିକ ଟି ବହୁତ ଲମ୍ବା ସମୟ ଧରି ଟିଭି ଜଗତରେ ରାଜ ମଧ୍ୟ କରିଥିଲା । ଏହି ଧାରାବାହିକ ରେ ଥିବା ସମସ୍ତ କଳାକାର ନିଜର ଦମଦାର ଅଭିନୟ ରେ ସମସ୍ତ ଦର୍ଶକ ମାନଙ୍କ ହୃଦୟ ରେ ଘର କରି ରହିଛନ୍ତି । ଏବଂ ଏହି ଧାରାବାହିକ ରେ ଅଭିନୟ କରିଥିବା ପ୍ରତ୍ୟେକ ଅଭିନେତା ଏବଂ ଅଭିନେତ୍ରୀ ନିଜ ନିଜ ଅଭିନୟ ପାଇଁ ମଧ୍ୟ ଲୋକପ୍ରିୟ ହୋଇ ପାରିଛନ୍ତି ।

ସେହି ଭଳି ଆରୋହି ଏବଂ ଅର୍ଜୁନ ଚରିତ୍ର ରେ ଅଭିନୟ କରିଥିବା କଳାକାର କୃତିକା ଏବଂ କରଣ । ଏହି ଦୁଇ ଜଣଙ୍କ ଯୋଡି କୁ ଲୋକମାନେ ଖୁବ ପସନ୍ଦ କଲେ ଏବଂ ବହୁତ ଭଲ ପାଇବା ମଧ୍ୟ ଦେଇଛନ୍ତି । ତେବେ ଏହି ଧାରାବାହିକ ଶେଷ ହେବାର ଅନେକ ବର୍ଷ ବିତି ଗଲାଣି ତେବେ ବର୍ତ୍ତମାନ ଏମାନେ କଣ କରୁଛନ୍ତି ଏବଂ କେଉଁଠି ରହୁଛନ୍ତି ଚାଲନ୍ତୁ ସେ ବିଷୟରେ ଆଲୋଚନା କରି ନେବା ।

ଏହି ଧାରାବାହିକ ରେ ଆରୋହି ଚରିତ୍ର ରେ ଅଭିନୟ କରିଥିବା ଅଭିନେତ୍ରୀ ହେଉଛନ୍ତି କୃତିକା କାମରା । ତାଙ୍କ ଜନ୍ମ ୨୫ ଅକ୍ଟୋବର ୧୯୮୮ ମସିହାରେ ମଧ୍ୟ ପ୍ରଦେଶ ର ବରେଲି ରେ ହୋଇଥିଲା । ତେବେ ନିଜର ପାଠ ପଢ଼ା ଶେଷ କରିବା ପାଇଁ ସେ ରାଜଧାନୀ ଦିଲ୍ଲୀ ରେ ବାସ କରୁଥିଲେ । ତେବେ କୃତିକା ନିଜର କ୍ୟାରିୟର ୨୦୦୭ ରେ ଆସିଥିବା ଧାରାବାହିକ ୟହା କେ ହମ ସିକନ୍ଦର ରୁ ଆରମ୍ଭ କରିଥିଲେ । ତେବେ ଏହା ପରେ ସେ କିତନୀ ମୋହବତ ହେ ଧାରାବାହିକ ରେ ମୁଖ୍ୟ ଚରିତ୍ର ରେ ଅଭିନୟ କରିଛନ୍ତି ।

ତେବେ ଏହି ଧାରାବାହିକ ପରେ ସେ ଖୁବ ଲୋକପ୍ରିୟ ଏବଂ ପ୍ରସିଦ୍ଧ ମଧ୍ୟ ହୋଇ ଯାଇଥିଲେ । ତେବେ ଏହା ପରେ ତାଙ୍କୁ ଚନ୍ଦ୍ରକାଂତା ଏବଂ ଗଙ୍ଗା କି ଧୀର ଧାରାବାହିକ ସହ ଏକ ଥି ନାୟିକା ସିନେମା ରେ ମଧ୍ୟ ସେ କାମ କରିଛନ୍ତି । ତେବେ ବର୍ତ୍ତମାନ କୃତିକା ଙ୍କୁ କୌଣସି ପରିଚୟ ର ଆବଶ୍ୟକତା ନାହିଁ । ତେବେ ସେହିଭଳି ଅର୍ଜୁନ ଚରିତ୍ର ରେ ଅଭିନୟ କରିଥିବା ଅଭିନେତା ଙ୍କ ବାସ୍ତବ ନାମ କରନ କୁନ୍ଦ୍ରା । ତେବେ କରନଙ୍କ ଜନ୍ମ ୧୧ ଅକ୍ଟୋବର ୧୯୮୪ ରେ ପଞ୍ଚାବ ରେ ହୋଇଥିଲା । ତେବେ ତାଙ୍କ ପାଠ ପଢା ମଧ୍ୟ ଏହିଠାରେ ସମ୍ପନ୍ନ ହୋଇଥିଲା ।

ତେବେ ସେ ନିଜର କ୍ୟାରିଅର ର ଆରମ୍ଭ ହିଁ କିତନି ମୋହବତ ହେ ଧାରାବାହିକ ରୁ କରିଥିଲେ । ତେବେ ପରେ ସେ ଧାରାବାହିକ ଦିଲ ହି ତୋ ହେ, ଏବଂ ୟେ କହା ଆ ଗୟେ ହମ୍ ରେ ମଧ୍ୟ କାମ କରିଛନ୍ତି । ତେବେ ମୁବାରଖା ଏବଂ ହରର ଷ୍ଟୋରି ସିନେମା ରେ ମଧ୍ୟ ସେ କାମ କରିଛନ୍ତି ତେବେ ବର୍ତ୍ତମାନ କରନ ବିଗ ବସ ରିୟାଲିଟି ଶୋ ରେ ମଧ୍ୟ ନଜର ଆସିଛନ୍ତି ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *