ଦୁଇ ବାଳକର ରଙ୍ଗ ସମାନ । ଜଣେ ହଜିଗଲେ ଆଉ ଜଣେ କେଉଁ କାମକୁ ନୁହେଁ । ତାହା କଣ ? 10+ Odia dhaga dhamali

ବର୍ତ୍ତମାନର ସମୟରେ ଲୋକ ଏତେ ମାତ୍ରାରେ ନିଜର କାମକୁ ନେଇ ବ୍ୟସ୍ତ ରହୁଛନ୍ତି । ଯେ ହସିବା କଣ ସେ ଭୁଲିଯାଇଛନ୍ତି । ତେଣୁ ଆମର କିଛି ମଜାଳିଆ ତଥା ଜ୍ଞାନପୂର୍ଣ୍ଣ ଢଗଢମାଳୀ ମାଧ୍ୟମରେ ଆପଣଙ୍କୁ ହସାଇବାର ଏକ ପ୍ରୟାସ କରିଛୁ । ଯାହା ଦ୍ଵାରା ଆପଣଙ୍କର ମନୋରଞ୍ଜନ ହେବା ସହ ଅନେକ କିଛି ଜ୍ଞାନ ମଧ୍ୟ ଏଥିରୁ ପାଇପାରିବେ । ତେବେ ବନ୍ଧୁଗଣ ଆଉ ବିଳମ୍ବ ନକରି ଚାଲନ୍ତୁ ତାହା ଆଲୋଚନା କରିବା ।

1-  ଡେଣା ନଥାଇ ଆକାଶେ ଉଡେ ମଣିଷକୁ ଝାମ୍ପି ନିଏ ?

ଉତ୍ତର;- ଆକାଶ ଛତା ।

2- ଦୁଇ ବାଳକର ରଙ୍ଗ ସମାନ । ଜଣେ ହଜିଗଲେ ଆଉ ଜଣେ କେଉଁ କାମକୁ ନୁହେଁ , ସେ କିଏ ?

ଉତ୍ତର;- ଚପଲ ।

3- ଗୋଟିଏ ଥାଳିରେ ଦୁଇଟି ଅଣ୍ଡା । ଗୋଟିଏ ଗରମ ଅନ୍ୟଟି ଥଣ୍ଡା । ତାହା କଣ ?

ଉତ୍ତର;- ସୂର୍ଯ୍ୟ ଓ ଚନ୍ଦ୍ର ।

4- ସୂର୍ଯ୍ୟ ପୃଥିବୀରେ କେବେବି କଣ ଦେଖିନାହିଁ ?

ଉତ୍ତର;-ଅନ୍ଧାର ।

5- ଦୁଇ ଭାଇ ଜଣଙ୍କୁ ଖାଇଲେ ପେଟ ଥଣ୍ଡା ଆଉ ଜଣକୁ ଖାଇଲେ ପେଟ ଗରମ । ଏହାର ଉତ୍ତର କଣ ?

ଉତ୍ତର;- ଚିନୀ ଓ ମିଶ୍ରୀ ।

6- ଜନ୍ମ ନିଏ ରାତିରେ ସଖାଳ ହେଲେ ଆ ଦୁଆରେ ତା ଦୁଆର ହୋଇସାରିଲେ ମରଣ । ତାହାର ଉତ୍ତର କଣ ?

ଉତ୍ତର;- ଖବରକାଗଜ ।

7- ନା କେବେ କରେ ଝଗଡା । ନା କେବେ ସେ ରୁଷେ । ସବୁବେଳେ ମାଡ ଖାଏ । ତାହା କଣ ?

ଉତ୍ତର;- ଢୋଲ ।

8- ଏମିତି କେଉଁ କାମ ଅଛି । ଜଣେ ପୁଅ ଜୀବନରେ ଥରେ କରେ ହେଲେ ଜଣେ ମହିଳା ସବୁବେଳେ କରିଥାଏ ?

ଉତ୍ତର;- ସିନ୍ଦୁର ।

9- କେଉଁ ଗଛର ପତ୍ରକୁ ପୂଜାରେ ଲାଗେ ଓ ଆମେ ଖାଇଥାଉ । ତାହା କେଉଁ ପତ୍ର ?

ଉତ୍ତର;- ପାନପତ୍ର ।

10- ଘରେ ଦୁଇଟି ଦ୍ଵାର ରହିଛି । ଗୋଟିଏ ମୁଖ୍ୟଦ୍ଵାର କବାଟ ଅନ୍ୟଟିର ନାମ କଣ ?

ଉତ୍ତର;- ଝରକା ।

11- ଦିନରେ ଶୁଏ । ରାତିରେ କାନ୍ଦେ । ଯେତେ କାନ୍ଦିବ ସେତେ ଖାଇବ ?

ଉତ୍ତର;- ମହମବତୀ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ପସନ୍ଦ ଆସିଥିବ । ଯଦି ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଯୋଡି ହୋଇ ଏହିଭଳି କୌତୁହଳ ଢଗ ଢମାଳି ପଢିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *