ଏବେ ଶସ୍ତାରେ ପ୍ଲେନରେ ଯାତ୍ରା କରିବା ସ୍ଵପ୍ନ ହେବ ସତ ! ଲଞ୍ଚ ହେଲା ଏହି ନୂଆ Air line

ବନ୍ଧୁଗଣ, ଭାରତୀୟ ଆରବପତି ଏବଂ ଷ୍ଟକ ମାର୍କେଟର ବିଗ୍ ବୁଲ୍ କୁହା ଯାଉଥିବା ରାକେଶ ଝୁନଝୁନୱାଲା ନେଇକି ଆସିଛନ୍ତି ବଜେଟ ଏୟାର ଲାଇନ ଆକାଶ ଏୟାର । ଯାହାର ଲୋଗୋ ଓ ଟ୍ୟାଗ ଲାଇନ ୨୨ ଡିସେମ୍ବର ରେ ଲଞ୍ଚ ହୋଇଛି । କମ୍ପାନୀ ଆକାଶ ଏୟାର କୁ ଏକ ଟ୍ୟାଗ ଲାଇନ ଦେଇଛି । ଯାହା ହେଉଛି ଏହି ଆକାଶ ଆପଣଙ୍କର ( it’s your sky ) । କମ୍ପାନୀ କହିଛି ଏହାର ଟ୍ୟାଗ ଲାଇନ ଏହି ଆକାଶ ଆପଣଙ୍କର ଏହା ଦେଖାଉଛି କି ଏହି ଏୟାର ଲାଇନ ସବୁ ଭାରତୀୟଙ୍କର ଆକାଶରେ ଉଡ଼ିବା ସ୍ଵପ୍ନକୁ ପୁରା କରିବାର ପ୍ରତିବଦ୍ଧ ଅଟେ ।

ଆକାଶ ଏୟାରର ଫାଉଣ୍ଡର ମଧ୍ୟରେ ବିନୟ ଦୁବେ ଏବଂ ଇଣ୍ଡିଗୋ ଏୟାରଲାଇନ ର ପୂର୍ବ ପ୍ରେସିଡେଣ୍ଟ ଆଦିତ୍ୟ ଘୋଷ ମଧ୍ୟ ସାମିଲ ଅଛନ୍ତି । ଆକାଶ ଏୟାର ବିମାନ ବନାଇଥିବା କମ୍ପାନୀ ବୋଇଙ୍ଗକୁ ୭୩୭ ମ୍ୟାକ୍ସ ବିମାନ ବନାଇବା ର ଅର୍ଡର ଦେଇଛି । କମ୍ପାନୀର ପ୍ରଥମ ଡେଲିଭରୀ ଆସନ୍ତା ବର୍ଷ ୨୦୨୨ ରେ ହୋଇଯିବ । ଏବଂ ବିମାନ ସେବା ମଧ୍ୟ ୨୦୨୨ ରେ ଆରମ୍ଭ ହୋଇଯିବ ।

ଅରବପତି ରାକେଶ ଝୁନଝୁନୱାଲାଙ୍କ ଆକାଶ ଏୟାରଲାଇନ ରେ ୪୦ ପ୍ରତିଶତ ଭାଗ ଅଛି । ୨୫୦ କୋଟି ପାଖାପାଖି ସେ ପ୍ରଥମରୁ ନିବେଶ କରିଛନ୍ତି । ଏହାକୁ ଆରମ୍ଭ କରିବାର ଉଦ୍ଦେଶ୍ୟ ହେଉଛି ଦେଶରେ ଶସ୍ତା ବିମାନ ଯାତ୍ରା କରିବା । ଏହା ମଧ୍ୟ କୁହାଯାଇଛି କି ଦେଶରେ ୨ ଟି ଏୟାର ଲାଇନ ଆକାଶ ଏୟାର ଏବଂ ଜେଟ ଏୟାରୱେ ୨.O ଆସନ୍ତା ବର୍ଷ ଲଞ୍ଚ ହେବାକୁ ଯାଉଛି ।

ଏହା ସହିତ ଏୟାର ଇଣ୍ଡିଆ କୁ ମଧ୍ୟ ଟାଟା ଗ୍ରୁପ କିଣି ନେଇସାରିଛି । ଯାହା ଫଳରେ ଟିକେଟ ର ମୂଲ୍ୟ ବହୁତ କମ ହେବାର ଆଶଙ୍କା ଅଛି । ଏହାର ପ୍ରଭାବ ବଜାର ଉପରେ ପଡ଼ିବାକୁ ୨ ରୁ ୩ ବର୍ଷ ଲାଗିପାରେ । ଆଜି ଯାଏଁ ଦେଶରେ ଯେତେ ବି ଏୟାରଲାଇନ ଅଛି ସବୁର ଟିକେଟ ଦାମ ବହୁତ ଅଧିକ ।

ଆସନ୍ତା ୨୦୨୨ ରେ ଲୋକମାନଙ୍କୁ ୩ ଟି ବିମାନ ବନ୍ଦରର ସୁବିଧା ମିଳିବାକୁ ଯାଉଅଛି ତେଣୁ ଏହା ଆଶା କରାଯାଉଅଛି କି ବହୁତ ଶୀଘ୍ର ଏୟାରଲାଇନ ର ଟଙ୍କା କମିବାକୁ ଲାଗିବ । ତେବେ ଏହାକୁ ନେଇ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *