ସେଦିନ ଏହି 5 ଜଣ ନିଷ୍ଠୁର ସାଜି ଯାହା କରିଥିଲେ, ଆଜି ସେହି କାରଣ ପାଇଁ କୋର୍ଟ ଦେଲେ ଫାଶୀ ଦଣ୍ଡ !

ସେଦିନ ଏହି 5 ଜଣ ନିଷ୍ଠୁର ସାଜି ଯାହା କରିଥିଲେ… ଏବେ ସେମାନଙ୍କୁ ମିଳିବ ଫାଶୀ ଦଣ୍ଡ ! ସୂଚନା ଅନୁଯାଇ ଓଡିଶାରେ କିଛି ଏଭଳି ଘଟଣା ଘଟିଯାଇଥିଲା । ଯେଉଁ କାରଣରୁ ସେମାନଙ୍କୁ କୋର୍ଟ ପକ୍ଷରୁ ଫାଶୀ ଦଣ୍ଡର ଶୁଣାଯାଇଛି । ହଁ ଆଜ୍ଞା ବହୁତ ଚର୍ଚିତ ରାମଚନ୍ଦ୍ର ବେହେରାଙ୍କ ହତ୍ୟା ଘଟଣା ପାଇଁ 5 ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି । କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏକ ଗ୍ରାମର ରାମଚନ୍ଦ୍ର ବେହେରା ହତ୍ୟା ମାମଲାରେ ରାୟ ପ୍ରକାଶ ପାଇଛି ।

ଏହି ଘଟଣାରେ ସମ୍ପୃକ୍ତ ଥିବା 5 ଜଣ ଦୋଷୀଙ୍କୁ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ସେହି 5 ଜଣ ଦୋଷୀ ହେଉଛନ୍ତି ଅଜୟ ପୁଷ୍ଟି, ସଞ୍ଜୟ ପୁଷ୍ଟି, ଅଲେଖ ପୁଷ୍ଟି, ଅରୁଣ ପୁଷ୍ଟି ଓ ଦୋଳବୋଇତଙ୍କୁ ଫାଶୀ ଦଣ୍ଡ ଦେବାର ରାୟ ପ୍ରକାଶ ପାଇଛି । ତେବେ ଏହି 5 ଜଣଙ୍କୁ କଣ ପାଇଁ ଫାଶୀ ଦଣ୍ଡାଦେଶ ଶୁଣାଯାଇଛି ? 2019 ମସିହାରେ ରାମଚନ୍ଦ୍ର ବେହେରାଙ୍କୁ ଅତି ବିଭତ୍ସ ଭାବେ ଘର ସାମ୍ନାରେ ହ-ତ୍ୟା କରାଯାଇଥିଲା ।

ପ୍ରଥମେ ରାମଚନ୍ଦ୍ରଙ୍କୁ ଏହି 5 ଜଣ ଅପରାଧୀ ଘର ବାହାରକୁ ଡ଼ାକିଥିଲେ । ତାପରେ ତାଙ୍କରି ଘର ସାମ୍ନାରେ ତାଙ୍କୁ ନୃଶଂସ ଭାବରେ ହ-ତ୍ୟା କରିଦେଇଥିଲେ । ଏପରିକି ତାଙ୍କ ଦେହରୁ 2 ଟି ହାତ ଅଲଗା କରି ଦେଇ ଗାଁ ସାରା ଏହି ଅପରାଧୀ ମାନେ ଆତଙ୍କ ଖେଳାଇଥିଲେ । ଏପରିକି ରାମଚନ୍ଦ୍ରଙ୍କୁ ଏଭଳି ନୃଶଂଶ ଭାବେ ହତ୍ୟା କରି ତାଙ୍କ ମାଂସକୁ ମଧ୍ୟ ଖାଇଥିଲେ ବୋଲି କୁହାଯାଉଛି । 2019 ମସିହାର ମାର୍ଚ 25 ତାରିଖରେ ରାମଚନ୍ଦ୍ରଙ୍କୁ ହ-ତ୍ୟା କରାଯାଇଥିଲା । 53 ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଏପରି କାମ କରିଥିବା ଦୋଷୀ ମାନଙ୍କୁ ଏବେ ଫାଶୀର ଦଣ୍ଡ ଶୁଣାଯାଇଛି ।

ରାମଚନ୍ଦ୍ର ହ-ତ୍ୟା ଘଟଣାରେ 5 ଜଣ ଅପରାଧୀଙ୍କୁ 302 ଦଫାରେ ଫାଶୀଦଣ୍ଡାଦେଶ ଶୁଣାଯାଇଛି । ତେବେ ଏଭଳି ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟକର ପରିବେଶ ସୃଷ୍ଟି କରିଛି । କାରଣ ଗତ 5 ବର୍ଷ ତଳର ଘଟଣାକୁ କୋର୍ଟଙ୍କ ଦ୍ଵାରା ବିଚାର କରାଯାଇ ଦୋଷୀ ମାନଙ୍କୁ ଦଣ୍ଡରେ ଦଣ୍ଡିତ କରାଯାଇଛି । କାରଣ ସେଦିନ ଯେଉଁ 5 ଜଣ ନିଷ୍ଟୁର ସାଜି ଏଭଳି କିଛି କରିଥିଲେ । ସେହି ପାଞ୍ଚ ଜଘନ୍ୟ ଅପରାଧୀଙ୍କୁ କୋର୍ଟ ପକ୍ଷରୁ ଫାଶୀଦଣ୍ଡରେ ଦଣ୍ଡିତ କରାଯାଇଛି । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇଁ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *