ବନ୍ଧୁଗଣ ଆପଣ ମାନେ ସମସ୍ତେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏବେ ବଲିଉଡ କଳାକାରଙ୍କ ଠାରୁ ସାଉଥ କଳାକାର ମାନଙ୍କ ପପୁଲାରିଟି ବହୁତ ଅଧିକ ବଢିବାରେ ଲାଗିଛି । ଆଜି ଆମେ ଆପଣ ମାନଙ୍କୁ ସାଉଥ କଳାକାରଙ୍କ ଛୁଆ ମାନଙ୍କ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ସାଉଥ ଅଭିନେତା ଦୁଲକର ସଲମାନଙ୍କ ଝିଅ ମରିୟମ । ଆପଣ ମାନେ ସମସ୍ତେ ସାଉଥ ଅଭିନେତା ଦୁଲକର ସଲମାନଙ୍କୁ ଅନେକ ସୁପର ହିଟ ଫିଲ୍ମରେ ଦେଖିଥିବେ । ସେ ସାଉଥ ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି । ଦୁଲକରଙ୍କର ଯେତେ ଲୋକପ୍ରିୟତା ରହିଛି ତାଙ୍କ ଝିଅକୁ ବି ଲୋକମାନେ ସେତିକି ଅଧିକ ପସନ୍ଦ କରୁଛନ୍ତି । ଦୁଲକରଙ୍କ ଝିଅ ମରିୟମକୁ ପାଞ୍ଚ ବର୍ଷ ହୋଇଛି ଆଉ ସେ ବହୁତ କ୍ୟୁଟ ନଜର ଆସନ୍ତି ।
୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଲ୍ଲୁ ଅର୍ଜୁନଙ୍କ ଝିଅ ଅଲ୍ଲୁ ଆରାହ । ସାଉଥର ଦିଗଜ ଅଭିନେତା ଅଲ୍ଲୁ ଅର୍ଜୁନଙ୍କର ଗୋଟେ ଝିଅ ଆଉ ଗୋଟେ ପୁଅ ଅଛି । ଅଲ୍ଲୁଙ୍କ ଝିଅ ମାତ୍ର ୫ ବର୍ଷର ହେଲେ କ୍ୟାମେରା ଆଗରେ ସେ ଡ୍ୟାନ୍ସ ସହ ଅଭିନୟ ସବୁ କରନ୍ତି । ତାଙ୍କ କ୍ୟୁଟନେସ ଆଉ କ୍ୟୁଟସ୍ମାଇଲ ଦେଖିଲେ ଆପଣ ମାନଙ୍କର ମନ ଖୁସି ହୋଇଯିବ ।
୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ମହେଶ ବାବୁଙ୍କ ଝିଅ ସୀତାରା ଘଟମନେନୀ । ସାଉଥ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଥିବା ମହେଶ ବାବୁଙ୍କ ଝିଅର ନାମ ହେଉଛି ସୀତାରା । ସୀତାରା ନିଜ ମା ବାପାଙ୍କ ଭଳି ବହୁତ ସୁନ୍ଦର ନଜର ଆସନ୍ତି । ଏବେ ସେ ୯ ବର୍ଷର ଅଛନ୍ତି ହେଲେ ତାଙ୍କ ଚାର୍ମିଙ୍ଗ ଫେସକୁ ଦେଖିଲେ ଆପଣ ମାନେ ଖୁସି ହୋଇଯିବେ । ସୀତାରାଙ୍କୁ ଆଜି କ୍ୟୁଟ ଷ୍ଟାର କିଡ ଭଳି ଦେଖା ଯାଉଛି ।
୪. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଜୁନିୟର ଏନଟିଆରଙ୍କ ପୁଅ ଭାର୍ଗବ ରାମ । ସାଉଥ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଜୁନିୟର ଏନଟିଆର ନିଜ ଦମଦାର ଅଭିନୟ ଓ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଆଉ ତାଙ୍କ ପୁଅ ଭାର୍ଗବ ରାମ ନିଜ କ୍ୟୁଟନେସ ପାଇଁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି । ଅବଶ୍ୟ ଏନଟିଆରଙ୍କର ଦୁଇଟି ପୁଅ ଅଛନ୍ତି ହେଲେ ସାନ ପୁଅ ଭାର୍ଗବଙ୍କ କ୍ୟୁଟନେସ ଫ୍ୟାନ୍ସ ମାନଙ୍କୁ ବେସ ପସନ୍ଦ ଆସିଛି ।
୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସାଉଥ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତା ୟଶ । ୟଶଙ୍କୁ ତ ଆପଣ ମାନେ ବେସ ଭଲ ଭାବରେ ଜାଣିଥିବେ । ଫିଲ୍ମ କେଜିଏଫରୁ ପ୍ରସିଦ୍ଧି ହାସଲ କରିଥିବା ୟଶଙ୍କ ଝିଅର ନାମ ହେଉଛି ଆୟରା । ଆୟରା ଯେତେବେଳେ ବି ପବ୍ଲିକ ପ୍ଲେସରେ ଥାନ୍ତି ସମସ୍ତଙ୍କ ନଜର ତାଙ୍କ ପାଖରେ ଅଟକି ଯାଏ । ୩ ବର୍ଷର ଆୟରା ଏତେ ଅଧିକ କ୍ୟୁଟ ଅଛନ୍ତି ଯେ ସୋସିଆଲ ମିଡିଆରେ ତାଙ୍କର ଏକ ଅଲଗା ଫ୍ୟାନ ଫଲୋଇଙ୍ଗ ଅଛି ।