ଏହି ସବୁ କାରଣ ପାଇଁ ହୋଇ ପାରିଲା ନାହିଁ ମେଣ୍ଟ ! ଦୁଇ ଦଳ ମଧ୍ୟରେ ଛିଡ଼ି ପାରିଲା ନାହିଁ ଆସନ ସଂଖ୍ୟା…

ଏହି କାରଣ ଯୋଗୁ ହୋଇ ପାରିଲା ନାହିଁ ମେଣ୍ଟ ! ହଁ ଆଜ୍ଞା ଗତ କିଛି ଦିନ ଧରି ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେବ ବୋଲି ଖୁବ ଚର୍ଚା ଲାଗି ରହିଥିଲା । ତେବେ ଉଭୟ ଦଳ ମଧ୍ୟ ମେଣ୍ଟ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ହେଲେ ଏହି ମେଣ୍ଟ କଥା ବର୍ତ୍ତମାନ ବିଫଳ ହୋଇଯାଇଛି । ତେବେ ଆସନର ଅଙ୍କ ଠିକ ଭାବେ ଛିଡି ପାରିନଥିବା କାରଣରୁ ମେଣ୍ଟ ହୋଇ ପାରିଲା ନାହିଁ ବୋଲି ଏବେ ପୁଣି ଚର୍ଚା ଧରିଛି। ତେବେ ଏଠାରେ କହି ରଖିବା ପାଇଁ ଚାହିଁବୁ କି !

ଖବର ମୁତାବିକ ଓଡିଶାରେ ମେଣ୍ଟ ସରକାର ହେବ ନାହିଁ । ଉଭୟ ଦଳ ଅର୍ଥାତ ବିଜେପି ଓ ବିଜେଡି ସ୍ଵତନ୍ତ୍ର ଭାବେ ଲଢିବେ । ତେବେ ସବୁ କଳ୍ପନା ଓ ଜଳ୍ପନାର ଅନ୍ତ ଘଟିବାର ଦେଖିବାକୁ ମିଳିଛି। ରାଜ୍ୟରେ ଏକାକୀ ସରକାର ବିଜେପି ଗଢିବାକୁ ଯାଉଛି । ତେବେ ଯେଉଁ ମେଣ୍ଟ ହେବା ନେଇ ଏତେ ଚର୍ଚା ହେଉଥିଲା । ସେହି ମେଣ୍ଟ ହେବ ନାହିଁ କାହିଁକି ? ତେବେ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ନହେବା ପଛରେ ମଧ୍ୟ ଅନେକ ବଡ ବଡ କାରଣ ରହିଛି ।

ତାହା ମଧ୍ୟରେ ସବୁଠାରୁ ପ୍ରମୁଖ କାରଣ ହେଉଛି ସିଟ ଶେୟାରିଙ୍ଗ । ତେବେ କେଉଁ ଦଳ କେତୋଟି ଲେଖାଏଁ ଓ କେଉଁ ସ୍ଥାନରେ ଆସନ ନେବ ? ଏହି ସବୁ କଥାର ଅଡୁଆରେ ଓଡିଶାରେ ଆଉ ମେଣ୍ଟ ହୋଇପାରିବ ନାହିଁ ବୋଲି ଖବର ଆସୁଛି । ତେବେ ଲୋକସଭାରେ ବିଜେପି 13 ଓ ବିଜେଡି 8 ଆସନରେ ପ୍ରାଥୀ ଦେବେ । ସେହିଭଳି ବିଧାନସଭା ଆସନ ମଧ୍ୟରୁ ବିଜେପି 49 ଓ ବିଜେଡି 89 ଆସନରେ ପ୍ରାଥୀ ନେଇପାରେ ।

ତେବେ ଏହି ସବୁ ଦାବୀ ପୂରଣରେ ଉଭୟ ଦଳର ମତ ଏକ ହୋଇ ନପାରିବାରୁ ବିଜେଡି ଓ ବିଜେପି ମଧ୍ୟରେ ହେବାକୁ ଯାଉଥିବା ମେଣ୍ଟ ଆଉ ହୋଇପାରିବ ନାହିଁ । ଏଭଳି କି ଗୁରୁତ୍ଵପୂର୍ଣ୍ଣ ଆସନ ମଧ୍ୟରେ ଟଣା ଓଟରା ହେବା କାରଣରୁ ମେଣ୍ଟ ସ୍ଵପ୍ନ ଅଧାରେ ରହିଗଲା । ତେବେ ବିଜେପି ଏଥର ଏକା ଲଢିବ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି । ଓଡିଶାରେ ବିଜେପି ସରକାର ଗଢିବ ବୋଲି ମତ ରଖିଛନ୍ତି । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇଁ ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *