ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଚେଷ୍ଟା କରନ୍ତି ତାଙ୍କ ଜୀବନରେ ଲୁଚି ଯାଇଥିବା ଓ ହଜି ଯାଇଥିବା ଅପ୍ରିୟ ସତ୍ୟତାକୁ ବାହାରକୁ ଆଣିବା ପାଇଁ । ଦୁନିଆର ବିଚିତ୍ର ନିୟମ କେତେ ବି ମୂଲ୍ୟବାନ ବସ୍ତୁ ହେଉ ନା କାହିଁକି ମଣିଷ ଯଦି ବାରମ୍ବାର ସେହି ବସ୍ତୁର ବ୍ୟବହାର କରେ ବା ତାର ସଂସ୍ପର୍ଶରେ ଆସେ ତା ହେଲେ ତାର ମୂଲ୍ୟ ଧୀରେ ଧୀରେ କମିଯାଇଥାଏ । ଆଜି ସେହି ମୂଲ୍ୟବାନ ବସ୍ତୁ ମଧ୍ୟରୁ ଜଣେ ହେଉଛନ୍ତି ବାପା ଓ ମା ହେଲେ ସେମାନେ ବସ୍ତୁ ନୁହେଁ ସେ ହେଉଛନ୍ତି ଆମର ସବୁ କିଛି ।
ଆଜି 90 ପ୍ରତିଶତ ଲୋକଙ୍କର ଅବସ୍ଥା ଖରାପ । ଯେଉଁ ମାନେ ସକ୍ଷମ ଅଛନ୍ତି ବା ସକ୍ଷମ ନାହାନ୍ତି ସେମାନେ ଆଜି ବାପା ମାଙ୍କ ଠାରୁ ଦୂରେଇ ରହୁଛନ୍ତି ।ବାପା ଓ ମାଙ୍କର ଆଶୀର୍ବାଦ ବିନା ଏହି ସଂସାରରେ ଚଳିବା ଅସମ୍ଭବ । ଆମେ ଆଖି ଖୋଲି ଥାଉ ମା କୋଳରେ ଓ ବଢି ଥାଉ ବାପାଙ୍କ ପରିଶ୍ରମରେ । ବାପାଙ୍କ ପରିଶ୍ରମ ଓ ମାଙ୍କ ପ୍ରେମ ବିନା ଏହି ସଂସାରରେ ବଞ୍ଚିବା ଅସମ୍ଭବ ।
ହେଲେ ଆମ ବୟସ ବଢିବା ସହିତ ଆମେ ବାପା-ମାଙ୍କ ଠାରୁ ଦୂରେଇ ଯାଉ । ବନ୍ଧୁଗଣ ଆପଣ ମାନଙ୍କୁ ଏହି କଥାଟି ଭଲ ନ ଲାଗୁଥିଲେ ମଧ୍ୟ ଏହା ହେଉଛି ଦୁନିଆର ନିରାଟ ସତ୍ୟ । ବନ୍ଧୁଗଣ ଏହି ଦୁନିଆରେ ସଫଳ ହେଉଥିବା ପ୍ରତ୍ୟକ ବ୍ୟକ୍ତି ବାପା-ମାଙ୍କ ମୂଲ୍ୟ ଅନୁଭବ କରିବା ନିହାତି ଆବଶ୍ୟକ ।
ଏ ଭାରତ ବର୍ଷରେ ଏ ଓଡିଶାରେ 75 ରୁ 80 ପ୍ରତିଶତ ଲୋକ ମଧ୍ୟବର୍ତ୍ତୀ । ବାପା-ମା ଯେତେବେଳେ ନିଜ ପିଲାଙ୍କୁ ପାଠ ପଢାନ୍ତି ଏକ ବିରାଟ ସ୍ଵପ୍ନ ରଖି ପାଠ ପଢାନ୍ତି ।ବାପା-ମା ନିଜ ପେଟ କାଟି ନିଜ କପଡା କାଟି ପିଲାର ସ୍ଵପ୍ନ ପୂରଣ କରିବା ପାଇଁ ଚେଷ୍ଟା କରନ୍ତି । ହେଲେ ଅଧିକାଂଶ ଲୋକ ଯେତେବେଳେ ନିଜ ଗୋଡରେ ଛିଡା ହୁଅନ୍ତି ସେତେବେଳେ ସେ ନିଜ ବାପା-ମାଙ୍କ ମୂଲ୍ୟକୁ ଭୁଲିଯାନ୍ତି ।
ଥରେ ଆପଣ ନିଜ ମା-ବାପାଙ୍କ କଷ୍ଟକୁ ଅନୁଧ୍ୟାନ କରନ୍ତୁ ତା ହେଲେ ଜାଣି ପାରିବେ ସେମାନେ ଆପଣଙ୍କ ପାଇଁ କଣ ନ କରିଛନ୍ତି । ବନ୍ଧୁଗଣ ବାପାଙ୍କର ଯେତେ ବି ପଇସା ଥାଉ ସେ ଯେତେବେଳେ ଶକ୍ତିଶାଳୀ ହୋଇଥାନ୍ତୁ ନା କାହିଁକି ଦିନ ଆସିବ ସେ ବି ଦୁର୍ବଳ ହେବେ । ସେତେବେଳେ ତାଙ୍କୁ ସାହାରା ଦରକାର । ସେତେବେଳେ ତାଙ୍କୁ ଆର୍ଥିକ ଓ ମାନସିକ ସହାୟତା ଦରକାର ।
ତେଣୁ ବନ୍ଧୁଗଣ କେବେବି ନିଜ ବାପା-ମାଙ୍କୁ ଏକା କରି ରଖନ୍ତୁ ନାହିଁ । ସବୁବେଳେ ଆପଣ ନିଜ ବାପା-ମାଙ୍କ ସହ ରୁହନ୍ତୁ ସେମାନଙ୍କୁ ସେତିକି ସ୍ନେହ ଆଦର ଦିଅନ୍ତୁ ଯେତିକି ସେ ଆପଣଙ୍କୁ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି କଥାଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।