ସାମ୍ନାକୁ ଆସିଲା ସତ ! ଏହି କାରଣ ପାଇଁ Anubhav Mohanty ଙ୍କୁ ଦିଆହେଲନି BJP ଟିକେଟ ?

ଅନୁଭବଙ୍କୁ ଟିକେଟ ନମିଳିବା ପଛରେ ବଡ କାରଣ ! ଅନୁଭବ ମହାନ୍ତି ନିକଟ ଅତୀତରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ବିଜେଡି ଦଳ ତାଙ୍କୁ ଅବହେଳା କରୁଥିବା କାରଣରୁ ଅନୁଭବ କୁଆଡେ ଦଳ ପରିବର୍ତ୍ତନ କରିଥିଲେ ବୋଲି ଚର୍ଚା ଉଠିଥିଲା । ତେବେ ଅନୁଭବ ମହାନ୍ତି ଟିକେଟ ପାଇବା ଆଶାରେ ବିଜେଡି ଛାଡି ବିଜେପିରେ ମିଶିଥିଲେ । ହେଲେ ନା ନା କେନ୍ଦ୍ରାପଡାରୁ ନା କଟକ ବାରବାଟୀରୁ ଟିକେଟ ପାଇଲେ ଅନୁଭବ !

ଟିକେଟ ପାଇବା ଆଶାରେ ବିଜେଡି ଛାଡି ବିଜେପିରେ ମିଶିଥିବା ଅନୁଭବ କେଉଁଠାରୁ ବି ଟିକେଟ ପାଇପାରିଲେ ନାହିଁ । ବିଜେପି ତା’ ର କୌଣସି ଆସନରୁ ମଧ୍ୟ ଅନୁଭବ ମହାନ୍ତିଙ୍କୁ ନିର୍ବାଚନ ଲଢିବା ପାଇଁ ଟିକେଟ ଦେଇନାହିଁ । ତେବେ ବିଜେପି ଅନୁଭବ ମହାନ୍ତିଙ୍କୁ ଟିକେଟ ନଦେବାର କାରଣ ଏବେ ଜଣା ପଡିଯାଇଛି । ତେବେ କାରଣଟି କିଛି ଏଭଳି ରହିଛି । ବିଜେପିର ମନିଟରିଙ୍ଗ ଟିମ ଯାଞ୍ଚ କରିବା ପରେ ଟିକେଟ ଦେଇ ନାହିଁ ବୋଲି ଚର୍ଚା ଲାଗିଛି । ଅନୁଭବ ମହାନ୍ତିକୁ ପୁଣି ଥରେ କୋର୍ଟରୁ ଝଟକା ଲାଗିଛି ।

ପୁରୀଘାଟ ଥାନାରେ ବର୍ଷାଙ୍କ ଉପରେ ହୋଇଥିବା ଘରୋଇ ହିଂସା ନେଇ କୋର୍ଟରେ ଚାର୍ଜସିଟ ଦାଖଲ ହୋଇଛି । ଯେଉଁ ଚାର୍ଜ ସିଟରେ ଅନୁଭବ ମହାନ୍ତି ଘରୋଇ ହିଂସା କରିଥିବା ପ୍ରମାଣ ରହିଛି । ବିଜେପି ଟିକେଟ ଦେବା ପୂର୍ବରୁ ଇଣ୍ଟରନାଲ ସର୍ଭେ କରିଥାଏ । ଟିକେଟ ପାଇବାକୁ ଥିବା ଆଶାୟୀ ପ୍ରାର୍ଥୀ ମାନଙ୍କର ପୁରା ଡାଟାକୁ ଯାଞ୍ଚ କରିଥାଏ । ତେବେ ଏହି ଯାଞ୍ଚ ସମୟରେ ହୁଏତ ବିଜେପି ଏପରି କିଛି ଆଗୁଆ ଜାଣିବାକୁ ପାଇଥିଲା । ଯେ ଅନୁଭବ ମହାନ୍ତି ପୁଣି ଥରେ ଘରୋଇ ହିଂସା ମାମଲାରେ ଫସିବାକୁ ଯାଉଛନ୍ତି ।

ଯଦି ତାଙ୍କୁ ଟିକେଟ ଦିଆଯାଏ, ତେବେ ବିରୋଦ୍ଧି ଦଳ ମାନେ ଚାର୍ଜ ସିଟକୁ ନେଇ ଦଳକୁ ଟାର୍ଗେଟ କରି ପାରନ୍ତି । ତେବେ ଏଭଳି କିଛି କାରଣ ପାଇଁ ଅନୁଭବ ମହାନ୍ତିଙ୍କୁ ବିଜେପି କଟକ ବାରବାଟୀ ଟିକେଟର ପ୍ରାର୍ଥୀ ଟିକେଟ ଦେଇନାହିଁ । ଅନୁଭବ ମହାନ୍ତିଙ୍କ ବଦଳରେ କଟକ ବାରବାଟୀର ବିଧାନସଭା ଟିକେଟ ବିଜେପି ଦଳ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ଦେଇଛି ।

ତେବେ ବିଜେଡି ଛାଡି ବିଜେପିରେ ନୂଆ ନୂଆ କରି ମିଶିଥିବା ଅନୁଭବ ମହାନ୍ତି ଘରୋଇ ହିଂସା ମାମଲାରେ ଫସିଥିବା କାରଣରୁ ତାଙ୍କ ରାଜନୈତିକ କ୍ଯାରିଅରରେ ବଡ ସମସ୍ଯା ଆଗକୁ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *