Vidya Balan ଙ୍କୁ କିସ୍ କରିବା ପରେ Emraan Hashmi ଙ୍କ ଅବସ୍ଥା ହେଇ ଯାଉଥିଲା ଖରାପ, ବାରମ୍ବାର ପଚାରୁଥିଲେ ଏହି ଗୋଟିଏ ପ୍ରଶ୍ନ

ବନ୍ଧୁଗଣ ବଲିଉଡ ଫିଲ୍ମରେ ଇଣ୍ଟିମେଟ ଓ କିସ୍ ସିନ୍ସ ବହୁତ ସାଧାରଣ ଅଟେ । ଆଗରୁ ବଲିଉଡ ଫିଲ୍ମରେ ଅଧିକ ଇଣ୍ଟିମେଟ ସିନ୍ସ ରଖାଯାଉ ନଥିଲା ହେଲେ ଲୋକ ମାନଙ୍କର ଡିମାଣ୍ଡକୁ ଦେଖି ଫିଲ୍ମ ମେକର୍ଷ ମାନେ ଇଣ୍ଟିମେଟ ସିନ୍ସ ରଖୁଛନ୍ତି । ତେବେ ଇଣ୍ଟିମେଟ ଓ କିସ୍ ସିନ୍ସ କଥା କହିଲେ ଆପଣ ମାନଙ୍କ ମନରେ ପ୍ରଥମେ ଗୋଟିଏ ଅଭିନେତା ଆସିବେ ଇମ୍ରାନ ହାସମୀ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଇମ୍ରାନଙ୍କ ଅନେକ ସୁପର ହିଟ ଫିଲ୍ମ ନିଶ୍ଚୟ ଦେଖିଥିବେ ।

ଇମ୍ରାନ ବଲିଉଡର ଅନେକ ଅଭିନେତ୍ରୀଙ୍କ ସହ କି-ସି-ଙ୍ଗ ସିନ୍ସ କରିଛନ୍ତି । ହେଲେ ଇମ୍ରାନଙ୍କୁ ସବୁଠାରୁ ଅଧିକ ବିଦ୍ୟା ବାଲନଙ୍କୁ କିସ୍ କରିବା ବେଳେ ଅସୁବିଧା ହୋଇଥିଲା । ବିଦ୍ୟା ଓ ଇମ୍ରାନଙ୍କ ସହ ଜଡିତ ଏକ ମଜାଦାର କଥା ନିଜେ ଇମ୍ରାନ କହିଥିଲେ ଏବଂ ଆଜି ଆମେ ଆପଣ ମାନଙ୍କୁ ଏହି ଦୁଇଜଣଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ବିଦ୍ୟା ଓ ଇମ୍ରାନ ଏକା ସହ ବଲିଉଡ ଫିଲ୍ମ ‘ଘନଚକର’ରେ କାମ କରିଥିଲେ । ଏହି ଫିଲ୍ମରେ ବହୁତ ଅଧିକ ବୋଲ୍ଡ ସିନ୍ସ ଥିଲା । ଅବଶ୍ୟ ଏହି ଫିଲ୍ମଟି ଫ୍ଲପ ହୋଇଯାଇଥିଲା ହେଲେ ଏହି ଦୁଇଜଣ ନିଜର ବୋଲ୍ଡ ସିନ୍ସ ପାଇଁ ବହୁତ ଚର୍ଚାରେ ରହିଥିଲେ । ଏହି ଫିଲ୍ମର ସୁଟିଙ୍ଗ ସମୟରେ ବିଦ୍ୟାଙ୍କୁ ଇମ୍ରାନ କିସ୍ କରିବାର ଥିଲା । ଇମ୍ରାନ ଏକ ଇଣ୍ଟର୍ବ୍ୟୁରେ ଏହି ସିନ୍ସ ବିଷୟରେ କହିଥିଲେ ।

ଇମ୍ରାନ କହିଥିଲେ, ଯେତେବେଳେ ଏହି ସିନ୍ସର ସୁଟିଙ୍ଗ ହେଉଥିଲା ସେତେବେଳେ ସେ ଚିନ୍ତାରେ ଆସି ଯାଉଥିଲେ । ସିନ୍ ର ସୁଟିଙ୍ଗ ଶେଷ ହେବା ପରେ ଇମ୍ରାନ ବିଦ୍ୟାଙ୍କୁ ବାରମ୍ବାର ପଚାରୁ ଥିଲେ ‘ତମ ସ୍ଵାମୀ ମୋ ଉପରେ ରାଗିବେ ନାହିଁ ତ, ମୋ ଟଙ୍କା ଦେବେ ନା ନାହିଁ’ ।

ବନ୍ଧୁଗଣ ଏହି ଫିଲ୍ମର ନିର୍ଦ୍ଦେଶକ ଥିଲେ ବିଦ୍ୟାଙ୍କ ସ୍ଵାମୀ ସିଦ୍ଧାର୍ଥ ରାୟ କପୁର । ଯେହେତୁ ସିଦ୍ଧାର୍ଥ ଏହି ଫିଲ୍ମର ନିର୍ଦ୍ଦେଶକ ଥିଲେ ତେଣୁ ଇମ୍ରାନ ବିଦ୍ୟାଙ୍କୁ କିସ୍ ଦେବା ବେଳେ ବହୁତ ଚିନ୍ତାରେ ଆସି ଯାଉଥିଲେ । ଇମ୍ରାନ ଏହି କଥାର ଖୁଲାସା ବଲିଉଡ ଅଭିନେତ୍ରୀ ନେହା ଧୂପିଆଙ୍କ ଚାର୍ଟ ସୋ ‘ନୋ ଫିଲ୍ଟର’ରେ କରିଥିଲେ । ବିଦ୍ୟାଙ୍କ ଓ ଇମ୍ରାନ ବଲିଉଡରେ ଅନେକ ଫିଲ୍ମ କରିଛନ୍ତି ।

ବନ୍ଧୁଗଣ ଗତ କିଛି ଦିନ ହେବ ଇମ୍ରାନ ସିରିଏଲ କିସର ଇମେଜରୁ ବାହାରିବା ପାଇଁ ବହୁତ ଚେଷ୍ଟା କରୁଛନ୍ତି । ସେ ଶେଷ ଥର ପାଇଁ ବଲିଉଡ ଫିଲ୍ମ ‘ମୁମ୍ବାଇ ସାଗା’ରେ ନଜର ଆସିଥିଲେ । ଏହି ଫିଲ୍ମରେ ସେ ପୋଲିସ ଅଫିସର ଭୂମିକାରେ ନଜର ଆସିଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବଲିଉଡ ଅଭିନେତା ଇମ୍ରାନ ହାସମୀ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *