ସିନେ ତାରକା Siddhanta, Akash, Arindam ଙ୍କୁ କାହିଁକି ଷ୍ଟାର୍ ପ୍ରଚାରକ ତାଲିକାରେ ସାମିଲ କଲାନି ବିଜେପି…

ଷ୍ଟାର ପ୍ରଚାରକରେ ରହିଲେନି ଏହି ଷ୍ଟାର ! ଷ୍ଟାର ପ୍ରଚାରକ ଭାବେ ସ୍ଥାନ ଦେଲାନି ଦଳ । ଓଡିଶା ପାଇଁ କେଉଁ ଷ୍ଟାର ମାନେ ପ୍ରଚାର କରିବେ ସେଥିପାଇଁ ବିଜେପି ତାର ତାଲିକା ବାହାର କରିଛି । ଉଭୟ ଲୋକସଭା ଓ ବିଧାନସଭା ପାଇଁ ଷ୍ଟାର ପ୍ରଚାର ତାଲିକା ବାହାରିଛି । ଯେଉଁ ତାଲିକାରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ମୋଟ 40 ଜଣଙ୍କ ର ନାମ ରହିଛି ।

ଓଡିଶା ପାଇଁ ପ୍ରସ୍ତୁତ ହୋଇଥିବା ଷ୍ଟାର ପ୍ରଚାରକ ତାଲିକାରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପି ନୋଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଏବଂ ସ୍ମୃତି ଇରାନୀଙ୍କ ଭଳି ବଡ ବଡ ହେଭିୱେଟ ନେତା ମାନେ ଷ୍ଟାର ପ୍ରଚାରକ ଲିଷ୍ଟରେ ରହିଛନ୍ତି । ଏଥିସହ ଅନ୍ୟ 4 ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ତାଲିକାରେ ରହିଛନ୍ତି ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦଭ, ଆସାମ ମୁଖ୍ୟମନ୍ତ୍ରୀ ହିମତ ବିଶ୍ଵଶର୍ମା, ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣନୁ, ଦେଓ ମଧ୍ୟ ଏହି ତାଲିକାରେ ରହିଛନ୍ତି । ଯେଉଁ ମାନେ କି ଓଡିଶାକୁ ନିର୍ବାଚନ ପ୍ରଚାର କରିବା ପାଇଁ ଆସିବେ । ଏଥିସହ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦଭ, ଅଶ୍ଵିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ଜ୍ଯୋତି ଆଦିତ୍ଯ ସିହ୍ନା, ବୈଜଯନ୍ତ ପଣ୍ଡା ଏହି ମାନେ ମଧ୍ୟ ଷ୍ଟାର ପ୍ରଚାରକ ଲିଷ୍ଟରେ ରହିଛନ୍ତି ।

ଓଡିଶା ସିନେ ତାରକାଙ୍କ ମଧ୍ୟରୁ ଅନୁଭବ ମହାନ୍ତି, ଶ୍ରୀତମ ଦାସ, ପିଙ୍କି ପ୍ରଧାନ ଓ ହରିହର ମହାପାତ୍ରଙ୍କୁ ବିଜେପି ନିଜ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ଦେଇଛି । ହେଲେ ଏହି ସିନେ ତାରକା ନିର୍ବାଚନ ପ୍ରଚାର ଲିଷ୍ଟରେ ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ଓ ଅରିନ୍ଦମ ରଏ ବିଜେପି ଦଳରେ ଥିଲେ ମଧ୍ୟ ଦଳ ସେମାନଙ୍କୁ ଷ୍ଟାର ପ୍ରଚାରକ ଲିଷ୍ଟରେ ସ୍ଥାନ ଦେଇ ନାହିଁ । ନିକଟରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ଏହି ଷ୍ଟାର ପ୍ରଚାରକ ମାନଙ୍କୁ ଦଳ ଷ୍ଟାର ପ୍ରଚାରକ ଲିଷ୍ଟରେ କିନ୍ତୁ ସ୍ଥାନ ଦେଇନାହିଁ ।

ତେବେ ଏହି ଷ୍ଟାର ମାନଙ୍କୁ ଦଳ କାହିଁକି ଷ୍ଟାର ପ୍ରଚାରକ ଲିଷ୍ଟରେ ସ୍ଥାନ ଦେଇନାହିଁ । ବର୍ତ୍ତମାନ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତିର ଚର୍ଚା ଲାଗି ରହିଛି । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ମଧ୍ୟ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *