ବନ୍ଧୁଗଣ ଦୁଃଖିତ ମନକୁ ଯେମିତି ଆୟତ କରିବା । ଚିନ୍ତା ଦେଉଥିବା ସବୁବେଳେ ଦୁଃଖ ଦେଉଥିବା ମନ ତାକୁ ଆମେ ନିଜ ଆୟତରେ କେମିତି ଆଣିବା । ମନରେ ନକରାତ୍ମକ ବିଚାର ଓ ଖରାପ ଭାବନା ଆସେ ମଣିଷ ମନରେ ଏ ସବୁ ଆସେ ହେଲେ ମଣିଷ କେବେ କହିପାରେ ନାହଁ । ମଣିଷର ବଡ ଶତ୍ରୁ ଆଉ ବଡ ମିତ୍ର ବାହାରେ ନାହିଁ ମଣିଷର ବଡ ଶତ୍ରୁ ଆଉ ବଡ ମିତ୍ର ତା ଭିତରେ ଅଛି ଆଉ ସେଇଟା ହେଉଛି ତାର ମନ ।
ବନ୍ଧୁଗଣ ଯଦି ଆପଣ ନିଜ ମନକୁ ଆୟତ କରିପାରିଲେ ସେ ଆପଣଙ୍କୁ ବହୁତ ସଫଳତା ଦେବ । ଯଦି ଆପଣ ନିଜ ମନକୁ ଆୟତ ନକରିପାରିଲେ ସେହି ମନ ଆପଣଙ୍କ ଉପରେ ଭାରି ପଡିବ । ତେବେ ମନକୁ ଆୟତ କରିବା ଅତ୍ୟନ୍ତ ଜରୁରୀ । ବନ୍ଧୁଗଣ ଗୋଟେ ମଣିଷ ସବୁବେଳେ ଦୁଃଖରେ ରହୁଥିଲା ଚିନ୍ତାରେ ରହୁଥିଲା ମନ ତାକୁ ବହୁତ ଦୁଃଖ ଦେଉଥିଲା ।
ଏହା ପରେ ସେହି ମଣିଷ ଭାବିଲା କେମିତି ଏ ଦୁଃଖ ଆଉ ଏ ଚିନ୍ତାରୁ ମୁକ୍ତ ହୋଇପାରିବା । କାରଣ କେହି ଜଣେ ଶରୀରକୁ ଆଘାତ ଦେଲେ ଯେତେ କଷ୍ଟ ହେବ ତା ଠାରୁ ଅଧିକ ଏ ମନ କଷ୍ଟ ଦେବ । ବନ୍ଧୁଗଣ ଆଖି ବନ୍ଦ କରନ୍ତୁ ଆଉ ଦେଖନ୍ତୁ ଯଦି ଆପଣଙ୍କ ମନରେ କିଛି ଖରାପ ବିଚାର ଆସିବ କିମ୍ବା କିଛି ଭଲ ବିଚାର ହେଉ ନା କାହିଁକି ଆପଣ ମାନେ ଭାବନ୍ତୁ ସେ ବିଚାର ଆପଣଙ୍କର ନୁହେଁ ।
ଆମେ କଣ କରୁଛୁ ନା ଆମେ କହୁଛୁ ଏଇଟା ଭଲ ବିଚାର ଆଉ ଏଇଟା ଖରାପ ବିଚାର ତେଣୁ ଖରାପ ବିଚାର ଆସିବା ଭଲ ନୁହେଁ । ବନ୍ଧୁଗଣ ଆମେ ବିଚାର ସହ ନିଜକୁ ଯୋଡି ଦେଉଛୁ । ଆପଣ ଯେତେବେଳେ ବିଚାର ସହ ନିଜକୁ ଯୋଡି ଦେବେ ସେହି ବିଚାରକୁ ଶକ୍ତି ମିଳେ ।
ଯେତେବେଳେ ଖରାପ ବିଚାର ଆଉ ଭଲ ବିଚାର କିଛି ସମୟ ଏକା ସହ ଚାଲିବେ ସେତେବେଳେ ଆପଣ ଶୂନ୍ୟତା ଅନୁଭବ କରିବେ । ଆଉ ଏ ମନ ସେତିକି ସମୟ ଭିତରେ ମଣିଷକୁ ବିଚଳିତ କରେ ଦୁଃଖ ଦିଏ କଷ୍ଟ ଦିଏ । ମାତ୍ର ଅଳ୍ପ କିଛି ମୂହୁର୍ତ୍ତକୁ ଆମେ ଆୟତ କରିପାରି ନଥାଉ ସେଥିପାଇଁ ଜୀବନ ସାରା ଆମେ ଦୁଃଖ ପାଇଥାଉ । ତେଣୁ ବନ୍ଧୁଗଣ ସବୁବେଳେ ନିଜ ମନକୁ ଆୟତ କରନ୍ତୁ ।
ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ