ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଭିଡିଓରେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଏହି ଭିଡିଓଟି ଦେଖିଲେ ବହୁତ ଖୁସି ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭଲ ଭାବରେ ଦେଖନ୍ତୁ ଏ ହୃଦୟ ସ୍ପର୍ଶୀ ଭିଡିଓକୁ ।
କେମିତି ଏ କୁନି ଝିଅଟି ତା ମାଆଙ୍କ ପାଇଁ ପାଣି ବୋହି ଆଣୁଛି । ଏହି କୁନି ଝିଅଟିର ବୟସ ମାତ୍ର 4 ବର୍ଷ ହେଲେ ତାର କାମ ଦେଖିଲେ ବୟସ୍କ ଲୋକ ବି ହାର ମାନି ଯିବେ । ଟିକେ ଭଲ କରି ନଜର କରନ୍ତୁ ଏ ଭାଇରାଲ ଭିଡିଓଟିକୁ । ଭିଡିଓରେ ଏକ କୁନି ଝିଅଟି ଅତି ସୁନ୍ଦର ଭାବରେ କାଖରେ ଢାଳ ସହ ହାତରେ ବାଲଟି ଧରି ହଲି ହଲି ପାଦ ପକେଇ ଆସୁଛି । ସତରେ ଦର୍ଶକ ବନ୍ଧୁ ଏ ଦୃଶ୍ୟଟି ହୃଦୟକୁ ଛୁଇଁ ଯାଉଛି ।
ତେଣୁ ବନ୍ଧୁଗଣ କେବେ ବି ଘରକୁ ଝିଅଟିଏ ଆସିଲେ ମନ ଦୁଃଖ କରନ୍ତୁ ନାହିଁ । କାରଣ ଆଜିର ଦୁନିଆରେ ପୁଅ ମାନଙ୍କ ଅପେକ୍ଷା ଝିଅ ମାନେ ହିଁ ବାପା-ମାଆଙ୍କ ପାଖରେ ଅଧିକ ସମର୍ପିତ ରହୁଛନ୍ତି ଏବଂ ଅଧିକ ଭଲ ବି ପାଉଛନ୍ତି । ସମାଜରେ ପ୍ରତ୍ୟକ କ୍ଷେତ୍ରରେ ଝିଅ ମାନେ ଏବେ ଆଗୁଆ ରହୁଛନ୍ତି । ଝିଅ ମାନଙ୍କର କାର୍ଯ୍ୟ କେବଳ ରୋଷେଇ କରିବା ନୁହଁ । ସବୁ ଅସମ୍ଭବକୁ ଝିଅ ମାନେ ଏବେ ସମ୍ଭବ କରି ଦେଖାଉ ଛନ୍ତି ।
ତେଣୁ ଘରେ ଝିଅ ଜନ୍ମ ହେଲେ ସେମାନଙ୍କୁ ଲକ୍ଷ୍ମୀ ଭାବି ଯତ୍ନ ନିଅନ୍ତୁ ଏବଂ ପାଳନ କରନ୍ତୁ । ଆଗ କାଳରେ ଝିଅ ମାନଙ୍କୁ ସେତିକି ମାନ ମର୍ଯ୍ୟାଦା ଦିଆ ଯାଉ ନଥିଲା । ବାପା ସମ୍ପତ୍ତିରେ କେବଳ ପୁଅର ହକ୍ ଥିଲା ଝିଅ ମାନଙ୍କୁ ପାଠ ପଢିବା ପାଇଁ ସୁଯୋଗ ମିଳୁ ନଥିଲା । ହେଲେ ଦର୍ଶକ ବନ୍ଧୁ ନାରୀ ମାନଙ୍କୁ ଆମ ହିନ୍ଦୁ ଧର୍ମରେ ଦେବୀ ବୋଲି ମାନି ଥାଉ । ଗୋଟେ ନାରୀ ଚାହିଁଲେ ଘରକୁ ସ୍ଵର୍ଗ କରିପାରେ ।
ଆଉ ବର୍ତ୍ତମାନର ସମୟରେ ସମସ୍ତ କ୍ଷେତ୍ରରେ ଝିଅ ମାନେ ପୁଅ ମାନଙ୍କ ସହ କାନ୍ଧ ମିଶାଇ ଆଗକୁ ବଢୁ ଛନ୍ତି । ଆଉ ଆମର ଏହି ଭାଇରାଲ ହେଉଥିବା ଭିଡିଓ ଏହାର ଏକ ଉଦାହରଣ ପାଲଟିଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।