ଦେଖରେ ମଣିଷ ଟିକେ ବୁଦ୍ଧି ଶିଖ ! ଥରେ ଦେଖନ୍ତୁ ଏହି Video ଜୀବନ ବଦଳିଯିବ…

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ ଯେଉଁ ବିଷୟ କହିବାକୁ ଯାଉଅଛୁ, ତାହାକୁ ଜାଣିଲେ ଆପଣ ସତରେ ଚିନ୍ତା କରିବାକୁ ଲାଗିବେ ଯେ ପକ୍ଷୀଟିର ଯଦି ଏପରି ଚିନ୍ତାଧାରା ରହି ପାରୁଛି ତେବେ ମନୁଷ୍ୟ ର କ’ଣ ପାଇଁ ରହୁନାହିଁ ? ଏହି ଦୃଶ୍ୟଟିରେ ରାସ୍ତା ଉପରେ ପଡିଥାଏ ଏକ ପାଉରୁଟି । ଏହାପରେ ପାଉଁରୁଟି ପାଖକୁ ଧାଇଁଆସିଲା ଗୋଟେ କାଉ । ନିଜ ଥଣ୍ଟରେ ପାଉଁରୁଟି କୁ ଛିଣ୍ଡାଇବାରେ ଲାଗିଲା । ଠିକ ଏହି ସମୟରେ ପାଉଁରୁଟି ଖାଇବା ଆଶାରେ ଧାଇଁ ଆସିଲା ଗୋଟିଏ ମୂଷା ।

ସେ ପାଉଁରୁଟି ପାଖକୁ ଯିବାକୁ ପ୍ରୟାସ କରିଲା । ମାତ୍ର କାଉ ପାଖକୁ ଯିବାକୁ ତାହାର ସାହାସ ହେଲାନାହିଁ । କାଳେ ଥଣ୍ଟ ରେ ଖୁମ୍ପିଦବ କାଉ । ଏକାଧିକ ଥର ଉଦ୍ୟମ କଲାପରେ ମଧ୍ୟ ସାହାସ ଯୁଟାଇ ପାରିଲା ନାହିଁ । ଶେଷରେ ସେ ମୂଷା ଟି ନିରାଶ ହୋଇ ରାସ୍ତା କଡକୁ ଫେରିଗଲା । ମାତ୍ର କାଉ ଟି ବୋଧହୁଏ ମୂଷା ର ମନ କଥାକୁ ବୁଝିପାରିଲା ।

ସେ ବୋଧହୁଏ ଚିନ୍ତା କରିଲା ଏକୁଟିଆ ଖାଇବାରେ କି ମଜା ? ଭାଗବାଣ୍ଟି ଖାଇଲେ ମୂଷା ର ମଧ୍ୟ ପେଟ ପୁରିବ ଏବଂ ମୋର ମଧ୍ୟ ପେଟ ପୂରିବ ଏବଂ ସତକୁ ସତ ମଣିଷ ଭଳି ପାଊଁରୁଟି ର ଖଣ୍ଡିଏ ନିଜ ଥଣ୍ଟ ରେ ଛିଣ୍ଡାଇ ନେଇ ମୂଷା ପାଖରେ ଥୋଇଦେଇ ଆସିଲା । କାଉଟି ପକ୍ଷରୁ ଚାଲିଯିବା ଲାଗି ମୂଷାଟି ମଧ୍ୟ ପାଉଁରୁଟି ଖଣ୍ଡକ ଧରି ତା ରାସ୍ତା ରେ ଚାଲିଗଲା ।

ବର୍ତ୍ତମାନ ମି-ଡି-ଆ ରେ ଭା-ଇ-ରା-ଲ ହେଉଥିବା ଏହି ଦୃଶ୍ୟ ଟି ବୋଧ ହୁଏ ମଣିଷ କୁ କିଛି ବାର୍ତ୍ତା ଦେଇଗଲା । ଯେ ମଣିଷ ଟିକେ ବୁଦ୍ଧି ଶିଖ । କୁହାଯାଇଅଛି ଯେ ମଣିଷ ଠାରୁ ଶ୍ରେଷ୍ଠ ଆଉ କେହି ନୁହଁନ୍ତି । କାରଣ ମଣିଷ ର ବୁଝିବା ଶକ୍ତି, ବୁଝେଇବା ଶକ୍ତି ଠାରୁ ଆରମ୍ଭ କରି ଭଲମନ୍ଦ ବିଚାର କରିବାର ଶକ୍ତି ମଧ୍ୟ ରହିଅଛି । କିନ୍ତୁ ଆଜିଭଳି ଦିନରେ ମନୁଷ୍ୟ ନିଜର ମାନବିକତା ହରାଇଛି ।

ଛୋଟ ଛୋଟ କଥାକୁ ନେଇ ସେ ହଣାମରା କରିବାକୁ ପଛାଉ ନାହିଁ । ଏହିଭଳି ଗୋଟେ ପରେ ଗୋଟେ ଅପରାଧ ନିଜ ପାରିବାର ସହିତ ମଧ୍ୟ କରିବାରେ ଲାଗିଛି । କିନ୍ତୁ ଆଜି ଏହି କାଉ ଟି ଏଭଳି ଶିକ୍ଷା ଦେଲା ମନୁଷ୍ୟ କୁ ତାହା ଧାରଣାର ବାହାରେ । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଅମଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *