ସାମ୍ନାକୁ ଆସିଲେ ସେହି ପିଲା ଯିଏ ଗାତା ଭିତରୁ କାଢିଥିଲେ Rahul କୁ, ବଖାଣିଲେ ସେଦିନ କେମିତି ଓ କଣ ହୋଇଥିଲା ? ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଅଂଜରୁଲ ରାହୁଲର ଉଦ୍ଧାରକାରୀ ଦଳରେ ସାମିଲ ଏହି ବାଳକ ଦେଖାଇ ପାରିଛନ୍ତି କମାଲ ।   ଜଣେ ସାଧାରଣ ପିଲା କିଭଳି ଅସାଧାରଣ କାମ କରିପାରେ, ତାହା ପ୍ରମାଣ କରି ଦେଖାଇ ପାରିଛନ୍ତି ଏହି ଅଂଜରୁଲ ।   ଏହି ଅଂଜରୁଲ  ଯେେତେବେଳେ ରାହୁଲଙ୍କୁୁ ଉଦ୍ଧାର କରିବା ସମସ୍ତଙ୍କ ପାଇଁ ଚିନ୍ତା ବଢାଇ ଦେଇଥିଲା ସେତେବେଳେ ସମସ୍ତଙ୍କ ପାଇଁ ଦେବଦୂତ ପାଲଟିଥିଲେ ଅଂଜରୁଲ ।

ଶରୀର ପତଳା ହେବା ସହ ନମନୀୟ ବି ଥିଲେ । ରାହୁଲଙ୍କୁ ଉଦ୍ଧାର କାମରେ  ପ୍ରାୟ ୫ ଶହ ଲୋକ ଦିନରାତିକୁ ଏକାକାର କରି ଦେଇଥିଲେ ।   ଆଉ ଏମାନଙ୍କ ମଧ୍ୟରେ ସାମିଲ ଥିଲେ ଅଞ୍ଜରୁଲ । ଅଞ୍ଜରୁଲଙ୍କ ଆଖିରେ ବି ରାହୁଲଙ୍କୁ ଦେଖିବାକୁ ଉକ୍ରଣ୍ଠା ଭରିରହିଥିଲା । ହାତରେ କମ ସମୟ ଥିଲା ।   ରାହୁଲ କଥା କହି ପାରୁନଥିଲା କି ଶୁଣି ପାରୁନଥିଲା । ଡାକିଲେ କଥା ଶୁଣିବା ସ୍ଥିତିରେ ନଥିଲା ।

ଅଞ୍ଜରୁଲକୁ ବୋରୱେଲ ଭିତରକୁ ପଠାଇବାକୁ ଯେତେବେଳେ ନିଷ୍ପତି ନିଆ ଯାଇଥିଲା, ବିନା ଦ୍ୱିଧାରେ ସେ ଏହାକୁ ଗ୍ରହଣ କରି ନେଇଥିଲା । ତେବେ ସୁଡଙ୍ଗ ଖୋଳାଯିବା ପରେ  ବୋରୱଲକୁ କୌଣସି ପଟକୁ ଯିବା ସମ୍ଭବ ନଥିଲା । ଆଉ ଯେତେବେଳେ ଅଞ୍ଜରୁଲକୁ ବୋରୱଲ ଭିତରକୁ ଯିବାକୁ ଜିଲ୍ଲାପାଳ କହିଥିଲେ  । ଅଞ୍ଜରୁଲ ହିଁ କରିବା ପରେ ତାକୁ ପ୍ରସ୍ତୁତ କରାଯାଇଥିଲା ।

ଅଂଜରୁଲଙ୍କ ଦେହରେ ପିନ୍ଧା ଯାଇଥିଲା ସେଫଟି ବେଲଟ । ଆଉ  ସେଫଟି ବେଲଟି ପିନ୍ଧି ବୋରୱେଲ ଭିତରୁ ରାହୁଲଙ୍କୁ ଟାଣିଆଣିଥିଲା ଅଞ୍ଜରୁଲ । ରାହୁଲ ଉଦ୍ଧାରରେ ଅଞ୍ଜରୁଲର  ଭୂମିକା ଭୁରି ଭୁରି ପ୍ରଂଶସା କରିଛନ୍ତି ଜିଲ୍ଲାପାଳ  ।   ରାୟପୁରରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ଅଞ୍ଜରୁଲଙ୍କ ସମ୍ବର୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ  । ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା, ସତରେ ଅଞ୍ଜରୁଲଙ୍କ ସାହସକୁ  ସାବାସ ଦେବାକୁ ପଡିବ ।

ତେବେ କିଟିକିଟି ଅନ୍ଧାର ଆଉ ଆଣ୍ଠୁଏ ପାଣି ଆଉ ଏସବୁ ଭିତରେ ବିଷାକ୍ତ ସାପ, ଏକାଧିକ ଶତ୍ରୁ ରାସ୍ତା ରେ ଥିଲେ ହେଲେ ରାହୁଲ ହାରି ନଥିଲେ ସାପ କୁ ଖାତିର କରି ଥିଲେ ନା ମୃତ୍ୟୁ ଆଗରେ ମୁଣ୍ଡ ନୁଆଇଁ ଥିଲେ । କାରଣ ସେ ଜାଣି ସାରି ଥିଲେ କି ଏତେ ଶତ୍ରୁ ସାମ୍ନା ରେ ମଧ୍ୟ ସେ ବଳବାନ ଆଉ ଶକ୍ତିଶାଳୀ । ଆମେ ବିଷାକ୍ତ ସାପ ଟିଏ ଦେଖିଲେ ଚିତ୍କାର କରୁ ରକ୍ଷା ପାଇବା ପାଇଁ ଦୌଡ଼ି ପଳାଉ, ହେଲେ ରାହୁଲ ଙ୍କ ପାଖରେ ଚିତ୍କାର କରିବା ପାଇଁ ଶକ୍ତି ଥିଲା ନା ଦୌଡିବା ପାଇଁ କିଛି ବାଟ ଥିଲା ।

ତେବେ ଏଭଳି ପରିସ୍ଥିତି ରେ ବଡ଼ ବଡ଼ ଲୋକ ମଧ୍ୟ ହାର ମାନି ଯିବେ ହେଲେ ହେଲେ କେଉଁ ଅଂଶ ରାହୁଲ ଙ୍କୁ ଏତେ ଶକ୍ତି ଯୋଗାଇଲା ଯେ ରାହୁଲ ସାମ୍ନା ରେ ମୃତ୍ୟୁ ଦୂତ କୁ ଦେଖି ବି ପରାଜୟ ବରଣ କରି ନଥିଲେ, ଲଢ଼ିଲେ ଆଉ ଜିତିଲେ | ତେବେ ରେସକ୍ୟୁ ଅପରେସନ ରେ ରାହୁଲ ଙ୍କୁ ଉଦ୍ଧାର କରିବା ପରେ ସେ ଆପୋଲୋ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି ।ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *