Health tips; – ଏହି ଏକମାତ୍ର ପତ୍ରର ସେବନ ଶରୀରରୁ ଅନେକ ରୋଗକୁ କରେ ନାଶ ! ଶରୀର ନୀରୋଗ ରୁହେ…

ବନ୍ଧୁଗଣ ଅମୃତଭଣ୍ଡା ଆମେ ସମସ୍ତେ ଖାଦ୍ୟ ରୂପେ ସେବନ କରିଥାଉ । ଅମୃତଭଣ୍ଡାକୁ ଆମେ କଞ୍ଚା ଓ ପାଚିଲା ଉଭୟକୁ ଖାଇଥାଉ । ତେବେ ଅମୃତଭଣ୍ଡା ସହ ଅମୃତଭଣ୍ଡାର ପତ୍ର ମଧ୍ୟ ଆମ ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ । ଯେଉଁ ବ୍ୟକ୍ତି ଏହି ପତ୍ରର ସେବନ କରିଥାଏ । ତାହାର ଶରୀରରେ ଅନେକ ରୋଗ ବେମାରୀ ଦୂର ହୋଇଥାଏ । ତେବେ ଚାଲନ୍ତୁ ଅମୃତଭଣ୍ଡାର ପତ୍ରର ଉପକାରୀତା ବିଷୟରେ ଆଲୋଚନା କରିବା ।

ବନ୍ଧୁଗଣ ଅମୃତଭଣ୍ଡା ଖାଇବା ଦ୍ଵାରା ଯେମିତି ଆମ ଶରୀରକୁ ବହୁତ ସାରା ଫାଇଦା ମିଳିଥାଏ । ସେହିପରି ତାର ପତ୍ର ଦ୍ଵାରା ମଧ୍ୟ ଆମ ଶରୀରକୁ ଅନେକ ପ୍ରକାର ଫାଇଦା ପହଞ୍ଚିପାରିଥାଏ । କାରଣ ଏହି ପତ୍ର ଔଷଧୀୟ ଗୁଣରେ ଭରି ହୋଇ ରହିଛି । ଯଦିଓ ଏହି ପତ୍ରର ସେବନ ଆମକୁ ପିତା ଲାଗିବ । ତଥାପି ମଧ୍ୟ ସେଥିରେ ଭିଟାମିନ ଭରପୁର ମାତ୍ରାରେ ମିଳିଥାଏ । ଯେପରି ଅମୃତଭଣ୍ଡାର ପତ୍ରରେ ଭିଟାମିନ-a, b, c, d ଓ e ରହିଥାଏ ।

ଏଥିସହ କ୍ୟାଲସିୟମର ମାତ୍ରା ମଧ୍ୟ ରହିଥାଏ । ଯାହା ଶରୀର ପାଇଁ ଦରକାରୀ ହୋଇଥାଏ । ତେଣୁ ଆପଣଙ୍କୁ ଅମୃତଭଣ୍ଡା ପତ୍ରର ଫାଇଦା ପାଇବାକୁ ଥିଲେ । ପ୍ରତ୍ଯେକ ଦିନ ସକାଳେ ଅମୃତଭଣ୍ଡା ପତ୍ରର ଯୁସ ପ୍ରସ୍ତୁତ କରି ତାହାକୁ ସେବନ କରିବାକୁ ପଡିବ । ତେବେ ଏହି ପତ୍ରର ଯୁସ ସେବନ କରିବା ଦ୍ଵାରା ଶରୀରକୁ ମିଳୁଥିବା ଫାଇଦା ଗୁଡିକ ହେଉଛି । 1- ଏହାର ସେବନ ଦ୍ଵାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବା ଇମ୍ମ୍ଯୁନୀଟି ପାୱାର ବଢିଥାଏ ।

ଯାହା ଦ୍ଵାରା ଆମକୁ ବାରମ୍ବାର ଥଣ୍ଡା, କାଶ କିମ୍ବା ଜ୍ଵରରେ ପୀଡିତ ହେବାକୁ ପଡିନଥାଏ । 2- ଏହା ଆମ ପେଟର ଡାଇଜେସନ ପ୍ରକ୍ରିୟାକୁ ଶକ୍ତିଶାଳୀ କରିଥାଏ । ଯାହା ଦ୍ଵାରା ଖାଦ୍ୟ ଠିକ ଭାବେ ହଜମ ହୋଇବା ସହ ଭୋକ ମଧ୍ୟ ଲାଗିଥାଏ ।

3- ଶରୀରରେ ବ୍ଲଡ୍ ର ପରିମାଣକୁ ଠିକ ରଖିଥାଏ । ଯାହା ଦ୍ଵାରା ବ୍ୟକ୍ତିକୁ ଏନିମିଆ ଭଳି ସମସ୍ଯାରୁ ବଞ୍ଚାଇ ରଖିଥାଏ । ଏହି ପତ୍ରର ଯୁସର ସେବନ କରିବା ଦ୍ଵାରା ସ୍କିନ ମଧ୍ୟ ହେଲଦି ରହିଥାଏ । ମୁହଁରେ ରହିଥିବା କଳା ଦାଗ, ବ୍ରଣ ଆଦି ଦୂର ହୋଇ ମୁହଁର ଚମକ ବଢିଥାଏ । ଏଥିସହ ଅମୃତଭଣ୍ଡା ପତ୍ରର ଯୁସ ପିଇବା ଦ୍ଵାରା କ୍ୟାନ୍ସର ଭଳି ବଡ ରୋଗରୁ ମଧ୍ୟ ବ୍ୟକ୍ତି ଦୂରେଇ ରହିଥାଏ ।

ତେବେ ଅମୃତଭଣ୍ଡା ସହ ତାହାର ପତ୍ର ମଧ୍ୟ ବ୍ୟକ୍ତିର ଶରୀର ପାଇଁ ଉପକାରୀ ହୋଇଥାଏ । ବନ୍ଧୁଗଣ ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *