ବଲୀଉଡରେ ପ୍ରାୟତଃ ଷ୍ଟାର ଭଲ ପାଇ ବିବାହ କରୁଛନ୍ତି । କିନ୍ତୁ କିଛି ଦିନ ପରେ ସେମାନେ ଅଲଗା ବି ହୋଇ ଯାଉଛନ୍ତି । କେତେ ଜଣ ଦୁଇ ଦୁଇଟି ବିବାହ କରିବା ସତ୍ବେ ବି ନିଜ ପତ୍ନୀଙ୍କ ଠାରୁ ଅଲଗା ହୋଇ ଯାଉଛନ୍ତି । କହିବାକୁ ଗଲେ ଓଲିଉଡ ଇଣ୍ଡଷ୍ଟ୍ରିରେ ବି ବର୍ତ୍ତମାନ ସେହିଭଳି କିଛି ଦେଖିବାକୁ ମିଳୁଛି । ଯେଉଁଠି କିଛି ଷ୍ଟାର ପ୍ରଥମ ବିବାହ କରିବାର କିଛି ଦିନ ପରେ ନିଜର ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇ ଦ୍ଵିତୀୟ ବିବାହ କରିଛନ୍ତି । ଆଜି ଆମେ ଆପଣଙ୍କୁ ସେହିଭଳି କିଛି ଷ୍ଟାରମାନଙ୍କ ବିଷୟରେ କହିବୁ ।
ସବ୍ୟସାଚୀ- ଓଲିଉଡ ଅଭିନେତା ସବ୍ୟସାଚୀ ୨୦୧୨ରେ ସୀମାଙ୍କୁ ବିବାହ କରିଥିଲେ । ସବ୍ୟସାଚୀ ଓ ସୀମା ସ୍କୁଲ ବେଳର ବନ୍ଧୁ ଥିଲେ । କିନ୍ତୁ ବିବାହର କିଛି ଦିନ ପରେ ହିଁ ଦୁଇ ଜଣଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇ ଯାଇ ଥିଲା ଓ ଦୁଇ ଜଣ ଅଲଗା ହୋଇଗଲେ । ୨୦୨୧ରେ ସବ୍ୟସାଚୀ ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ବିବାହ କରିଛନ୍ତି ।
ସିଦ୍ଧାନ୍ତ ମହାପାତ୍ର
ଆପଣ ସମସ୍ତ ଓଲିଉଡ ଦୁନିଆର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କୁ ଭଲ ଭାବରେ ଜାଣିଥିବେ । ସେ ୯୦ ଦଶକରେ ବହୁତ ହିଟ ଫିଲ୍ମରେ କାମ କରିଛନ୍ତି । ସେ ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମ କରୁଛନ୍ତି । ଦର୍ଶକମାନଙ୍କ ମଧ୍ୟରେ ତାଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ ବି କ୍ରେଜ ଅଛି । ଯଦି ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ କହିବା ତେବେ ସିଦ୍ଧାନ୍ତ ମହାପାତ୍ର ପ୍ରଥମେ ରଚନା ବାନାର୍ଜୀଙ୍କୁ ବିବାହ କରିଥିଲେ ।
କହିଦେଉଛୁ କି ଏହି ଯୋଡି ୯୦ ଦଶକରେ ବହୁତ ଫିଲ୍ମରେ ଏକାଠି ଅଭିନୟ କରିଥିଲେ । କିନ୍ତୁ କିଛି ଦିନ ପରେ ଦୁଇ ଜଣ ଅଲଗା ହୋଇ ଗଲେ ଓ ସିଦ୍ଧାନ୍ତ ମହାପାତ୍ର ମାମା ମିଶ୍ରଙ୍କୁ ବିବାହ କରିଥିଲେ ।
ଚନ୍ଦନ
ଓଲିଉଡର ଏହି ଜବରଦସ୍ତ ଯୋଡି ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । କେତେକ ସିରିଏଲରେ ଏହି ଯୋଡି ଏକତ୍ରିତ କାମ ବି କରିଛନ୍ତି । ସିରିଏଲରେ କାମ କରୁ କରୁ ଦୁଇ ଜଣ ପରସ୍ପରକୁ ଭଲ ପାଇ ଥିଲେ । କିନ୍ତୁ କିଛି ଦିନ ପରେ ସେ ଅଲଗା ହୋଇଗଲେ । ବର୍ତ୍ତମାନ ଚନ୍ଦନ ମାହିଙ୍କୁ ବିବାହ କରିଛନ୍ତି ।
ବବି ମିଶ୍ର
ବବି ମିଶ୍ର ଓ କୋଏଲ ବାନାର୍ଜୀଙ୍କ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ବବି ମିଶ୍ର ଜଣେ ଓଡିଆ ଅଭିନେତା ଥିଲେ ଓ କୋଏଲ ବାନାର୍ଜୀ ବେଙ୍ଗଲି ଅଭିନେତ୍ରୀ ଥିଲେ । ତଥାପି ଦୁଇ ଜଣଙ୍କ ମଧ୍ୟରେ ଭଲ ପାଇବା ହେଲା ଓ ଦୁଇ ଜଣ ବିବାହ ମଧ୍ୟ କରିଲେ । କିନ୍ତୁ କିଛି ଦିନ ପରେ ସୂଚନା ମିଳିଥିଲା କି କୋଏଲ ବାନାର୍ଜୀ ଓ ବବି ମିଶ୍ରଙ୍କ ଛାଡପତ୍ର ହୋଇ ଯାଇଛି । କୋଏଲ ବାନାର୍ଜୀ ନିଜର ଡିଭର୍ସ ବିଷୟରେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଜଣାଇ ଥିଲେ ।