ଏହି 5 Bollywood Actress ଦେଇପାରିବେନି ଭୋଟ !

ସମୟ ଯେତିକି ଯେତିକି ଗଡି ଯାଉଛି । ନିର୍ବାଚନର ସମୟ ସେତିକି ପାଖେଇ ଆସୁଅଛି । ତେବେ ଆଗକୁ ଭୋଟ ନିର୍ବାଚନ ପାଖେଇ ଆସିଲାଣି । ଭାରତର ନିର୍ବାଚନରେ ଭାରତୀୟ ଲୋକ ଅଂଶ ଗ୍ରହଣ କରି ନିଜର ପସନ୍ଦ ମୁତାବକ ପ୍ରାର୍ଥୀଙ୍କୁ ଭୋଟ ଦେବାର ତାଙ୍କର ଅଧିକାର ରହିଥାଏ । ହେଲେ ଏହି 5 ଜଣ ବଲିଉଡ ଅଭିନେତ୍ରୀ ଭୋଟ ଦେବା ଅଧିକାରରୁ ବଞ୍ଚିତ ରହିଛନ୍ତି । ତେବେ ସେ କେଉଁ 5 ଜଣ ଅଭିନେତ୍ରୀ ଯେଉଁ ମାନେ ଭୋଟ ଦେବାରୁ ବଞ୍ଚିତ ହେବେ ତାଙ୍କ ବିଷୟରେ ଜାଣନ୍ତୁ ।

କାଟ୍ରିନା କେଫ;- କାଟ୍ରିନା ହେଉଛନ୍ତି ଜଣେ ବିଦେଶୀ ନାଗରିକ । ସେ ଭାରତରେ ରୁହନ୍ତି । ହେଲେ ସେ ଭାରତୀୟ ନାଗରିକତ୍ଵ ଏବେ ପର୍ଯ୍ୟନ୍ତ ଗ୍ରହଣ କରିନାହାନ୍ତି । କାଟ୍ରିନା ବ୍ରିଟିଶ ହଙ୍ଗକଙ୍ଗରେ ଜନ୍ମ ଗ୍ରହଣ କରିଥିଲେ । ତେଣୁ ଏହି ଅଭିନେତ୍ରୀ ଜଣଙ୍କ ଭାରତୀୟ ନାଗରିକ ହୋଇନଥିବାରୁ ସେ ଭାରତରେ ଭୋଟ ଦେଇପାରିବେ ନାହିଁ ।

ଆଲିଆ ଭଟ୍ଟ;- ବଲିଉଡର ଜଣେ ଆଗ ଧାଡିର ଅଭିନେତ୍ରୀ ହେଉଛନ୍ତି ଆଲିଆ ଭଟ୍ଟ । ଆଲିଆ ଏବେ ପର୍ଯ୍ୟନ୍ତ ମଧ୍ୟ ଭାରତୀୟ ନାଗରିକତ୍ଵ ପାଇପାରିନାହାନ୍ତି । ଯାହା ଫଳରେ କି ସେ ବ୍ରିଟିଶ ନାଗରିକତ୍ଵ ଧାରଣ କରିଛନ୍ତି । କାରଣ ଆଲିଆ ଭାରତରେ ନୁହେଁ ବଂର ଇଂଲଣ୍ଡରେ ଜନ୍ମ ଗ୍ରହଣ କରିଥିଲେ ।

ନୋରା ଫତେଇ;- ବଲିଉଡ ଅଭିନେତ୍ରୀ ନୋରା ବଲିଉଡରେ ନିଜର ଅଭିନୟ ତଥା ଡ୍ୟାନ୍ସ ପାଇଁ ବହୁତ ଫେମସ ହୋଇଥିଲେ ସୁଦ୍ଧା ସେ କାନାଡାର ନାଗରିକତ୍ଵ ଗ୍ରହଣ କରିଛନ୍ତି । ତେଣୁ ନୋରା ମଧ୍ୟ ଭାରତୀୟ ନିର୍ବାଚନ ଭୋଟରେ ସାମିଲ ହୋଇପାରିବେ ନାହିଁ ।

ଜ୍ୟାକଲିନ ଫର୍ନାନ୍ଡିଜ;- ଜ୍ୟାକଲୀନ ଫର୍ନାନ୍ଡିଜଙ୍କ ବାପା ଶ୍ରୀଲଙ୍କାର ହୋଇଥିବା ବେଳେ ତାଙ୍କ ମାଆ ମାଲେସିଆର ଅଟନ୍ତି । ତେଣୁ ଜ୍ୟାକଲିନ ଶ୍ରୀଲଙ୍କାର ନାଗରିକତ୍ଵ ବହନ କରନ୍ତି । ତେଣୁ ଏହି ଅଭିନେତ୍ରୀ ମଧ୍ୟ ଭୋଟ ଭାରତରେ ଭୋଟ ଦେଇପାରିବେ ନାହିଁ ।

ସନ୍ନି ଲିଓନି;- ସନ୍ନି ଲିଓନି କାନାଡାର ନାଗରିକତ୍ଵ ପାଇଛନ୍ତି । ସନ୍ନି ଲିଓନି ବଲିଉଡରେ ବହୁତ ଫେମସ ଅଟନ୍ତି । ସେ ବର୍ତ୍ତମାନ ଭାରତରେ ମଧ୍ୟ ରୁହନ୍ତି । ହେଲେ ସେ ଭାରତରେ ରହି ମଧ୍ୟ ଭାରତରେ ଭୋଟ ଦେବାର ଅଧିକାର ତାଙ୍କର ନାହିଁ ।

ଲାଟେଷ୍ଟ ଖବରର ଅପଡେଟ ପାଇଁ ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *