ବନ୍ଧୁଗଣ ଯକୃତ ଯାହାକୁ ଆମେ ଇଂରାଜୀରେ କହିଥାଉ ଲିଭର । ଏହା ଆମ ଶରୀରର ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ । ଏହା ଆମେ ଖାଉଥିବା ଖାଦ୍ୟକୁ ହଜମ କରେଇବାରେ ସହଯୋଗ କରାଇଥାଏ ଏବଂ ଖାଦ୍ୟକୁ ଶକ୍ତିରେ ପରିଣତ କରାଇ ଥାଏ । କହିବାକୁ ଗଲେ ଏହା ଆମ ଶରୀରରେ ପ୍ରାକୃତିକ ଫିଲ୍ଟର ଭାବେ କାମ କରିଥାଏ । ବନ୍ଧୁଗଣ ଯଦି ଆମେ ଲିଭରର ଯତ୍ନ ନ ନେବା ତେବେ ବିଭିନ୍ନ ପ୍ରକାର ସମସ୍ୟା ଉପୁଜି ଥାଏ ।
ତେବେ ସେହି ସବୁ ସମସ୍ୟା ଆଉ ତାହାର ଚିକିତ୍ସା ବିଷୟରେ ଆମେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।ବନ୍ଧୁଗଣ ଆମ ଶରୀରରେ ଅନେକ ଶୁଦ୍ଧ ପଦାର୍ଥ ଥାଏ ଓ ଅନେକ ବିଶୁଦ୍ଧ ପଦାର୍ଥ ମଧ୍ୟ ଥାଏ । ତେବେ ଏ ସବୁ ପ୍ରଥମେ ଆସି ଲିଭରରେ ପହଞ୍ଚି ଥାଏ ଲିଭର ବିଶୁଦ୍ଧ ପଦାର୍ଥକୁ ଶୁଦ୍ଧ କରି ହାର୍ଟକୁ ପଠାଇ ଥାଏ ଆଉ ହାର୍ଟ ଅନ୍ୟ ସବୁ ଅଙ୍ଗ ଗୁଡିକୁ ପଠାଇ ଥାଏ ।
ତେବେ ବନ୍ଧୁଗଣ ଅଧିକ ବିଶୁଦ୍ଧ ପଦାର୍ଥ ଆସିଲେ ମଧ୍ୟ ଲିଭର ଆମ ଶରୀରକୁ ସୁସ୍ଥ ରଖିଥାଏ ଆଉ ତା ପରେ ନିଜେ ମଧ୍ୟ ସୁସ୍ଥ ହୋଇଥାଏ । ବନ୍ଧୁଗଣ ଲିଭର ସମସ୍ୟାରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧାଙ୍କ ପର୍ଯ୍ୟନ୍ତ ସମସ୍ତେ ହୋଇପାରିବେ । ହେଲେ ବର୍ତ୍ତମାନ ଭାରତରେ ଫ୍ୟେଟି ଲିଭର ସମସ୍ୟା ବହୁତ ଅଧିକ ଦେଖା ଦେଉଛି ।ଭାରତରେ 30 ପ୍ରତିଶତ ଲୋକ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ସାଧାରଣତଃ ଆଗରୁ ଏହି ସମସ୍ୟା ଅତ୍ୟଧିକ ମଦ୍ୟପାନ କରିବାରୁ ହେଉଥିଲା ହେଲେ ଏବେ ମଦ୍ୟପାନ ନ କରିଲେ ମଧ୍ୟ ଏହି ସମସ୍ୟା ଦେଖା ଦେଉଛି । ବନ୍ଧୁଗଣ ବର୍ତ୍ତମାନର ସମୟରେ ଲୋକମାନେ ନିଜ ଖାଦ୍ୟ ଓ ଜୀବନ ଶୈଳୀ ଉପରେ ଅଧିକ ଧ୍ୟାନ ଦେଉ ନାହାନ୍ତି ଆଉ ଏହି କାରଣରୁ ଫ୍ୟେଟି ଲିଭର ସମସ୍ୟା ଅଧିକ ଦେଖା ଯାଉଛି । ବନ୍ଧୁଗଣ ଫ୍ୟେଟି ଲିଭର ସମସ୍ୟା ହେଲେ ପ୍ରଥମେ ତ କୌଣସି ଲକ୍ଷଣ ଦେଖାଯିବ ନାହିଁ ।
ହେଲେ ଧୀରେ ଧୀରେ ଏହା ଅଧିକ ହେଲେ ଦୁର୍ବଳତା ଲାଗିବ, ଭୋକ କମିଯିବ, ବାନ୍ତି ଲାଗିବ ଆଉ ଆଖି ହଳଦିଆ ହୋଇଯିବ, ଜଣ୍ଡିସ ହେବ, ପାଦ ଫୁଲିବ, ପେଟରେ ପାଣି ଜମା ହେବ, ପେଟ ଫୁଲିବ, ରକ୍ତ ବାନ୍ତି ହେବ, କଳା ଝାଡା ହେବ । ଏହା ପରେ ଆସେ ଆସ୍ତେ ଲିଭର କ୍ୟାନ୍ସର ଲିଭର ଫେଲିୟର ହେବ ।
ତେଣୁ ବନ୍ଧୁଗଣ ପ୍ରାଥମିକ ଅବସ୍ଥାରେ ଏହାର କୌଣସି ଲକ୍ଷଣ ଦେଖା ନ ଗଲେ ମଧ୍ୟ ଆପଣ ମାନେ ଚାହିଁଲେ ଏହା ବିଷୟରେ ଏକ ଟେଷ୍ଟ କରି ଜାଣି ପାରିବେ । ପ୍ରାଥମିକ ଅବସ୍ଥାରେ ଆପଣ ମାନେ ଡାକ୍ତରଙ୍କ ପରାମର୍ଶରେ ଏହି ସମସ୍ୟାକୁ ଦୂର କରି ଆଜୀବନ ସୁସ୍ଥ ରହିପାରିବେ ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।