ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଭାସ୍କର ଦାସଙ୍କୁ ନିଶ୍ଚୟ ଜାଣିଥିବେ ଯଦି ଆପଣ ଜାଣି ନାହାନ୍ତି ତା ହେଲେ ଏଠି ଆମେ କହି ରଖିବାକୁ ଚାହୁଁ ଯେ, ଭାସ୍କରଙ୍କ ଧର୍ମ ପତ୍ନୀଙ୍କ ଦୁଇଟି ଯାକ କିଡ୍ନି ନଷ୍ଟ ହେଇ ଯାଇଛି । ଏନେଇ ଭାସ୍କରଙ୍କ ପତ୍ନୀଙ୍କ କିଡ୍ନି ଟ୍ରାନ୍ସପ୍ଳାଣ୍ଟ କରିବାକୁ ହେବ । ତେବେ ତାଙ୍କ ପତ୍ନୀଙ୍କ ଚିକିତ୍ସା ମଧ୍ୟରେ ଅର୍ଥ ବାଧକ ସାଜିଛି ତେଣୁ ଗତ କିଛି ଦିନ ତଳେ ଭାସ୍କର ସାରା ଓଡିଶାବାସୀଙ୍କୁ ଆର୍ଥିକ ସହାୟତା ମାଗି ଥିଲେ ।
ଗତ କାଲି ତ ଭାସ୍କର ଅସହାୟ ହୋଇ କହିଥିଲେ ଯେ ସେ ତାଙ୍କ ପତ୍ନୀଙ୍କୁ ବିଷ ଦେଇଦେବେ ଆଉ ନିଜେ ବି ଖାଇଦେବେ । ଏହା ପରେ ଓଡିଶାବାସୀଙ୍କର ବହୁତ ସହଯୋଗ ତାଙ୍କୁ ମିଳି ପାରିଲା । ଆଉ ଏବେ ଏକ ଭଲ ଖବର ସାମ୍ନାକୁ ଆସୁଛି । କିଡ୍ନି ଟ୍ରାନ୍ସପ୍ଳାଣ୍ଟ ପାଇଁ ତାଙ୍କୁ ଡୋନର ମିଳି ଛନ୍ତି ଆଉ ସେହି ଡୋନର ଆଉ କେହି ନୁହେଁ ସେ ହେଉଛନ୍ତି ଭାସ୍କରଙ୍କ ପତ୍ନୀଙ୍କ ନଣନ୍ଦ ।
ତେବେ ତାଙ୍କ ନଣନ୍ଦ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ମତ ପ୍ରକାଶ କରିଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବା ପାଇଁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ତାଙ୍କ ନଣନ୍ଦ କହିଛନ୍ତି-‘ତିନି ଚାରି ମାସ ପୂର୍ବରୁ ଏମିତି ହେଲା ତା ପରେ ମେଡିକାଲ ଚିକିତ୍ସା ନେବା ପରେ ଜଣା ପଡିଲା ଦୁଇଟି ଯାକ କିଡ୍ନି ନଷ୍ଟ ହେଇ ଯାଇଛି ।
ଏ କଥା ଶୁଣିବା ପରେ ବହୁତ କଷ୍ଟ ଲାଗିଲା । ମୁଁ ଓଡିଶାବାସୀଙ୍କୁ ଏତିକି ଅନୁରୋଧ କରିବାକୁ ଚାହୁଁଛି କିଛି ବି ସାହାର୍ଯ୍ୟ କଲେ ଟଙ୍କା ଟାଏ ଦେଲେ ବି ମୋ ଭାଉଜ ଆଜି ବଞ୍ଚିଯିବେ । ପୁତୁରା ଯିଏ ମୋର ସେ ଛୋଟ ଛୁଆ ତାକୁ ଦେଖିଲେ ବି ବହୁତ କଷ୍ଟ ଲାଗୁଛି ।
ମୋ ଭାଉଜର କିଛି ହେଇଗଲେ ଛୁଆ କେମିତି ବଞ୍ଚିବ ଛୁଆ ପୁରା ଅନାଥ ହେଇଯିବ । ମୁଁ କେବଳ ଓଡିଶାବାସୀଙ୍କୁ ଏତିକି ଅନୁରୋଧ କରିବାକୁ ଚାହୁଁଛି ଯେତିକି ହେଇପାରିବ ସାହାର୍ଯ୍ୟ କରନ୍ତୁ ମୋ ଭାଉଜ କାଲି ସକାଳୁ ନୂଆ ଜୀବନ ପାଇବେ’ । ତା ହେଲେ ବନ୍ଧୁଗଣ ଯଦି ଆପଣ ବି ସହଯୋଗ କରିବାକୁ ଚାହୁଁ ଛନ୍ତି ତେବେ ଆପଣ 9937466242 ନମ୍ବରରେ ଯୋଗାଯୋଗ କରନ୍ତୁ, ଧନ୍ୟବାଦ ।