ବନ୍ଧୁଗଣ, ଆମ୍ଭ ଧରା ପୃଷ୍ଠରେ ଏଭଳି ଅନେକ ଦୃଶ୍ୟ ମାନ ନଜରରେ ଆସିଥାଏ ଯାହା କି ଆମ୍ଭକୁ ବହୁତ ଆଶ୍ଚର୍ଯ୍ୟ କରିଥାଏ । ତେବେ ଆଜି ଆମ୍ଭେ ଆପଣଙ୍କୁ ଏଭଳି ଏକ ଘଟଣା ସମ୍ବନ୍ଧରେ କହିବାକୁ ଯାଉଅଛୁ ଯେ ଆପଣ ଜାଣିଲେ ମୁଣ୍ଡରେ ହାତ ଦେଇ ବସିବେ ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ସାଧାରଣତ ମଝି ଆକାଶରୁ ମୃତ୍ୟୁକୁ ଅନେକ ଦେଖିଥିବେ, ଏପରି କି ଅନେକ ମୃତ୍ୟୁ କୁ ଚଖମା ଦେଇ ବର୍ତ୍ତୀ ଯାଇଥିବେ ।
ହେଲେ ମାଟିରୁ ୧୩ ହଜାର ଫୁଟ ଉଚ୍ଚରୁ ଘଣ୍ଟା ପ୍ରତି ୨୦୦ କି.ମି ବେଗରେ ଜଣେ ମହିଳା ଖସି ପଡି ବଞ୍ଚି ଯାଇ ମୃତ୍ୟୁକୁ ବାଦ ଦେଇଛନ୍ତି । ଆଉ ଏହି ଖବର ଏବେ ଜାତୀୟ ଏବଂ ଆନ୍ତର୍ଜାତୀୟ ମିଡିଆ ରେ ହେଡଲାଇନ ପାଲଟିଛି । ରଖେ ହରି ତ ମାରେ କିଏ ? ପୁଣି ଥରେ ଲୋକ କଥା ର ଜଳନ୍ତା ଉଦାହରଣ ସାମ୍ନା କୁ ଆସିଅଛି । ଯେତେବେଳେ ୧୩ ହଜାର ଫୁଟ ଉଚ୍ଚତା ରୁ ଆକାଶରୁ ଖସି ପଡି ମାଟି କଚାଡି ହୋଇ ପଡିଲେ, ଏବଂ ଆଖି ଖୋଲିଲା ବେଳକୁ ସେ ବଞ୍ଚିଥିବା ଦେଖି ବିଶ୍ଵାସ କରି ପାରିଲେ ନାହିଁ ।
ଚମତ୍କାର ହେଉ ଅଥବା ଭଗବାନ ଙ୍କ ଇଛା ସେ ମୃତ୍ୟୁ କୁ ମାତ୍ ଦେଇ ଫେରି ଆସିଛନ୍ତି । ଆମେରିକା ଭର୍ଜିନିୟା ର ୩୫ ବର୍ଷୀୟା ବାସିନ୍ଦା ଜୋର୍ଦାନ ହାର୍ଟମାକେର, ପେସା ରେ ଜଣେ ମହିଳା sky ଡ୍ରାଇଭର ଅଟନ୍ତି । ମଝି ଆକାଶରେ sky ଡ୍ରାଇଭିଙ୍ଗ କରୁଥିବା ସମୟରେ ହଟାତ ଏଭଳି କିଛି ଘଟିଲା ଯାହା କି ଚମତ୍କାର କହିଲେ ଅତ୍ୟୁକ୍ତି ହେବନାହିଁ ।
ଜୋର୍ଦାନ ଙ୍କ କହିବା ଅନୁସାରେ sky ଡ୍ରାଇଭିଙ୍ଗ କରୁଥିବା ସମୟରେ ଆକାଶରୁ ତଳକୁ ଖସୁ ଥିବା ସମୟରେ ପାରାଷୁଟ ଟି ଗୋଡରେ ଫସିଯାଇଥିଲା । ଏହାପରେ ମୁଁ ଘଣ୍ଟା ପ୍ରତି ୨୦୦ କି.ମି ବେଗରେ ୧୩ ଫୁଟ ଉଚ୍ଚତା ରୁ ତଳେ ଆସି ପିଟି ହୋଇଗଲି । ମାତ୍ର ୩୦ ସେକେଣ୍ଡ ଭିତରେ ମୋ ସହିତ ମୃତ୍ୟୁ ଲୁଚକାଳୀ ଖେଳ ଖେଳିଗଲା । ମୁଁ ଆଦୌ ଚିନ୍ତା କରିନଥିଲି ମୁଁ ବଞ୍ଚିବୀ ବୋଲି କିନ୍ତୁ ମୋ ଚେତା ଫେରିବା ବେଳକୁ ମୁଁ ଯନ୍ତ୍ରଣା ଅନୁଭବ କରିଲି ।
ଶରୀରର ଅନେକ ଅଂଶ ଭାଙ୍ଗିଯାଇଥିଲା । ବର୍ତ୍ତମାନ ହସ୍ପିଟାଲ ରେ ଥିବାରୁ ଧୀରେ ଧୀରେ ସୁସ୍ଥ ହେଉଛି । ଏତେ ଉଚ୍ଚତା ରୁ ତଳକୁ ଖସି ଜୋର୍ଦାନ ବଞ୍ଚିଗଲେ ସତ ମାତ୍ରା ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ବାମ ଗୋଡ ଏବଂ ମେରୁଦଣ୍ଡ ହାଡ ସଠିକ ହୋଇ ନାହିଁ । ଭଗବାନ ତାଙ୍କୁ ନୂତନ ଜୀବନ ଦେଇଥିବା ଅନୁଭବ ହେଉଛି ବୋଲି ସେ କହିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।