ଦର୍ଶକ ବନ୍ଧୁ ଲୋମସ କନ୍ୟା ନାଁ ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏ ଜୀବତୀଙ୍କ ମୁହଁ ଦେଖନ୍ତୁ ଆଉ ତାଙ୍କ ଶରୀରରେ କିଭଳି ଭାବରେ ଲୋମ ଉଠିଛି ଦେଖନ୍ତୁ । ଆଉ ଏମିତି କିଛି କାହାଣୀ ରହିଛି ଏହି ମହିଳାଙ୍କ ପଛରେ ସେଥିପାଇଁ ତ ତାଙ୍କୁ ଲୋମସ କନ୍ୟା ବୋଲି କୁହା ଯାଏ । ସେଦିନ ପୁରା ଡାକ୍ତରଙ୍କ ପାଇଁ ଚାଲେଞ୍ଜ ହୋଇଥିଲା ଯେ ମହିଳାଙ୍କର ଏହି ରୋଗକୁ କିପରି ଠିକ କରିବେ ।
କିନ୍ତୁ ଆଜି ସେ ବେସାହାରା ହୋଇ ପଡି ଛନ୍ତି । ଦେହ ସାରା ଯେଉଁଠି ଦେଖିବେ ଲୋମ ଆଉ ସାଧାରଣ ମଣିଷ ଠାରୁ ସେ ଟିକେ ଅଲଗା ଦେଖା ଯାନ୍ତି । 2008 ମସିହାରେ ବୌଦ୍ଧ ଜିଲ୍ଲାରେ 28 ବର୍ଷୀୟ ଲୋମସ କନ୍ୟା ରେବତୀଙ୍କ ଘର ଯାହାକୁ ନେଇ ସାରା ରାଜ୍ୟରେ ବେସ ଚର୍ଚ୍ଚା ହୋଇ ଥିଲା । କିନ୍ତୁ ଆଜି ତାଙ୍କ ଅବସ୍ଥା କେମିତି ଆପଣ ନିଜେ ଦେଖନ୍ତୁ । ପୂର୍ବରୁ ଏଭଳି ରୋଗରେ ଆକ୍ରାନ୍ତ ହୋଇ ପୁଅର ମୃତ୍ୟୁ ହୋଇ ଯାଇଥିବା ବେଳେ ରେବତୀ ଏକ ମାତ୍ର ସନ୍ତାନ ଯିଏ ଏବେ ଜୀବିତ ଅଛନ୍ତି ।
ତେବେ ରେବତୀଙ୍କ ବାପା ବାଳକୃଷ୍ଣ ବାଉଁଶ ବିକ୍ରି କରି ପରିବାର ପୋଷଣ କରନ୍ତି । ତେବେ ରେବରୀଙ୍କ ବିଷୟରେ ଜାଣିବା ପରେ ବ୍ଲକ ଠାରୁ ଜିଲ୍ଲା ସ୍ତରୀୟ ଅଧିକାରୀ ରେବତୀଙ୍କ ଘରେ ପହଞ୍ଚି ଥିଲେ । ରାଜ୍ୟ ସରକାର ହାତ ବଢେଇବା ପରେ ଚିକିତ୍ସା ପାଇଁ ରେବତୀଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରା ଯାଇଥିଲା । ସମସ୍ତ ପରୀକ୍ଷା ନିରୀକ୍ଷା ପରେ ରେବତୀଙ୍କ ରୋଗ ବିରଳ ବୋଲି ଡାକ୍ତର କହିଥିଲେ ।
ତେବେ କଟକ ବଡ ମେଡିକାଲ କର୍ତ୍ତୁପକ୍ଷ ରେବତୀଙ୍କ ଚିକିତ୍ସାକୁ ଏକ ବଡ ଚାଲେଞ୍ଜ ଭାବରେ ଗ୍ରହଣ କରି ଥିଲେ । ତାଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ଡାକ୍ତର ଖାନା ବହନ କରିବ ବୋଲି ସେମାନେ ନିଷ୍ପତ୍ତି ନେଇଥିଲେ । ତେବେ ଧାରାବାହିକ ଭାବେ ଅସ୍ତ୍ର ପ୍ରଚାର କରିବା ସହିତ ଗବେଷଣା ବି ଚାଲି ଥିଲା । ଆଉ ସେହି ସମୟରେ ରେବତୀଙ୍କ ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ମଧ୍ୟ ହୋଇ ଥିଲା । ବେସ କିଛି ଅସ୍ତ୍ର ପ୍ରଚାର ପରେ ରେବତୀଙ୍କ ଚେହେରା ସାଧାରଣ ଝିଅ ଭଳି ହେବ ।
ଆଉ ଲେଜର ଚିକିତ୍ସା ଦ୍ଵାରା ଅବାଞ୍ଛିତ ଲୋମ ହେବା ବନ୍ଦ ହେବ ବୋଲି ଚିକିତ୍ସା କରୁ ଥିବା ଡାକ୍ତର ପରିବାର ଲୋକଙ୍କୁ ବୁଝାଇ କହି ଥିଲେ । ହେଲେ ପରବର୍ତ୍ତୀ ସମୟରେ ରେବତୀଙ୍କ ଚିକିତ୍ସାରେ ଅବହେଳା କରା ଗଲା ସରକାରୀ ଔଷଧ ମଧ୍ୟ ବନ୍ଦ କରା ଗଲା । ଶେଷରେ ବାଧ୍ୟ ହୋଇ ସେ ଗାଁକୁ ଫେରି ଆସିଲେ ଆଉ ଏବେ ସେ ଏକା ଅଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।