11 ବର୍ଷରେ 11 ଟି ପିଲା, ଏବେ 12 ନମ୍ବର ପାଇଁ ହେଉଛନ୍ତି ପ୍ରସ୍ତୁତ, ମହିଳା ଜଣକ ନିଜେ କହିଲେ ବାରମ୍ବାର ମା’ ହେବାର କାରଣ, ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି କଥା ତ ନିଶ୍ଚୟ ଶୁଣିଥିବେ ‘ଛୋଟ ପରିବାର ସୁଖୀ ପରିବାର’ । ଛୋଟ ପରିବାରରେ ଦାୟିତ୍ଵ କମ ଥାଏ ଓ କେବେବି କୌଣସି କଳହ ଲାଗି ନଥାଏ । ହେଲେ ଯଦି ବଡ ପରିବାର ଥିବ ତା ହେଲେ ଦାୟିତ୍ଵ ମଧ୍ୟ ଅଧିକ ରହିଥାଏ । ଛୋଟ ପରିବାରରେ ବ୍ୟକ୍ତି ନିଜ ରୋଜଗାର ଅନୁସାରେ ବହୁତ ଖୁସିରେ ଚଳି ଯାଏ ହେଲେ ବଡ ପରିବାର ପାଇଁ ରୋଜଗାର କ୍ଷମତା ମଧ୍ୟ ବହୁତ ଅଧିକ ଦରକାର ।

ବର୍ତ୍ତମାନର ସମୟରେ ଲୋକମାନେ ଗୋଟିଏ କିମ୍ବା ଦୁଇଟି ଛୁଆ କରିବା ପାଇଁ ଇଛା କରୁଛନ୍ତି । କମ ଛୁଆ ଥିଲେ ପାଳନ ପୋଷଣ ବହୁତ ଭଲ ଭାବରେ ହୋଇପାରିବ । ହେଲେ ଦୁନିଆରେ ଏପରି ମଧ୍ୟ ମଣିଷ ଅଛନ୍ତି ଯେଉଁ ମାନେ ଗୋଟେ ପରେ ଗୋଟେ ଛୁଆ ଜନ୍ମ କରି ଚାଲନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଭଳି ଏକ ମାମଲା ବିଷୟରେ କହିବାକୁ ଯାଉଛୁ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଆମେରିକାର ଏକ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି ଯେଉଁଠି ଜଣେ ମହିଳା ଛୁଆ ଜନ୍ମ କରିବାର ସମସ୍ତ ରେକର୍ଡ ଭାଙ୍ଗି ଛନ୍ତି । ସୂଚନା ମୁତାବକ ଆମେରିକାର ମେକ୍ସିକୋରେ ରହୁଥିବା ଜଣେ ମହିଳା ୩୭ ବର୍ଷ ବୟସରେ ୧୧ଟି ଛୁଆକୁ ଜନ୍ମ ଦେଇଛନ୍ତି । କେବଳ ଏତିକି ନୁହେଁ ବନ୍ଧୁଗଣ ବର୍ତ୍ତମାନ ୧୨ ନମ୍ବର ଛୁଆ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି । ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ।

ଏବେ ମହିଳା ୧୨ ଥର ପ୍ରେଗନେଣ୍ଟ ହେବାକୁ ଯାଉଛନ୍ତି ଓ ଏତେ ଛୁଆ ଜନ୍ମ କରିବା ପଛରେ ଥିବା କାରଣ ବିଷୟରେ ମଧ୍ୟ ମହିଳା ସମସ୍ତଙ୍କୁ କହିଛନ୍ତି । ଏହି ମହିଳାଙ୍କ ନାମ କୋର୍ଟନୀ ଅଟେ ଓ ସେ ମେକ୍ସିକୋ ସହରରେ ରୁହନ୍ତି । କୋର୍ଟନୀଙ୍କ ମତରେ-‘ମୁ ଗର୍ଭବତୀ ହେବା ସମୟରେ ବହୁତ ଭଲ ଅନୁଭବ କରେ । ମୋତେ ଦୁର୍ବଳତା ଲାଗି ନଥାଏ ଓ ଏହା ସହିତ କୌଣସି ଯନ୍ତ୍ରଣା ବି ହୁଏ ନାହିଁ । ଅବଶ୍ୟ କେତେକ ମହିଳାଙ୍କ ପାଇଁ ପ୍ରେଗ୍ନେନ୍ସି ଯନ୍ତ୍ରଣା ଦାୟକ ହୋଇଥାଏ କିନ୍ତୁ ମୋ ଶରୀର ପାଇଁ ପ୍ରେଗ୍ନେନ୍ସି ବହୁତ ଭଲ ଅଛି’ ।

ଆଗକୁ କୋର୍ଟନୀ କହିଛନ୍ତି -‘ଯଦି ଏମିତି ନହୋଇଥାନ୍ତା ତା ହେଲେ ଆମର ଏତେ ଛୁଆ ହୋଇ ନଥାନ୍ତେ । ବଡ ପରିବାର ହେବା କାରଣରୁ ଆମକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଆମେ ଯେଉଁଠି ବି ଗଲେ ଲୋକ ମାନଙ୍କ ଭିଡ ଜମା ହୋଇଯାଉଛି’ । ବନ୍ଧୁଗଣ କୋର୍ଟନୀ ୬ଟି ପୁଅ ଓ ୫ଟି ଝିଅ ଜନ୍ମ କରିଛନ୍ତି । ସେ ଚାହୁଁ ଛନ୍ତି ତାଙ୍କର ଆଗାମୀ ଛୁଆ ଝିଅ ହେଉ ଯାହାଫଳରେ ପିଲା ମାନଙ୍କ ମଧ୍ୟରେ ଠିକ ସନ୍ତୁଳନ ରହିବ ।

ତା ହେଲେ ବନ୍ଧୁଗଣ ଏହି ମହିଳାଙ୍କ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *