ନମସ୍କାର ବନ୍ଧୁଗଣ ତେବେ ଓଡ଼ିଶାର ଭାଇରାଲ ବୟ ଶାନ୍ତନୁ ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ସାରା ରାଜ୍ୟରେ ଏବେ ଏହି ୭ ବର୍ଷୀୟ ଭାଇରାଲ ବୟ ଶାନ୍ତନୁ କୁମାର ମହାନ୍ତିଙ୍କ ଚର୍ଚ୍ଚା । ବୟସ ମାତ୍ର ୭ ବର୍ଷ । କିନ୍ତୁ ତାଙ୍କ ଗୀତ ଆଗରେ ଭଲ ଭଲ ସିଙ୍ଗର ମାନଙ୍କୁ ମଧ୍ୟ ପଛରେ ପକାଇ ଦେଉଛି । “ଓଡ଼ିଶାର ନୁଆ ସ୍ୱର ଜୁନିୟର” ରେ ଅଡିସନ ଦେବାକୁ ଆସି ଓଡ଼ିଶାର ଭାଇରାଲ୍ ବୟ ପାଲଟି ଯାଇଛନ୍ତି ମାତ୍ର ୭ ବର୍ଷର କୁନି ପୁଅ ଶାନ୍ତନୁ କୁମାର ମହାନ୍ତି ।
ଶାନ୍ତନୁ ଏତେ ସୁନ୍ଦର ଗୀତ ଗାଉଛନ୍ତି ଯେ ଯିଏ ଥରେ ତାଙ୍କ ଗୀତ ଶୁଣିବ ସିଏ ଶାନ୍ତନୁଙ୍କ ଫ୍ରେଣ୍ଡସ ହୋଇଯିବ । ଶାନ୍ତନୁଙ୍କ ଗୀତ ଶୁଣିବା ପରେ କେହି କେହି ଓଡ଼ିଶାର ପ୍ରସିଦ୍ଧ ସିଙ୍ଗର ହ୍ୟୁମାନ ସାଗରଙ୍କ ସହିତ ତୁଳନା କରୁଛନ୍ତି । ତେବେ ବର୍ତ୍ତମାନ ସମୟରେ ଭାଇରାଲ ବୟ ଶାନ୍ତନୁ କଡ଼ା ଟକ୍କର ଦେଉଛନ୍ତି ପ୍ରସିଦ୍ଧ ସିଙ୍ଗର ସୌରିନ ଭଟ୍ଟଙ୍କୁ । ସିଦ୍ଧାର୍ଥ ଟିଭି ତରଫରୁ ପ୍ରସାରିତ ହେଉଥିବା ନୂଆ ରିଆଲିଟି ଶୋ “ଓଡ଼ିଶାର ନୂଆ ସ୍ୱର ଜୁନିୟର”ର ଷ୍ଟୁଡିଓ ରାଉଣ୍ଡରେ ଭାଇରାଲ ବୟ ଶାନ୍ତନୁ ସିଙ୍ଗର ସୌରିନ୍ ଭଟ୍ଟଙ୍କ ଗୀତକୁ ଗାଇ ରେକର୍ଡ ତିଆରି କରିଛନ୍ତି ।
ତେବେ ସାର୍ଥକ ମ୍ୟୁଜିକ ପ୍ରସ୍ତୁତ ସୀତାରାମ ଅଗ୍ରୱାଲଙ୍କ ନିର୍ଦ୍ଦେଶନାରେ ସୁପରହିଟ ଓଡ଼ିଆ ଆଲବମ “ଏଥର ଫଗୁଣେ ବାଜିବ ଲୋ ବାଜା” ଯାହାକୁ ଗାଇଥିଲେ ଓଡ଼ିଶାର ଲୋକପ୍ରିୟ ସିଙ୍ଗର ସୌରିନ୍ ଭଟ୍ଟ । ତେବେ ଏହି ଗୀତକୁ ପୁଣି ଥରେ କୁନି ଗାୟକ ଶାନ୍ତନୁ ଗାଇ ଚର୍ଚ୍ଚାରେ ରହିଛନ୍ତି । ତେବେ ଶାନ୍ତନୁ ଏକ ଷ୍ଟେଜ ଶୋ ରେ ସୌରିନ୍ ଭଟ୍ଟଙ୍କ “ଏଥର ଫଗୁଣେ ବାଜିବ ଲୋ ବାଜା” ଗୀତକୁ ପୁଣି ଥରେ ଏକ ନୂଆ ରୂପରେ ଗାଇଛନ୍ତି ।
ଯାହାକୁ ଶୁଣି ଜଜେସମାନେ ଏବଂ ସାଧାରଣ ଲୋକ ମାସନେ ଖୁବ୍ ଭଲ ଭଲ ମନ୍ତବ୍ୟ ଦେଇଥିଲେ । ତେବେ ଶାନ୍ତନୁଙ୍କ ଏହି ଗୀତ ସୌରିନ୍ ଭଟ୍ଟଙ୍କ ଗୀତକୁ ଟକ୍କର ଦେଉଛି ବୋଲି କୁହା ଯାଉଛି । ତେବେ ଏହା ସହ କୁନି ଗାୟକ ଶାନ୍ତନୁ କୁମାର ମହାନ୍ତିଙ୍କ ଗୀତର ସ୍ୱରେ ସ୍ଵରେ ଅଭିନୟକୁ ଖୁବ୍ ପସନ୍ଦ କରୁଛନ୍ତି ଦର୍ଶକ ମାନେ । ଷ୍ଟେଜରେ ଶାନ୍ତନୁ ବହୁତ ମଜାମସ୍ତି କରୁଥିବାର ନଜର ଆସୁଛନ୍ତି । ଶାନ୍ତନୁଙ୍କ ସବୁ ଗୀତର ମଜା ନେଉଛନ୍ତି ଦର୍ଶକମାନେ ।
ତେବେ ଶାନ୍ତନୁଙ୍କ ଗୀତ ଏବେ ସାମାଜିକ ଗଣ ମାଧ୍ୟମରେ ଟ୍ରେଣ୍ଡ ହେବାକୁ ଲାଗିଛି । ଶାନ୍ତନୁଙ୍କ ଗୀତରେ ମଧ୍ୟ କିଛି ୟୁଜର୍ସ ମାନେ ରିଲସ ଭିଡିଓ ଆଦି କରୁଥିବାର ନଜର ଆସୁଛନ୍ତି ତ ଆଉ କିଏ ଶାନ୍ତନୁଙ୍କ ଗୀତକୁ ନେଇ ଷ୍ଟୋରୀ ଷ୍ଟାଟସ ରଖୁଛନ୍ତି । ତେବେ ଏହି କୁନି ଗାୟକ ଭବିଷ୍ୟତରେ ଏକ ବଡ ଷ୍ଟାର ହେବାର ଆଶା ରଖିଛନ୍ତି ଶାନ୍ତନୁଙ୍କ ସାଙ୍ଗମାନେ ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।