ଅନୁଭବଙ୍କୁ ବଡ଼ ଝଟକା ଦେଲା ଏହି ଅଦୃଶ୍ୟ ଶକ୍ତି, ଯାହା ପାଇଁ ଛାଡ଼ିଦେଲେ ବିଜେଡି ଦଳ Anubhav Mohanty

ଅଦୃଶ୍ୟ ଶକ୍ତି ଯୋଗୁ ମୁଁ ଦଳ ଛାଡିଲି । ହଁ ଆଜ୍ଞା ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ବିଜେଡି ଦଳ ଛାଡିଦେଇଛନ୍ତି । ତେବେ ଯେଉଁ କଥା ବିଗତ କିଛି ମାସ ଧରି ଚର୍ଚା ହେଉଥିଲା । ଅନୁଭବ ଦଳ ଛାଡିବେ ଛାଡିବେ ବୋଲି ସେହି କଥା ସତ ହୋଇଯାଇଛି । ଅନୁଭବ ନିଜେ ଦଳରୁ ଇସ୍ତଫା ଦେଇ ଦଳ ଛାଡି ଦେଇଛନ୍ତି । ଅନୁଭବଙ୍କର ଦଳ ଛାଡିବା ପରେ କେଉଁ ଗୋଟେ ଅଦୃଶ୍ୟ ଶକ୍ତିର ହାତ ରହିଛି ବୋଲି ଅନୁଭବ ଲେଖିଛନ୍ତି । ଯେଉଁ ଅଦୃଶ୍ୟ ଶକ୍ତି ପାଇଁ ଅନୁଭବ ଦଳ ଛାଡି ଦେଇଛନ୍ତି ।

ତେବେ ଅନୁଭବଙ୍କୁ ବିଜେଡି ଯେବେ ଠାରୁ ଅଣଦେଖା କରିବା ଆରମ୍ଭ କରିଦେଇଥିଲା । ସେବେଠାରୁ ଦଳ ପ୍ରତି ତାଙ୍କ ମନରେ ବିତୃଷ୍ଣା ଭାବ ଚାଲି ଆସିଥିଲା । ହେଲେ ଅନୁଭବ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବହୁତ ସମ୍ମାନ କରନ୍ତି । ତାଙ୍କୁ ନିଜର ପିତୃତୁଲ୍ୟ ବୋଲି ମଧ୍ୟ ଭାବନ୍ତି । ହେଲେ କେଉଁ ଏକ ଅଜଣା ଶକ୍ତି ପାଇଁ ଅନୁଭବ ମହାନ୍ତି ବିଜେଡି ଦଳ ଛାଡି ଦେଇଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି । ଦଳ ଛାଡିବା ପରେ ଅନୁଭବ ବିଜେପିରୁ ଲୋକସଭା ପ୍ରାର୍ଥୀ ରୂପେ ଛିଡା ହେବା ନେଇ ଯେଉଁ ଚର୍ଚା ବର୍ତ୍ତମାନ ସମୟରେ ହୋଇଛି ।

ସେହି ଚର୍ଚା ବର୍ତ୍ତମାନ ସମୟରେ ଥମିବାରେ ନାଁ ନେଉ ନାହିଁ । ହେଲେ ବିଜେପିରୁ ପ୍ରାର୍ଥୀ ହୋଇ ଅନୁଭବ ଛିଡା ହେଉଛନ୍ତି କି ନାହିଁ ତାହା ତ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଠ ହୋଇପାରିନାହିଁ । ହେଲେ ଅନୁଭବଙ୍କର ବିଜେଡି ଛାଡିବା ପଛର କାରଣ କିନ୍ତୁ କିଛି ଏପରି ରହିଛି । ଯେ ବିଜେଡିରେ ଥିବା ସମୟରେ ତାଙ୍କୁ ଏପରି କିଛି କଥା ବହୁତ ଆଘାତ ଦେଇଛି ।

ଯେଉଁ କାରଣରୁ ସେ ଦୀର୍ଘ କିଛି ବର୍ଷ ଧରି ଦଳରେ ରହି କାମ କରୁଥିଲେ ମଧ୍ୟ ସେଠାରେ ସେ ଅଣନିଶ୍ଵାସୀ ହୋଇଯାଉଥିଲେ । ତେଣୁ ସେ ବାଧ୍ୟ ହୋଇ ବିଜେଡି ଦଳରୁ ଇସ୍ତଫା ଦେଇ ବିଜେଡି ପାର୍ଟି ଛାଡି ଦେଇଛନ୍ତି । ତେବେ ଅନୁଭବଙ୍କ କହିବା ମୁତାବକ ମାତୃଭୂମୀ ପାଇଁ ମୋତେ ଏପରି କିଛି କରିବା ଉଚିତ ଲାଗିଥିଲା । ତେଣୁ ମୁଁ ଦଳ ଛାଡିବାକୁ ବାଧ୍ୟ ହୋଇପଡିଲି । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇଁ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *