ନମସ୍କାର ବନ୍ଧୁଗଣ ଆପଣ ମାନେ ପ୍ରତିଦିନ ସଡ଼କରେ ଯିବା ଆସିବା କରୁଥିବେ ହେଲେ ସାରା ଓଡିଶାରେ କିଛି ନାଁ କିଛି ଆପଣ ମାନେ ଖବର ଶୁଣିବାକୁ ପାଉଥିବେ ଯେ ସଡ଼କ ଦୁର୍ଘଟଣା ରେ କେଉଁଠି ନାଁ କେଉଁଠି ଲୋକମାନେ ମୃ-ତ୍ୟୁ ବରଣ କରୁଛନ୍ତି । ଏହି ସଡ଼କ ଦୁର୍ଘଟଣାଜନିତ ମୃ-ତ୍ୟୁ କୁ ରୋକିବା ପାଇଁ ଆମ ହାଇଦ୍ରାବାଦର ଜଣେ ବୃଦ୍ଧ ଦମ୍ପତିଙ୍କ ଅଭିନୟ ପ୍ରୟାସ ରହିଛି ଯାହା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।
ବନ୍ଧୁଗଣ ଏହି ବୃଦ୍ଧ ଦମ୍ପତି ହେଉଛନ୍ତି ସ୍ୱାମୀ ଗଙ୍ଗାଧର କଟନମ ଏବଂ ସ୍ତ୍ରୀ ଭେଙ୍ଖେଟେସ୍ୱରୀ କଟନମ ଦୁହେଁ ବହୁତ ଦିନ ହେବ ହାଇଦ୍ରାବାଦରେ ରହି ଆସୁଛନ୍ତି । ଗଙ୍ଗାଧର ଜଣେ ରେଳବାଇ କର୍ମଚାରି ଥିଲେ, ୨୦୦୮ରେ ଅବସର ପ୍ରାପ୍ତ ପରେ ସେ ଏକ ସଫ୍ଟୱେୟର କମ୍ପାନୀରେ ଚାକିରୀ କରିଥିଲେ । ପ୍ରତିଦିନ ତାଙ୍କର ଯିବା ଆସିବା ବାଟ ବୋହୁତ ଖାଲଖମା ଥିଲା । ଏହି ଖାଲଖମା ଯୋଗୁ ବୋହୁତଲୋକ ଦୁର୍ଘଟଣାର ଶିକାର ହେଉଥିଲେ । ଏହି ବାଟ ଦେଇ ବୋହୁତ ଲୋକ ଯିବା ଆସିବା କରୁଥିଲେ ହେଲେ କିଛି ପଦକ୍ଷେପ ନେଉଥିଲେ ।
କିନ୍ତୁ ଏହି ନବ ବୃଦ୍ଧାଦମ୍ପତି ତାଙ୍କର ମାନବପାଣିଆ ଦେଖେଇ ବାକୁଲାଗିଲେ । ଏହି ରାସ୍ତାର ମରାମତି ପାଇଁ ସେ ମହାନିଗମ କର୍ତ୍ତୃପକ୍ଷ ଙ୍କୁ ଜଣାଇ ଥିଲେ ହେଲେ କିଛି ଫଳ ମିଳିପାରିନଥିଲା । ଏମିତି ପ୍ରତିଦିନ ଦୁର୍ଘଟଣା ଜନିତ ଖବର ଶୁଣିଶୁଣି ଆଉବୃଦ୍ଧା ଦମ୍ପତି ଆଉ ରହିପାରିଲେ ନାହିଁ । ସ୍ୱାମୀ ଗଙ୍ଗା ଧରକଟନମ ଏବଂ ସ୍ତ୍ରୀ ଭେଙ୍ଖେଟେସ୍ୱରୀ କଟନମ ଦୁହେଁ ନିଜ ପାଇସା ରେ ହାଇଦ୍ରାବାଦର ରାସ୍ତା ମରାମତି କରିବାକୁ ଲାଗିଲେ ଯିବା ବାଟରେ ତାଙ୍କଗାଡିପଛରେ ସିମେଣ୍ଟ, ବାଲି, ଗୋଡି, ସାଥିରେ ନେଇକି ଯାଆନ୍ତି ।
ଯେଉଠି ଖାଲଖମା ଦେଖନ୍ତି ସେଠି ମରାମତିକରନ୍ତି ଏମିତି 11 ବର୍ଷ ହେଲା ତାଙ୍କ ଏହି ପ୍ରୟାସ ଜାରି ରହିଥିଲା । ଏହି 11 ବର୍ଷ ମଧ୍ୟର ସେ 2030 ଟି ଖାଲ ପୋତି ଥିବା ବେଳେ ଏହିବାବଦ ରେ 40 ଲକ୍ଷ ଟଙ୍କାଖର୍ଚ୍ଚ କରିସାରିଲେଣି । ଏମିତି ପ୍ରତିଦିନ ରାସ୍ତାର ମରାମତି ଦେଖି ଗଙ୍ଗାଧର ଙ୍କୁ ରୋଡ଼ ଡାକ୍ତର ବୋଲି ହାଇଦ୍ରାବାଦରେ ଡାକନ୍ତି । ଯଦି ଏମିତି ମଣିଷ ସମାଜ ପାଇ ମାନବିକତା ଦେଖାଏ ତେବେ ଏହି ସମାଜ ଆଗକୁ ଯାଇପାରିବ ।
ଆଜି ଠୁ ସ୍ଵାମୀ ଗଙ୍ଗାଧରଙ୍କ ପରି ଆମେ ହେବାପାଇ ଚେଷ୍ଟା କରିବା । ଯଦି ଆମର ଏହି ପ୍ରସଙ୍ଗ ଭଲ ଲାଗେ ତେବେ ଆମକୁ ଲାଇକ, କମେଣ୍ଟ, ସେୟାର, କରନ୍ତୁ । ପ୍ରତିଦିନ ଏମିତି ନୂଆନୂଆ ପୋଷ୍ଟ ଦେଖିବାକୁ ଗୋଟିଏ ଲାଇକ କରନ୍ତୁ ।