SBI ଗ୍ରାହକଙ୍କ ପାଇଁ ଜାରିକଲା ଚେତାବନୀ ! ଏହି 2 ନମ୍ବର ରୁ କଲ୍ ଆସୁଥିଲେ ଭୁଲରେ ବି ଉଠାନ୍ତୁ ନାହିଁ ନହେଲେ ଆକାଉଣ୍ଟ ହେଇଯିବ ଖାଲି…

ବନ୍ଧୁଗଣ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନିଜ ଗ୍ରାହକ ମାନଙ୍କୁ ସାବଧାନ କରେଇଛି । 2ଟି ମୋବାୟଲ ନମ୍ବର କରୁଛି ଟଙ୍କା ଚୋରୀ । 8294710946 ଓ 7362951973 ମୋବାଇଲ ନମ୍ବରରୁ କଲ୍ ଆସୁଥିଲେ ହୋଇଯାନ୍ତୁ ସତର୍କ । ବନ୍ଧୁଗଣ ଆପଣ ମାନଙ୍କୁ ମୋବାଇଲକୁ ଯଦି ଏହି ଦୁଇଟି ନମ୍ବରରୁ କଲ୍ ଆସୁଥାଏ ତେବେ କେବେ ହେଲେ ଉଠାନ୍ତୁ ନାହିଁ । ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜ ଗ୍ରାହକ ମାନଙ୍କୁ ଏମିତି ଏକ ଚେତାବନୀ ଦେଇଛି ।

ଯଦି ଆପଣଙ୍କ ପାଖକୁ ଏହି ଦୁଇଟି ନମ୍ବରରୁ କୌଣସି ଫୋନ କଲ୍ ଆସୁଛି କେବେ ହେଲେ ଉଠାନ୍ତୁ ନାହିଁ । ଏହି କଲ୍ କୁ ରିସିଭ କଲେ ଆପଣ ଅସୁବିଧାରେ ପଡି ପାରନ୍ତି । ଇମେଲ ସମେତ ଏସଏମଏସ ଓ ଟ୍ବିଟ ମାଧ୍ୟମରେ ଏସବିଆଇ ଲୋକ ମାନଙ୍କୁ ସଚେତନ କରେଇଛି ।

ବ୍ୟାଙ୍କର ନାମ ବ୍ୟବହାର କରି 8294710946 ଓ 7362951973 ନମ୍ବରରୁ ଆସୁଥିବା କଲ୍ ମାଧ୍ୟମରେ ଲୋକ ମାନଙ୍କୁ ଠକା ଯାଉଛି । ସତର୍କତା ଜାରି କରାଯାଇ ଏସବିଆଇ ପକ୍ଷରୁ କୁହାଯାଇଛି, ଏହି ଦୁଇଟି ନମ୍ବରରୁ ଆସୁଥିବା ଫୋନ କଲ୍ ମାଧ୍ୟମରେ ସାଇବର ଠକ ମାନେ ବ୍ୟାଙ୍କର ନାଁ ବ୍ୟବହାର କରି ଠକେଇ କରିଥାନ୍ତି । ଆସାମ ସିଆଇଡି ପ୍ରଥମେ ଏହି ଦୁଇଟି ନମ୍ବର ବାବଦରେ ସତର୍କ କରାଇ ଥିଲା ।

ଟ୍ବିଟ କରି ସିଆଇଡି ଲେଖିଛି, ବ୍ୟାଙ୍କ ୟୁଜର ମାନଙ୍କ କେୱାଇସି ଅପଡେଟ ପାଇଁ ଏହି ଦୁଇଟି ନମ୍ବରରୁ କଲ୍ ଆସିଥାଏ । ଗ୍ରାହକ ଯଦି ଲିଙ୍କକୁ କ୍ଲିକ କରନ୍ତି ତେବେ ଗ୍ରାହକଙ୍କ ଟଙ୍କା ଚୋରୀ ହୋଇଥାଏ । ସମସ୍ତ ଗ୍ରାହକ ମାନଙ୍କୁ କୌଣସି ସନ୍ଦେହ ଜନକ ଲିଙ୍କରେ କ୍ଲିକ ନ କରିବା ପାଇଁ ଏସବିଆଇ ଅନୁରୋଧ କରିଛି । ଏମିତି କି ଏହି ଦୁଇ ନମ୍ବରରେ ଗ୍ରାହକଙ୍କ ପାଖକୁ ଆସୁଥିବା ଫୋନ କଲ୍ ନ ଉଠାଇବାକୁ କୁହାଯାଇଛି । ଏହା ସହ କେୱାଇସି ଅପଡେଟ ଲିଙ୍କରେ କେବେ ହେଲେ କ୍ଲିକ କରନ୍ତୁ ନାହିଁ ।


ଏମିତି କି ଆପଣଙ୍କ ପାଖକୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନାଁରେ ଆସୁଥିବା ଏସଏମଏସ ଓ ଇମେଲ ପ୍ରତି ସତର୍କ ରହିବାକୁ ଏସବିଆଇ କହିଛି । ଯଦି ଆପଣ କୌଣସି ଲିଙ୍କରେ କ୍ଲିକ କରନ୍ତି ତେବେ ଏଟିଏମ ପିନ, ସିବିବି ନମ୍ବର ଓ ଓଟିପି ତଥ୍ୟ ଦେବା ମାତ୍ରେ ଆକାଉଣ୍ଟ ଖାଲି ହୋଇଯାଇଥାଏ । ତେଣୁ ବନ୍ଧୁଗଣ ଏହି ଦୁଇଟି ନମ୍ବରକୁ ଭଲ ଭାବରେ ମନେ ରଖନ୍ତୁ ଓ ଠକେଇରୁ ବଞ୍ଚନ୍ତୁ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *