ଏକାଠି ହୋଇଯିବେ ବିଜେଡି-ବିଜେପି ! ନିର୍ବାଚନ ପୂର୍ବରୁ ହୋଇଯିବ ମେଣ୍ଟ ! ପୁନରାବୃତ୍ତି ହେବ 15 ବର୍ଷ ତଳର ଇତିହାସ !

ଏକାଠି ହୋଇଯିବ ବିଜେଡି-ବିଜେପି ! ନିର୍ବାଚନ ପୂର୍ବରୁ ହୋଇଯିବ ମେଣ୍ଟ ! ତେବେ ରାଜନୀତି ଦୁନିଆରେ ଏଭଳି କିଛି ବର୍ତ୍ତମାନ ଚର୍ଚା ହେବାରେ ଲାଗିଛି । ବିଜେପି ଓ ବିଜେଡି ଉଭୟ ରାଜନୈତିକ ଦଳ ଆଗକୁ ଏକାଠି ହେବାକୁ ଯାଉଛନ୍ତି । ଉଭୟ ସରକାର ମିଶି ମେଣ୍ଟ ସରକାର ଗଢିବା ପାଇଁ ଯାଉଛନ୍ତି ବୋଲି ଅନୁମାନ କରାଯାଉଛି । ଗତ ଦେଢ ମାସ ଧରି ଚାଲିଥିବା ଚର୍ଚା ଏବେ ସତ ପ୍ରମାଣିତ ହେବାକୁ ଯାଉଛି । ରାଜ୍ୟରେ ବିଜେଡି ଓ ବିଜେପି ଉଭୟ ଏକାଠି ହୋଇ ମେଣ୍ଟ ହେବା କଥା ଲୋକେ ଅନୁମାନ କରୁଥିଲେ ।

ଯେଉଁ ଅନୁମାନ ବର୍ତ୍ତମାନ ସମୟରେ ସତ ହେବାର ସମ୍ଭାବନା ଅଧିକ ବଢିଯାଇଛି । କାରଣ ଦୀର୍ଘ 15 ବର୍ଷ ପରେ ଏକାଠି ହେବାକୁ ଯାଉଛନ୍ତି ବିଜେପି ଓ ବିଜେଡି । ଉଭୟ ଦଳ ମିଳିତ ଭାବେ ଆଗାମୀ ସାଧାରଣ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ହେଉଛନ୍ତି । କାରଣ ନିକଟରେ ନବୀନ ନିବାସରେ ବିଜେଡିର ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଦଳର ଅନେକ ବଡ ବଡ ନେତା ସାମିଲ ହୋଇଥିଲେ ।

ଏପରିକି ନିକଟରେ ଓଡିଶାକୁ ଦିନିକିଆ ଗ୍ରସ୍ତରେ ଆସିଥିବା ନରେନ୍ଦ୍ର ମୋଦୀ ଓଡିଶାର ଛାଡିବାର ଠିକ ଗୋଟେ ଦିନ ପରେ ବିଜେଡିରେ ଏକ ବୈଠକ ବସିଥିଲା । ଏହାର କିଛି ସମୟ ପରେ ଦିଲ୍ଲୀରେ ମଧ୍ୟ ବିଜେପିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସେଥିରେ ମଧ୍ୟ ରାଜ୍ୟ ବିଜେପି ଅନେକ ନେତା ସାମିଲ ହୋଇଥିଲେ । ଗୋଟେ ପଟେ ବିଜେପି ମୁଖ୍ୟାଳୟ ଓ ଅନ୍ୟ ପଟେ ନବୀନ ନିବାସରେ ହୋଇଥିବା ବୈଠକରେ ଉଭୟ ଦଳରେ ମେଣ୍ଟ ହେବା କଥାକୁ ନେଇ ବିସ୍ତ୍ରୁତ ଭାବେ ଆଲୋଚନା କରାଯାଇଥିଲା ।

ତେବେ ସାଂସଦ ଜୁଏଲ ଓରାମ କହିଥିଲେ । ବିଜେପି ଓ ବିଜେଡି ମେଣ୍ଟ ଗଢିବା ପାଇଁ ନେଇ ଆଲୋଚନା ହୋଇଛି । କେନ୍ଦ୍ର ନେତୃତ୍ଵ ଯାହା ନିଷ୍ପତ୍ତି ନେବେ ତାହା ହିଁ ହେବ ବୋଲି ଜୁଏଲ ଓରାମ କହିଥିଲେ । ବିଜେଡି ନେତା ଦେବୀ ମିଶ୍ର ମଧ୍ୟ ଏପରି କିଛି କହିଛନ୍ତି । ଯେ ଓଡିଶାର ସ୍ଵାର୍ଥ ପାଇଁ ଯାହା ଆବଶ୍ୟକ ସେ ନିଷ୍ପତ୍ତି ନିଆଯିବ । ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ଓଡିଶା ସଫଳତା ପାଇଚାଲିଛି । ରାଜ୍ୟର ସ୍ଵାର୍ଥ ପାଇଁ ବିଜେଡି ଆଗାମୀ ଦିନରେ ଭଲ ପଦକ୍ଷେପ ସବୁ ନେବା ପାଇଁ ଯାଉଛି । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇଁ ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *