ବନ୍ଧୁଗଣ ଏହି ଦୁନିଆରେ ଏମିତି ଅନେକ ସ୍ଥାନ ରହିଛି ଯାହା ପର୍ଯ୍ୟଟକ ମାନଙ୍କୁ ନିଜ ଆଗକୁ ଆକର୍ଷିତ କରିଥାଏ । ଏହାରି ପଛରେ ଏମିତି ଅନେକ ସ୍ଥାନ ରହିଛି ଯେଉଁଠି ଅନେକ ରହସ୍ୟ ଲୁଚି ରହିଛି । ପୃଥିବୀରେ ଅନେକ ସ୍ଥାନ ରହିଛି ଯାହା ବିପଦ ଜନକ ହୋଇଥାଏ ହେଲେ ଏହି ସବୁ ସ୍ଥାନ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିଥାଏ । ତେଣୁ ଯେତେ ଯାହା ହେଉ ନା କାହିଁକି ଲୋକମାନେ ସେହି ସବୁ ସ୍ଥାନକୁ ବୁଲିବା ପାଇଁ ଯାଇଥାନ୍ତି ।
ସେଠାରେ ପାଦେ ପାଦେ ମୃତ୍ୟୁର ଭୟ ଥିଲେ ବି ସାମ୍ନା କରିବାକୁ ଲୋକମାନେ ପଛାନ୍ତି ନାହିଁ । ଆଜି ଆମେ ଆପଣ ମାନଙ୍କୁ ଦୁନିଆର ସବୁଠାରି ବିପଦପୂର୍ଣ୍ଣ ବ୍ରିଜ ବିଷୟରେ କହିବାକୁ ଯାଉଛୁ ଯେଉଁଠି ଯିବା ପରେ ଲୋକ ମାନଙ୍କ ଲୋମ ଟାଙ୍କୁରି ଉଠେ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି କେସ୍ଵାଚକା । ଏହି ବ୍ରିଜ କେଯୁକୁ ନାମକ ଗାଁକୁ ଏରୁ ସହ ଯୋଡି ଥାଏ । ଏହା ହେଉଛି ଦୁନିଆର ବିପଦପୂର୍ଣ୍ଣ ବ୍ରିଜ । ଏହି ବ୍ରିଜକୁ ପେରୁର ଆଦିବାସୀ ପାରମ୍ପାରିକ ଶୈଳୀରେ ତିଆରି କରିଛନ୍ତି କିନ୍ତୁ ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଏହା ଉପରେ ଯାଉଥିବା ପ୍ରତ୍ୟକ ବ୍ୟକ୍ତିଙ୍କ ଲୋକ ଟାଙ୍କୁରି ଉଠେ ।
୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛି ଜାପାନର ଦ ଏସିମାହୋଆସି ବ୍ରିଜ । ଏହି ବ୍ରିଜକୁ ଦେଖିବା ମାତ୍ରେ ମନରେ ଭୟ ଆସିଥାଏ । ଯେତେ ଦକ୍ଷ ଡ୍ରାଇଭର ହେଲେ ମଧ୍ୟ ଏହି ବ୍ରିଜକୁ ଦେଖି ତାଙ୍କର ଲୋମ ଟାଙ୍କୁରି ଉଠିଥାଏ । ତେବେ ଏହା ତଳେ ଯେମିତି ଗୋଟେ ଜାହାଜ ଯାଇ ପାରିବ ତାକୁ ଦ୍ରୁଷ୍ଟିରେ ରଖି ଏହି ବ୍ରିଜଟି ନିର୍ମାଣ ହୋଇଛି ।
୩. ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛି ସ୍ଵିଜରଲ୍ୟାଣ୍ଡର ଟ୍ରିପ୍ଟ ବ୍ରିଜ । ଏହି ବ୍ରିଜକୁ ଦେଖିଲେ ଲୋକ ମାନଙ୍କ ମନରେ ଭୟ ସୃଷ୍ଟି ହୋଇଥାଏ । ଏହି ବ୍ରିଜକୁ ମାତ୍ର ୬ ସପ୍ତାହ ମଧ୍ୟରେ ତିଆରି କରାଯାଇଥିଲା । ଆଲ୍ପସ ପର୍ବତମାଳାର ଦୁଇଟି ପାହାଡକୁ ଯୋଡି ରଖିବା ପାଇଁ ଏହି ବ୍ରିଜ ତିଆରି ହୋଇଥିଲା । ଭୂମି ଠାରୁ ଏହି ବ୍ରିଜ ୧୦୦ ମିଟର ଉଚ୍ଚରେ ରହିଛି ।
୪. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛି ହୁସେନୀ ହ୍ୟାଙ୍ଗିଙ୍ଗ ବ୍ରିଜ । ଏହି ବ୍ରିଜ ପାକିସ୍ତାନରେ ରହିଛି ଦୁନିଆର ଏହା ସବୁଠାରୁ ବିପଦପୂର୍ଣ୍ଣ ବ୍ରିଜ ଯାହାକି ସଂପୂର୍ଣ୍ଣ ରୂପେ ଏହା କାଠ ଓ ଲୁହାରେ ତିଆରି ହୋଇଛି । ଏହି ବ୍ରିଜ ଉପରେ ଦେଇ ଗଲେ ଛାତିରେ ଛନକା ପଶି ଯାଏ ।
୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛି ଲାଙ୍କ୍ୱାଇ ସ୍କାଏ ବ୍ରିଜ । ଏହି ବ୍ରିଜ ମାଲେସିଆରେ ରହିଛି ଓ ଏହା ବିପଦପୂର୍ଣ୍ଣ ବ୍ରିଜ ଅଟେ । ଏଥିରେ କାଚର ପରାସ୍ତ ମଧ୍ୟ ଦିଆଯାଇଛି ଯାହାଦ୍ୱାରା ଆପଣ ଉପରେ ଥାଇ ତଳର ପ୍ରାକୃତିକ ଦୃଶ୍ୟକୁ ଉପଭୋଗ କରିପାରିବେ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ପୋସ୍ଟ ଟି ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ