ଏହି 2 ଟି ବ୍ଲଡ୍‌ ଗୃପ୍‌ ଥିବା ବ୍ୟକ୍ତିଙ୍କ ପାଇଁ ଘାତକ ହୋଇପାରେ କରୋନା ଭାଇରସ୍, ଚେତାଇଲେ ବିଶେଷଜ୍ଞ

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟ ରେ କରୋନା ମହାମାରୀ ର ପ୍ରଭାବ ସମଗ୍ର ବିଶ୍ୱରେ ଅଧିକ ମାତ୍ରାରେ ବଢି ଚାଲିଛି । ବିଶେଷ କରି ଏହାର ପ୍ରଭାବ ଭାରତ ରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । ଭାରତ ର ଅନେକ ରାଜ୍ୟ ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି ଯାହା ଫଳରେ ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଅନେକ ଲୋକ ଭର୍ତ୍ତି ହେଉଛନ୍ତି ।

ତେବେ କରୋନା ଭାଇରସର ବେକାବୁ ଲହର ଏ​‌ବେ ସାରା ଦେଶକୁ କବଳିତ କରି ରଖିଛି । ଏହାରି ମଧ୍ୟରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କାଉନସିଲ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ ଇଣ୍ଡଷ୍ଟ୍ରିୟାଲ ରିସର୍ଚ୍ଚ (CSIR) ଏକ ରିସର୍ଚ୍ଚ ଦ୍ବାରା ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆଣିଛି । ସେମାନେ ରିସର୍ଚ କରି ଦର୍ଶାଇଛନ୍ତି କି ଦୁଇଟି ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କୁ ସବୁଠୁ ଅଧିକ ଲାଗି ରହୁଛି ସଂକ୍ରମଣର ଭୟ । ତେବେ ଆସନ୍ତୁ ଜାଣିବା ସେହି ବ୍ଲଡ ଗ୍ରୁପ ବିଷୟରେ ।

ତେବେ କାଉନସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ ପକ୍ଷରୁ ହୋଇଥିବା ଏକ ସର୍ଭେ ରିପ‌ୋର୍ଟରେ ଏନେଇ କିଛି ସୂଚନା ମିଳିଛି । ଦେଶବ୍ୟାପୀ ହୋଇଥିବା‌ ସିରୋ ପଜିଟିଭିଟି ସର୍ଭେ ଆଧାରରୁ ଏହି ରିପୋର୍ଟ ମିଳିଛି । ସିଏସଆଇଆର ସୂଚନା ଅନୁଯାୟୀ, ‘ଏବି’ ଓ ‘ବି’ ବ୍ଲଡ ଗ୍ରୁପ ଥିବା ବ୍ୟକ୍ତି ଅନ୍ୟ ବ୍ଲଡ ଗ୍ରୁପ ବ୍ୟକ୍ତିଙ୍କ ତୁଳନାରେ କରୋନାରେ ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ରହିଛି । ତେଣୁ ଏମାନଙ୍କୁ ଯଥାସମ୍ଭବ ସଚେତନ ରହିବାକୁ ହେବ ।


ସେହିପରି ‘ଓ’ ବ୍ଲଡଗ୍ରୁପ ଥିବା ବ୍ୟକ୍ତି ଏତେ ଶୀଘ୍ର କରୋନାରେ ଆକ୍ର‌ାନ୍ତ ହେବେ ନାହିଁ । ଏହାର ଅର୍ଥ ନୁହେଁ ଯେ ଆପଣ କରୋନା କଟକଣା ମାନିବେ ନାହିଁ । କରୋନା ନିୟମ ଯଥାସମ୍ଭବ ପାଳନ କରିବା ନିହାତି ଜରୁରୀ । ରିସର୍ଚ୍ଚରୁ ଜଣାପଡିଛି ଯେ ଓ ବ୍ଲଡ୍‌ ଗ୍ରୁପ ଥିବା ବ୍ୟକ୍ତିବିଶେଷ କରୋନା ସଂକ୍ରମିତ ହେବା ଆଶଙ୍କା କମ । ଅର୍ଥାତ ଏମାନଙ୍କ କ୍ଷେତ୍ରରେ କୋଭିଡ୍‌ ପ୍ରଭାବ କମ ରହିଥାଏ ।

ଓ ଗ୍ରୁପର ଲୋକମାନେ କରୋନା ସଂକ୍ରମିତ ହେଲେ ସେମାନଙ୍କ ଶରୀରରେ ଲକ୍ଷଣ ଖୁବ କମ ଦେଖାଯାଏ । ସାରା ଦେଶରେ ସେରୋପଜିଟିଭ ସର୍ବେ ଆଧାରରେ ଏହି ତଥ୍ୟ ପାଇଛି ଏସସିଆଇଆର । ତେବେ ଏହା ଛଡା ରିପୋର୍ଟରେ ଉଲ୍ଲେଖ ରହିଛି କି ଆମିଷ ଖାଉଥିବା ଲୋକଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ଆଶଙ୍କା ଅଧିକ ଦେଖାଦେଇଛି ।

ଏହି କ୍ଷେତ୍ରରେ ନିରାମିଷ ଖାଦ୍ୟ ଖାଉଥିବା ଲୋକଙ୍କୁ ସଂକ୍ରମଣ କମ ରହିଛି । କାରଣ ନିରାମିଷ ଖାଦ୍ୟରେ ଫାଇବର ରହିଥାଏ । ଯାହାକି ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ତେଣୁ କରୋନା ସଂକ୍ରମଣ ଆମିଷ ଖାଉଥିବା ଲୋକଙ୍କ ତୁଳନାରେ ନିରାମିଷ ଖାଉଥିବା ଲୋକଙ୍କୁ ଏତେ ଶୀଘ୍ର ସଂକ୍ରମିତ କରି ନଥାଏ । ତଥାପି ସାଵଧନ ରହିବା ନିହାତି ଆବଶ୍ୟକ ଅଟେ । ତେବେ କରୋନା ର ସମସ୍ତ ନିୟମ ମାନନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ।

ସେହିପରି ‘ଓ’ ବ୍ଲଡଗ୍ରୁପ ଥିବା ବ୍ୟକ୍ତି ଏତେ ଶୀଘ୍ର କରୋନାରେ ଆକ୍ର‌ାନ୍ତ ହେବେ ନାହିଁ । ଏହାର ଅର୍ଥ ନୁହେଁ ଯେ ଆପଣ କରୋନା କଟକଣା ମାନିବେ ନାହିଁ । କରୋନା ନିୟମ ଯଥାସମ୍ଭବ ପାଳନ କରିବା ନିହାତି ଜରୁରୀ ।

Leave a Reply

Your email address will not be published. Required fields are marked *