ନମସ୍କାର ବନ୍ଧୁଗଣ ବର୍ତ୍ତମାନ ଅର୍ଥାତ ଏହି ନୂତନ ଯୁଗ ରେ ଯେଉଁଠି ଲୋକମାନେ ଚାନ୍ଦ ରେ ପହଂଚି ଗଲେଣି ସେଠାରେ ଆଜି ମଧ୍ୟ ଲୋକ ମାନଙ୍କ ମନରେ ରେ ଅନ୍ଧ ବିଶ୍ୱାସ ଭରି ରହିଛି । ସେମାନେ ସାପ କାମୁଡ଼ିଲେ ଡାକ୍ତର ପାଖକୁ ନ ଯାଇ ଝାଡ଼ ଫୁଙ୍କା କରିବାକୁ ଯାଇ ଥାଆନ୍ତି । କିନ୍ତୁ ସାପ କାମୁଡ଼ିଲେ ତାକୁ ପ୍ରଥମେ ଯେପରି ବିଷ ଦେହ ଯାକ ନଯିବ ସେଥିପାଇଁ ସେହି କ୍ଷତ ସ୍ଥାନରେ ଏକ କପଡାକୁ ଜୋରରେ ବାନ୍ଧି ଦେବେ ଏବଂ ପରେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାକୁ ନେଇଯିବେ ।
ଅନ୍ଧବିଶ୍ୱାସର ଶିକାର ହେଲେ ନିଜ ଜୀଵନ ମଧ୍ୟ ହରାଇ ପାରିବେ ତେଣୁ ଏହି କଥାର ଧ୍ୟାନ ଦେବା ଆବଶ୍ୟକ କାରଣ ଏହି ସାପର ବିଷ ବହୁତ ଖତରନାକ ଥାଏ । ତେଣୁ ପ୍ରଥମେ ଡାକ୍ତର ଙ୍କ ପାଖକୁ ଯିବା ହିଁ ବୁଦ୍ଧିମାନ ର କାମ । ତେବେ ଯଦି ସାପ ଆପଣଙ୍କ ଘରେ ଦେଖା ଦିଏ ତେବେ ତା ଉପରେ କେବେବି ଫିନାଇଲ ପକେଇବେ ନାହିଁ ବରଂ କିଛି ରସୁଣ କୁ ବାଟି ତା ପାଖରେ ରଖିଦେଲେ ସେ ମରିବ ନାହିଁ କିମ୍ବା ରାଗିବ ମଧ୍ୟ ନାହିଁ ଏବଂ ଚୁପଚାପ ପଳେଇବ ମଧ୍ୟ ।
ତେବେ ବର୍ତ୍ତମାନ ଜଂଗଲ କାଟି ସେଠାରେ ଘର କିମ୍ବା କାରଖାନା ଆଦି ବସାଉ ଛନ୍ତି ଲୋକମାନେ ତେବେ ଏହା ଯୋଗୁଁ ଜଂଗଲ ରେ ରହୁଥିବା ପଶୁ ମାନେ ଲୋପ ପାଇ ଯାଉଛନ୍ତି । କାରଣ ଜଂଗଲ କାଟିବା ଦ୍ୱାରା ସେମାନେ ବେଘର ହୋଇ ଏଠି ସେଠି ବୁଲନ୍ତି ଏବଂ ସହର କୁ ଆସି ଯାଆନ୍ତି କେତେବେଳେ କାହା ଘରେ ପଶି ଯାଆନ୍ତି ଏବଂ ସେମାନେ ଏହି ଜଂଗଲି ପଶୁ କିମ୍ବା ସାପ ଆଦି କୁ ଦେଖି ଭୟବିତ ହୋଇ ସେମାନଂକୁ ମାରି ଦିଅନ୍ତି ।
ତେବେ କିନ୍ତୁ ଏପରି କରିବା ବଦଳରେ ସେମାନଙ୍କୁ ଉଦ୍ଧାର କରି ଜଂଗଲ ଭିତରେ ଛାଡ଼ିଦେବା ଏବଂ ପ୍ରୟାସ କରିବା କି ଜଂଗଲ ଗଠନ କରି ପାରିବା । ତେବେ ଏହି ଭଳି ଏକ ଘଟଣା ଘଟିଛି ଓଡିଶା ଭଦ୍ରକ ଜିଲ୍ଲା ର ଏକ ଗାଁ ରେ ଜଣଙ୍କ ଘର ପାଖରେ ଏକ ବିଷଧର ସାପ ଯାହାକୁ କିଙ୍ଗ କୋବ୍ରା କୁହାଯାଏ । ତେବେ ଏହାପରେ ସେମାନେ ସାପ ଉଧାର କରୁଥିବା ମିର୍ଜା ଏମ ଡ଼ି ଆରିଫ ଙ୍କୁ ଡାକି ଥିଲେ ।
ସେ ଘଟଣା ସ୍ଥଳରେ ପହଞ୍ଚି ସେହି କିଙ୍ଗ କୋବ୍ରା କୁ ଉଦ୍ଧାର କରିଥିଲେ । ତେବେ ତାଙ୍କ କହିବା କଥା କି ଏହି ସାପ ବହୁତ ବିଷଧର ଏବଂ ଯଦି ଏହା ମଣିଷ କୁ କାମୁଡ଼ି ଦିଏ ତେବେ ତିନି ମିନିଟ ରେ ସେ ମନୁଷ୍ୟ ର ମୃତ୍ୟୁ ହୋଇଯିବ ଏହା ସହ ଏହା ଭିତରେ ନିକୋଟିକ୍ସ ବିଷ ଥାଏ ଏବଂ ଏ ଚାହିଁଲେ ଚାରି ଟି ହାତୀ କୁ ମଧ୍ୟ ମାରିଦେଇ ପାରେ ।
ତେବେ ତାକୁ ସାବଧାନ ର ସହିତ ଉଦ୍ଧାର କରି ଜଂଗଲ ରେ ଛାଡି ଦେଇଥିଲେ । ତେବେ ଆପଣଙ୍କ ଘରେ ଯଦି ଏଭଳି କିଛି ଘଟଣା ହୁଏ ତେବେ ଆପଣ କେବେବି ନିଜେ କିଛି ନ କରି ସାପ ଉଦ୍ଧାର କରୁଥିବା ବ୍ୟକ୍ତିଙ୍କୁ ଡାକନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।