ନମସ୍କାର ବନ୍ଧୁଗଣ ତେବେ ଆମେ ପ୍ରାୟ ସମୟରେ ନିଜର ସମସ୍ୟାକୁ ଦେଖି ଦୁଖୀ ହୋଇଯାନ୍ତି ।କିନ୍ତୁ ଆଜି ଆମେ ଆପଣଙ୍କୁ ଦୁଇଜଣ ଏପରି ଭାଇଙ୍କ ସହିତ ପରିଚିତ କରିବାକୁ ଯାଉଛୁ, ଯେଉଁମାନେ ଗୋଟିଏ ଦେହରେ ଦୁଇଟି ଜୀବନ ହେବା ସତ୍ତ୍ୱେ ମଧ୍ୟ ଜୀବନର ସବୁ ସମସ୍ୟାକୁ ଚିରି ଆଗକୁ ବଢୁଛନ୍ତି । ଅମୃତସରର ବାସିନ୍ଦା ଦୁଇ ଭାଇ ସୋହନା-ମୋହନାଙ୍କ ଶରୀର ତ ଗୋଟିଏ, କିନ୍ତୁ ଏଥିରେ ଜୀବନ ଅଲଗା ରହିଛି ।
ଏମାନେ ଜନ୍ମହେବା ମାତ୍ରେ ବାପା ମା ଏମାନଙ୍କୁ ଛାଡି ଦେଇଥିଲ କିନ୍ତୁ ବର୍ତ୍ତମାନ ଦୁହେଁ ନିଜ ଗୋଡ଼ରେ ଠିଆ ହୋଇ ସାରିଛନ୍ତି। ତେବେ ବାସ୍ତବରେ ସୋହନାଙ୍କୁ ବିଦ୍ୟୁତ ବିଭାଗରେ ସରକାରୀ ଚାକିରୀ ମିଳିଯାଇଛି । ଏହି ଚାକିରୀରେ ତାଙ୍କ ଶରୀର ସହିତ ଯୋଡି ହୋଇଥିବା ଭାଇ ମୋହନା ମଧ୍ୟ ତାଙ୍କୁ ସାହାଯ୍ୟ କରିବେ । ସୋମବାରଠାରୁ ସୋହନା ପଞ୍ଜାବ ଟେଷ୍ଟ ପାୱାର କର୍ପୋରେସନ ଲିମିଟେଡ଼ରେ କାମ କରିବା ଆରମ୍ଭ କରିଦେଇଛନ୍ତି ।
ତାର ଅଫିସ ଡେଣ୍ଟାଲ କଲେଜ ନିକଟସ୍ଥ ଅବସ୍ଥିତ ବିଦ୍ୟୁତଘରେ ରହିଛି । ଏଠାରେ ସେ ରେଗୁଲାର ଟି ମ୍ୟାଟ(ମେଣ୍ଟେନାନ୍ସ କର୍ମଚାରୀ) ଭାବରେ କାମ କରୁଛନ୍ତି । ଡିସେମ୍ବର ୧୧ତାରିଖରେ ପାୱାରକମତାଙ୍କୁ ନିଯୁକ୍ତି ପତ୍ର ଦେଇଥିଲା। ପାୱାରକମ ଅନୁଯାୟୀ ସୋହନାଙ୍କୁ ମାସକୁ ୨୦ହଜାର ଟଙ୍କା ମିଳିବ । ସୋହନା-ମୋହନା ଏହି ବର୍ଷ ଜୁଲାଇରେ ଇଲେକ୍ଟ୍ରିକାଲ ଡିପ୍ଲୋମା କରିଥିଲେ ।
ସେ ପାୱାରକମରେ ଜେଇ ପଦ ପାଇଁ ଆବେଦନ କରିଥିଲେ । ପାୱାରକମ ଏହି କଥାକୁ ନେଇ ଚିନ୍ତାରେ ଥିଲା ଯେ ଦୁହିଁଙ୍କ ମଧ୍ୟରୁ କାହାକୁ ଚାକିରୀ ଦିଆଯିବ। ଦୁହିଁଙ୍କ ପାଖରେ ଇଲେକ୍ଟ୍ରିକାଲ ଡିପ୍ଲୋମା ଏବଂ ବିଦ୍ୟୁତ ବିଭାଗ ସହିତ ସମ୍ବନ୍ଧୀୟ କାମରେ ଦକ୍ଷତା ରହିଛି । ତେବେ ଶେଷରେ ସୋହନାଙ୍କୁ ଚାକିରୀ ଦିଆଗଲା। ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଦୁଇ ଭାଇଙ୍କୁ ଚାକିରୀ ଦେବାପାଇଁ ଘୋଷଣା କରିଥିଲେ। ପାୱାରକମ ଚିଫ ମ୍ୟାନେଜିଂଗ ଡ଼ାଇରେକ୍ଟର ବେଣୁ ପ୍ରସାଦ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନି ସହିତ ଏହି ବିଷୟରେ କଥାବାର୍ତ୍ତା ମଧ୍ୟ ହୋଇଥିଲେ।
ଏହି ଘୋଷଣାର ୫ ମାସ ପରେ ଭାଇମାନଙ୍କୁ ଚାକିରୀ ଦିଆଗଲା। ସୋହନାଙ୍କୁ ସ୍ପେଶାଲ କେସ ଆଧାରରେ ଚାକିରୀ ଦିଆଯାଇଛି । ଦୁଇବର୍ଷ ପରେ ତାଙ୍କର ପ୍ରମୋଶନ ମଧ୍ୟ ହୋଇଯିବ।ଶନିବାର ଦିନ ଯେତେବେଳେ ସୋହନା-ମୋହନା ଡେପୁଟି କମିଶନର ଗୁରୁପ୍ରୀତ ସିଂହ ଖହରାଙ୍କ ସହିତ ଭେଟିଥିଲେ, ସେତେବେଳେ ଦୁହେଁ ଅଫିସ ଯିବା ଆସିବା ବ୍ୟବସ୍ଥା କରିବାକୁ କରିଥିଲେ ।
ଏହା ଉପରେ ଡେପୁଟି କମିଶନର ପାୱାରକମର ସିଏମଡି ବେଣୁ ପ୍ରସାଦ ସହିତ କଥା ହୋଇଥିଲେ । ସେ ଆଶ୍ୱାସନା ଦେଇଥିଲେ ଯେ ଦୁଇଭାଇଙ୍କ ଯିବା ଆସିବାର ବ୍ୟବସ୍ଥା ହୋଇଯିବ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।