୨ ପ୍ରେମିକାଙ୍କୁ ଗୋଟିଏ ବେଦିରେ ବାହା ହେଲେ ପ୍ରେମିକ ଚନ୍ଦୁ, ଆଉ ତା’ ପରେ ଯାହା ହେଲା…ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ବହୁତ ଅଜବ ଘଟଣା ସବୁ ଘଟୁଛି ଆପଣ ଖବର ଶୁଣୁଥିବେ ଆଉ ନିଜ ଆଖ ପାଖରେ ମଧ୍ୟ ଦେଖୁଥିବେ କେଉଁଠି କିଏ ନିଜ ସ୍ତ୍ରୀକୁ ପ୍ରେମିକ ହାତରେ କୋଟି କୋଟି ଟଙ୍କାରେ ବିକି ଦେଲାଣି ତ ଆଉ କି ବେଦୀ ଉପରେ କନ୍ୟାକୁ ଛାଡି ଚାଲି ଯାଉଛି ପ୍ରେମିକା ପାଖକୁ । ତେବେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯେ ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଏବେ ତ ପୁଅଙ୍କୁ ଝିଅ ମିଳିବା ପାଇଁ କଷ୍ଟକର ହେଉଛି ସେହି ସ୍ଥିତିରେ ଗୋଟିଏ ବେଦୀରେ ଜଣେ ବରକୁ ବାହା ହୋଇଛନ୍ତି ଦୁଇଜଣ କନ୍ୟା ।

ତେବେ ଜଣେ ବର ଦୁଇଜଣ ଯୁବତୀଙ୍କ ବେକରେ ପକାଇଛନ୍ତି ବରଣ ମାଳା ଏହା ଆଇନ ବିରୋଧୀ ହେଲେ ବି ଯୁବକ ଜଣଙ୍କ ଦୁଇଜଣ ଯୁବତୀଙ୍କୁ ବିବାହ କରିଛନ୍ତି । ଛତିଶଗଡ ବସ୍ତରରେ ହୋଇଛି ଏହି ନିଆରା ବିବାହ । ଏଠାକାର ଚନ୍ଦୁ ନାମକ ଜଣେ ଯୁବକ ଏମିତି ଏକ ନିଆରା କାମ କରିଛନ୍ତି ନିଜର ଦୁଇଜଣ ପ୍ରେମିକାଙ୍କୁ ଗୋଟିଏ ମଣ୍ଡପରେ ବାହା ହୋଇଛନ୍ତି । ଯାହା ଜଣା ପଡିଛି ଏହି ଯୁବକ ଜଣକ ଅନେକ ଦିନ ଧରି ଦୁଇଜଣ ଯାକ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କରେ ଥିଲେ ସେମାନେ ମଧ୍ୟ ଚନ୍ଦୁକୁ ବହୁତ ଭଲ ପାଉଥିଲେ ।

ତେବେ ସେଥିପାଇଁ ସେମାନେ ୩ ଜଣ ଯାକ ମିଳିତ ଭାବରେ ନିଷ୍ପତି ନେଲେ ଏବଂ ବାହା ହୋଇଗଲେ ଗତ ଜାନୁଆରୀ ୩ ତାରିଖରେ ବାହାଘର ହେଲା ଆଉ ଏଥିରେ ଗାଁର କିଛି ଲୋକ ମଧ୍ୟ ସାମିଲ ହୋଇଥିଲେ । ଆମ ରାଜ୍ୟ ମାଲକାନଗିରି ସୀମାନ୍ତ ଛତିଶଗଡ ବସ୍ତର ଜିଲ୍ଲାଠାରୁ ୨୦ କିଲୋମିଟର ଦୂରରେ ଥିବା ଇକୋରାଲୋହଙ୍ଗା ଗାଁରେ ହୋଇଛି ଏହି ବିବାହ । ଚନ୍ଦୁଙ୍କ କହିବା କଥା ହେଲା ଦୁଇଜଣ ଯାକ ଯୁବତୀ ତାଙ୍କୁ ବୋହୁତ ଭଲ ପାଉଥିଲେ ତେଣୁ ସେ କାହାକୁ ଦୁଃଖ ଦେବାକୁ କି ଧୋକା ଦେବାକୁ ଚାହୁଁ ନଥିଲେ ।

ପ୍ରାୟ ୩ ବର୍ଷ ପୂର୍ବେ ଟୋକପାଲ୍ ଅଞ୍ଚଳକୁ କାମରେ ଯାଇଥିବା ବେଳେ ସେଠାରେ ହଠାତ୍ ତାଙ୍କର ଦେଖା ହୋଇଥିଲା ୨୧ ବର୍ଷ ବୟସ୍କା ସୁନ୍ଦରୀଙ୍କ ସହ ଏହାପରେ ଦୁହେଁ ପରସ୍ପରକୁ ଭଲପାଇ ବସିଥିଲେ ବାହା ହେବାକୁ ବି ସ୍ଥିର କରିଥିଲେ ଚନ୍ଦୁ ଏବଂ ସୁନ୍ଦରୀଙ୍କ ପ୍ରେମ ସମ୍ପର୍କକୁ ମାତ୍ର ୧ ବର୍ଷ ପୁରିଥିଲା ବେଳେ ଚନ୍ଦୁଙ୍କ ସହ ଆଉଜଣେ ଯୁବତୀ ହସୁନାଙ୍କର ଦେଖା ହୋଇଗଲା ।

ତେବେ ୨୦ ବର୍ଷ ବୟସର ହସିନା ନିଜ ସମ୍ପର୍କୀୟଙ୍କ ବିବାହକୁ ଆସିଥିବା ବେଳେ ଚନ୍ଦୁଙ୍କୁ ଭେଟିଥିଲେ ଆଉ ପ୍ରଥମ ଦେଖାରେ ଦୁହେଁ ଦୁହିଁଙ୍କୁ ଭଲପାଇ ବସିଲେ । ଚନ୍ଦୁ ନିଜ ପ୍ରଥମ ପ୍ରେମିକା ସୁନ୍ଦରୀ ସମ୍ପର୍କରେ ହସିନାଙ୍କୁ ଜଣାଇ ଦେଲେ ତାଙ୍କୁ ବିବାହ କରିବାକୁ ଯାଇଥିବା କଥା ମଧ୍ଯ କହିଦେଲେ କିନ୍ତୁ ହସିନା ଏଥିରେ କୌଣସି ଆପତ୍ତି ନାହିଁ ବୋଲି ସିଧାସଳଖ କହିଲେ ।


ଏହା ପରେ ଚନ୍ଦୁ ସୁନ୍ଦରୀ ଓ ହସିନାଙ୍କୁ ଗୋଟିଏ ଜାଗାରେ ନେଇ ପରସ୍ପର ସହ ଭେଟ କରାଇଲେ ଦୁହେଁ ଏକାଠି ରହିଲେ କୌଣସି ଅସୁବିଧା ନାହିଁ ବୋଲି ଉଭୟ କଥା ହେଲେ ଆଉ ଏହି ନିଷ୍ପତି ଚନ୍ଦୁଙ୍କୁ ମଧ୍ୟ ଜଣାଇ ଦେଲେ । ତେବେ ସୁନ୍ଦରୀ ପରେ ଜାଣିବାକୁ ଚାହିଁଲେ ଯେ ହସିନା ଚନ୍ଦୁଙ୍କ ସହ ଚନ୍ଦୁଙ୍କ ଘରେ ଯାଇ ରହୁଛନ୍ତି ତାପରେ ସୁନ୍ଦରୀ ବି ଚାଲି ଆସିଲେ ଆଉ ଚନ୍ଦୁଙ୍କ ଘରେ ରହିବାକୁ ଲାଗିଲେ ୩ ଜଣ ଗୋଟିଏ ପରିବାରର ସଦସ୍ୟ ଭଳି ଗୋଟିଏ ଘରେ ରହିଲେ ହେଲେ ବିନା ବିବାହରେ ଦୁଇଜଣ ଯୁବତୀଙ୍କ ସହ ଗୋଟିଏ ଘରେ ରହିବା ଚନ୍ଦୁଙ୍କୁ ଭଲ ଲାଗି ନଥିଲା ତେଣୁ ସେ ବିବାହ କରିବାକୁ ସ୍ଥିର କଲେ ।

ଶେଷରେ ବାହାଘର ତାରିଖ ଠିକ୍ କରି ଗୋଟିଏ ମଣ୍ଡପରେ ବାହା ହେଲେ ଅଳ୍ପ ଅତିଥିଙ୍କ ଉପସ୍ଥିତିରେ ନିଜର ଦୁଇ ପ୍ରେମିକାଙ୍କୁ ଜୀବନସାଥି କରିଦେଲେ ଚନ୍ଦୁ । ଛତିଶଗଡ ବସ୍ତରର ଏହି ନିଆରା ବିବାହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ହିନ୍ଦୁ ବିବାହ ଆଇନ ଅନୁସାରେ ଏପରି ବିବାହ ବୈଧ ନୁହେଁ କିନ୍ତୁ ଏହା ଆଦିବାସୀ ସଂସ୍କୃତିରେ ସିକୃତି ପ୍ରାପ୍ତ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *