ଏହି 2 ଟି ଓଡିଆ ଫିଲ୍ମ ରେ ଗୀତ ଗାଇଥିଲେ Bollywood ର କୋକିଳ କଣ୍ଠି Lata Mangeshkar, କଣ ଆପଣ ଜାଣିଛନ୍ତି କି ସେହି 2 ଟି ଗୀତ କଣ ?

ଆଜି ପୁରା ଭାରତ ଲତା ମଙ୍ଗେସକରଙ୍କୁ ଝୁରୁଛି । କାରଣ ସେ ଜଣେ ଏମିତି ବ୍ୟକ୍ତିତ୍ବ ଥିଲେ ଯାହାଙ୍କର ସ୍ଥାନ ଅପୂରଣୀୟ । ତାଙ୍କର ଗୀତ ଶୁଣିଲେ ମନକୁ ଶାନ୍ତି ମିଳୁଥିଲା । ସେ ଦେଶର ଯବାନମାନଙ୍କ ପାଇଁ ବି ବହୁତ ଗୀତ ଗାଇଛନ୍ତି । ଯାହାକୁ ଶୁଣିଲେ ଆପଣଙ୍କ ମନ ଭିତରେ ବି ଉତ୍ସାହ ଚାଲି ଆସିବ । ସେ ଯେତେବେଳେ ଗୀତ ଗାଉଥିଲେ ତେବେ ଲୋକମାନେ ଛିଡା ହୋଇ କରତାଳି ଦେଇ ତାଙ୍କର ସମ୍ମାନ କରୁଥିଲେ ।

ସମସ୍ତେ ତାଙ୍କର ହିନ୍ଦୀ ଗୀତ ଶୁଣିଥିବେ । କିନ୍ତୁ କହିଦେଉଛୁ କି ସେ ଓଡିଆ ଗୀତରେ ବି ଜର କଣ୍ଠଦାନ କରିଛନ୍ତି । ସେ ଦୁଇଟି ଓଡିଆ ଫିଲ୍ମରେ ଗୀତ ଗାଇଛନ୍ତି । କହିବାକୁ ଗଲେ ୧୯୬୭ରେ ପ୍ରଫୁଲ୍ଲ ସେନାଗୁପ୍ଡାଙ୍କ ନିର୍ଦ୍ଦେଶିତ ଓଡିଆ ଫିଲ୍ମ ଅରୁନ୍ଧତୀ ରିଲିଜ ହୋଇଥିଲା । ଏହି ଫିଲ୍ମର ‘ଆଜି ମୁଁ ଶ୍ରାବଣୀ’ ଗୀତକୁ ଲତା ଦିଦି ଗାଇଥିଲେ । ସେହିଭଳି ସୂର୍ଯ୍ୟମୁଖ୍ୟ ଫିଲ୍ମରେ ‘ସେଇ ଚୁନାଚୁନା ତାରା ଫୁଲ’ ଗୀତ ଗାଇଥିଲେ ।

ଏତିକି ନୁହେଁ ସେ ୩ ଟି ବିଦେଶୀ ଗୀତ ମଧ୍ୟ ଗାଇଛନ୍ତି । କହିଦେଉଛୁ କି ପ୍ରଥମ ଭାରତୀୟ ରୂପରେ ତାଙ୍କୁ ଲଣ୍ଡନରେ ରୟାଲ ଆଲବର୍ଟ ହଲରେ ଗୀତ ଗାଇବାର ସୁଯୋଗ ମିଳିଥିଲା ।ସବୁଠୁ ଦୁଃଖର ସହ କହିବାକୁ ପଡୁଛି କି ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ୬ ଫେବ୍ରୁଆରିରେ ତାଙ୍କର ନିଧନ ହୋଇଗଲା ।

ମୃତ୍ୟୁ ସମୟରେ ତାଙ୍କୁ ୯୨ ବର୍ଷ ହୋଇଥିଲା । ଲତା ମଙ୍ଗେସକରଙ୍କ ଦେହାନ୍ତ ଖବର ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାର ପୁରା ଦେଶରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ପ୍ରଥମେ ପ୍ରଥମେ ଲତା ଦିଦି କେବଳ ହିନ୍ଦୀ ଓ ମରାଠିରେ ଗୀତ ଗାଉଥିଲେ । କିନ୍ତୁ ଧୀରେ ଧୀରେ ସେ ଭାରତର ସବୁ ଭାଷାରେ ଗୀତ ଗାଇଛନ୍ତି ।

ସେ ଏକ ହଜାରରୁ ବି ଅଧିକ ହିନ୍ଦୀ ଫିଲ୍ମରେ ଗୀତ ଗାଇଛନ୍ତି । ମୁମ୍ବାଇର ଶିବାଜୀ ପାର୍କରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏହି ସମୟରେ ବଲୀଉଡର ବଡ ବଡ ଷ୍ଟାର ଓ ନେତାମାନେ ବି ସାମିଲ ହୋଇଥିଲେ । ଅମିତାଭ ବଚ୍ଚନ, ଶାହାରୁଖ ଖାନ, ସଚିନ ତେନ୍ଦୁଲକର ଓ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବି ତାଙ୍କର ଶେଷକୃତ୍ୟରେ ବି ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *