ନମସ୍କାର ବନ୍ଧୁଗଣ ତେବେ ଆଜି ଠାରୁ ସ୍କୁଲ ଖୋଲିବ ତେବେ ଖରାଛୁଟି ଯୋଗୁଁ ରାଜ୍ୟର ସମସ୍ତ ସ୍କୁଲ, କଲେଜ, ଆଦି ବନ୍ଦ ରହିଥିଲା । ତେବେ ୧୧ ଦିନିଆ ଗ୍ରୀଷ୍ମ ଛୁଟି ପରେ ପୁଣିଥରେ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢ଼ା ଆରମ୍ଭ କରାଯିବ । ପୂର୍ବ ଭଳି ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସ ହେବ । ଶିକ୍ଷକ ଶିକ୍ଷୟିତ୍ରୀ ସକାଳ ୯ଟା ୩୦ ସୁଦ୍ଧା ସ୍କୁଲରେ ପହଞ୍ଚିବେ ଏବଂ ଅପରାହ୍ନ ସାଢେ଼ ୪ଟା ଯାଏ କ୍ୟାମ୍ପସରେ ଉପସ୍ଥିତ ରହିବେ ।
ସ୍କୁଲ ଖୋଲିବା ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡ ଲାଇନ ଜାରି ହୋଇଛି । ପିଲାଙ୍କ ପାଠପଢ଼ା ଯେପରି ସ୍ବାଭାବିକ ହେବ ଏବଂ ୨୦୨୨-୨୩ ଶିକ୍ଷାବର୍ଷ ଠିକ୍ ଭାବେ ପରିଚାଳିତ ହୋଇପାରିବ, ସେନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ/ପ୍ରଧାନ ଶିକ୍ଷୟିତ୍ରୀଙ୍କ ଉପରେ ଅଧିକ ଦାୟିତ୍ବ ନ୍ୟସ୍ତ ହୋଇଛି ।
ଠିକ୍ ଢାଞ୍ଚାରେ ଏକାଡେମିକ୍ କ୍ୟାଲେଣ୍ଡର ପ୍ରସ୍ତୁତ ସହ ଚଳିତ ଶିକ୍ଷାବର୍ଷ ଯେପରି ୨୦୨୩ ମାର୍ଚ୍ଚ ମାସ ମଧ୍ୟରେ ଶେଷ ହେବ ତାହାକୁ ନେଇ ଯୋଜନା ପ୍ରସ୍ତୁତ କରିବେ । ତେବେ ସ୍କୁଲ ଖୋଲିବାର ପ୍ରଥମ ଦିନ ହିଁ ପ୍ରଧାନ ଶିକ୍ଷକ ମାନେ ସମସ୍ତ ଶିକ୍ଷକଙ୍କ ସହ ବୈଠକ କରି ଟାଇମ୍ ଟେବୁଲ, ଲେସନ୍ ପ୍ଲାନ/ଲେସନ୍ ନୋଟ୍ ଆଦି ପ୍ରସ୍ତୁତ କରିବେ ।
ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ପ୍ରସ୍ତୁତ ଏଫ୍ଏଲଏନ୍ ଓ ୪ର୍ଥରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଏଲ୍ଇପି ବହିକୁ ପାଠ୍ୟ ପୁସ୍ତକ ସହ ଦିଆଯିବ । ପାଠ୍ୟ ପୁସ୍ତକ ସହ ଅନ୍ୟାନ୍ୟ ସାମଗ୍ରୀ ଗୁଡ଼ିକ ଯେପରି ସମସ୍ତଙ୍କ ନିକଟରେ ପହଞ୍ଚିବ, ପ୍ରଧାନ ଶିକ୍ଷକ ମାନେ ତାହାର ଦାୟତ୍ବ ନେବେ । ପ୍ରତି ଶ୍ରେଣୀରେ ବିଷୟ ଅନୁଯାୟୀ, ଟାଇମ୍ ଟେବୁଲ୍ ଝୁଲା ହେବ । ଏଣ୍ତ ଲାଇନ୍ ଟେଷ୍ଟରେ କମ୍ ମାର୍କ ରଖିଥିବା ପିଲାଙ୍କ ଉପରେ ସମ୍ପୃକ୍ତ ବିଷୟର ଶିକ୍ଷକ ମାନେ ଅଧିକ ଗୁରୁତ୍ବ ଦେବେ ।
ଯେଉଁ ପିଲାମାନେ ଭଲ ପ୍ରଦର୍ଶନ କରିଥିବେ, ସେମାନଙ୍କ ଲାଗି କ୍ରିଏଟିଭ୍ ୱାକିଂ, କୁଇଜ୍, ବକ୍ତୃତା ପରି କାର୍ଯ୍ୟକ୍ରମ କରାଯାଇ ଜ୍ଞାନ ବୃଦ୍ଧି କରାଯାଇ ପାରିବ । ଗ୍ରୁପ୍ ଅନୁଯାୟୀ ଶିକ୍ଷାଦାନକୁ ପ୍ରାଥମିକତା ଦିଆଯିବ । ପ୍ରଧାନ ଶିକ୍ଷକ ମାନେ କ୍ଲାସ ସୁପରଭିଜନ୍ କରିବେ ଏବଂ ତାହାକୁ ରେଜିଷ୍ଟର୍ରେ ରଖିବା ସହ ଶିକ୍ଷକଙ୍କୁ ଜଣାଇବେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।