‘ମତେ ସେ କଥା ଦେଇଥିଲେ ଦି’ ଜଣ ଏକାଠି ଯିବା ହେଲେ ଆଜି ସେ ଅଧାବାଟରେ ଏକାକରି ମତେ ଛାଡ଼ି ଚାଲିଗଲେ, ସେ ଜାଣି ଯାଇଥିଲେ ଯେ…’

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଅଜିତ ଦାସଙ୍କୁ ନିଶ୍ଚୟ ଜାଣିଥିବେ । ଅବଶ୍ୟ ଆଜି ଅଜିତ ଆମ ମାନଙ୍କ ଗହଣରେ ନାହାନ୍ତି ହେଲେ ଆଜି ବି ତାଙ୍କର ଅନେକ ସ୍ମୃତି ଆମ ମାନଙ୍କ ମନରେ ରହିଛି । ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି ସେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆଜି ବି ତାଙ୍କ ଫିଲ୍ମ ଦେଖିଲେ ଲୋକେ ଭାବ ବିହୁଳ ହୋଇ ପଡନ୍ତି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଅଜିତ ଦାସଙ୍କ ପତ୍ନୀ ଗଣମାଧ୍ୟମ ଆଗରେ ଏକ ସାକ୍ଷାତ୍କାର ଦେଇଛନ୍ତି ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଅଜିତଙ୍କ ପତ୍ନୀ ଗଣମାଧ୍ୟମ ଆଗରେ କହିଛନ୍ତି-‘ମୁଁ ତାଙ୍କୁ ବହୁତ ମିସ କରୁଛି ଆମେ ଦୁଇ ଜଣ ଲୋକ ହେଲେ ମୁଁ ଏକା ହେଇଗଲି । ଆପଣ ଦେଖୁଥିବେ ତିନି ମହଲା ଘର ହେଲେ ମୁଁ ଏକା ହେଇଗଲି । ଆମେ ଦୁଇଜଣ ସକାଳୁ ରାତି ଯାଏଁ ଏକାଠି ହୋଇ ରହୁ । ଯାହା ବି କାମ କରୁଥିଲୁ ସବୁ ଏକାଠି । ସାରାଙ୍କ ଇନଷ୍ଟିଟ୍ୟୁଟରେ ସମସ୍ତେ ମାଡ ଖାନ୍ତି କେବଳ ଗାଳି ନୁହେଁ ।

ସାରାଙ୍କ ଛାତ୍ର ମାନଙ୍କର ଦୁଇଟି ଗ୍ରୁପ କରାଯିବ ଗୋଟେ ସଙ୍ଗୀତ ବିଦ୍ୟାଳୟ । ଏହି ଇନଷ୍ଟିଟ୍ୟୁଟରୁ ଯେଉଁ ମାନେ ବି ଶିକ୍ଷାଲାଭ କରି ଯାଇଛନ୍ତି ସେମାନେ ଆଜି କିଛି ନା କିଛି ହେଇ ଛନ୍ତି । ମୁଁ ଏବେ ଏକା କଣ ସମ୍ଭାଳିବି ମୁ ଫୋନ କରି ଯାହାକୁ ବି ଡାକିବି ସେମାନେ ଆସିବେ । ମୁଁ ସେମାନଙ୍କୁ ନେଇ ଚଳୁଛି । ସାର ବୋଧ ହୁଏ ଜାଣି ଯାଇଥିଲେ ଚାରି ମାସ ପୂର୍ବରୁ କିଛି ବଡ ବଡ ପିଲାଙ୍କୁ ଡାକି କହିଥିଲେ ମୁଁ ଯାଉଛି ରେ ତମେ ଦେଖିବ ତାକୁ ।

ଆଉ ଯେଉଁ ଦିନ ହସ୍ପିଟାଲ ଗଲୁ ଆମେ ସେତେବେଳେ ସାର ମୋତେ କହିଲେ ଯଦି ପଳେଇବା ଆମେ ଦୁଇଜଣ ପଳେଇବା ହେଲେ ସାର ପଳେଇଲେ ମୁଁ ଫେରି ଆସିଲି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଅଜିତ ଦାସଙ୍କ ପତ୍ନୀ ନିଜର ଦୁଃଖ ପ୍ରକାଶ କରିଛନ୍ତି । ତେବେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *