ଦୀର୍ଘ 20 ଦିନ ପରେ ନଦୀ ପାର ହେଲା 288 ଚକିଆ ଭାରିଯାନ, ଦେଖିବାକୁ ଲାଗିଛି ଲୋକଙ୍କ ଭିଡ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆଜି ଏଭଳି ଏକ ଦୃଶ୍ୟ ସମ୍ପର୍କ ରେ କହିବୁ ଯାହାକୁ ଦେଖିଲେ ଆପଣ ଖୁବ ଆଶ୍ଚର୍ଯ୍ୟ ହୋଇ ଯିବେ ଏବଂ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ କି ଆଖି ମଧ୍ୟ ଫେରାଇ ନେଇ ପାରିବେ ନାହିଁ । ତେବେ କିଛି ଦିନ ଆଗରୁ କଟକ ଚାନ୍ଦବାଲି ରାସ୍ତା ଦେଇ ୨୮୮ ଚକିଆ ଟ୍ରକ ଯାଉଛି ଆଉ ଏତେ ବଡ଼ ଗାଡ଼ି ଦେଖିବା ପାଇଁ ରାସ୍ତା ରେ ଲୋକ ଙ୍କର ଭିଡ଼ ଦେଖିବା ପାଇଁ ମିଳିଛି । ଗାଡିର ଓଜନ ୬୫୦ ଟନ ଏବଂ ଏହି ଗାଡ଼ି ଟି ରାସ୍ତା ରେ ଯିବା ବେଳେ ବିଭିନ୍ନ ସ୍ଥାନ ରେ ଟ୍ରାଫିକ ସମସ୍ୟା ଦେଖିବା ପାଇଁ ମିଳି ଥିଲା ।

ତେବେ ଏହି ଗାଡ଼ି ଟି ଗୁଜୁରାଟ ରୁ ପାଣି ଜାହାଜ ରେ ପାରାଦ୍ୱୀପ ଆସି ଥିଲା ମପାରାଦ୍ୱୀପ ରୁ ଏକ ମେସିନ ନେଇ ଅନୁଗୁଳ ସାର କାରଖାନା ଏହି ଗାଡ଼ି ଟି ଯାଉଛି । ତେବେ ଏହା କୌଣସି ସାଧାରଣ ଗାଡ଼ି ନୁହେଁ, ଏହି ଯେଉଁ ଟ୍ରକ ଟି ରହିଛି ଏହା ବାହାରୁ ଆସିଛି ଏବଂ ଏହି ଗାଡ଼ି ଟି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଲୁଣା ନଦୀ ପାଖରେ ଥିଲା, ଯାହା ସେହି ଗାଡିର ଡ୍ରାଇଭର ସୂଚନା ଦେଇ ଥିଲେ |

ଲୁଣା ନଦୀ ପାଖରୁ ଏହା ପାଏ ରୋଡ଼ ଅର୍ଥାତ କେନ୍ଦ୍ରାପଡ଼ା ସାଲେପୁର ରୋଡ଼ ଦେଇ ବର୍ତ୍ତମାନ କଟକ ଜଗତପୁର ସ୍ଥିତ ବିରୂପା ନଦୀ କୂଳ ରେ ଅଛି । କାରଣ ଏହି ଗାଡ଼ି ଆଗକୁ ଯିବା ପାଇଁ ହେଲେ ଅନୁମତି ଏବଂ ଏହା ପାଇଁ ସ୍ୱତନ୍ତ୍ର ରାସ୍ତା କରାଯିବ, କାରଣ ଏହି ଗାଡ଼ି ଟି ଯେଉଁ ଏନଏଚ ଉପରେ ଯିବା କଥା ତା ଉପରେ ଯେହେତୁ ଏହାର ସାଢେ ଛଅ ଶହ ଟନ ରୁ ଅଧିକ ରହିଛି ।

ତେବେ ଟି ପାଇଁ ସ୍ୱତନ୍ତ୍ର ରାସ୍ତାର ବ୍ୟବସ୍ତା ମଧ୍ୟ କରିବା ପାଇଁ ପଡିବ । କାରଣ ଆମର ଏହି ସାଧାରଣ ରାସ୍ତାରେ ୨୮୮ ଚକିଆ ଜାଣଟି ଯିବା ସମ୍ଭବ ନୁହଁ ଯାହା ଫଳରେ ରାସ୍ତାର ମଧ୍ୟ କ୍ଷତି ହେଇପାରେ ବୋଲି କୁହାଯାଇଛି । ଆଉ ମଧ୍ୟ ସରକାର ଙ୍କ ତତ୍ୱା ବଧାନ ରେ ଏହି ଗାଡି ପାଇଁ ସ୍ୱତନ୍ତ୍ର ବ୍ୟବସ୍ତା କରାଯିବ ।

ତେବେ ସେହି ଟ୍ରକ ସହ ଆସିଥିବା ଲୋକଙ୍କ ଠାରୁ ଯାହା ସୂଚନା ମିଳୁଛି କି ଏହି ୨୮୮ ଚଳିଆ ଯାନ ଟି ପାଞ୍ଚ ଦିନ ହେଲା ଆସିଛି ଏବଂ ଏହି ଗାଡିଟି ରାସ୍ତାରେ ୧୫-୨୦ କିଲୋ ମିଟର ବେଗ ରେ ଆସିଛି ଆଉ ମଧ୍ୟ ଏହି ଗାଡି ସହିତ ୩୦-୩୫ ଜଣ ଲୋକ ଆସିଛନ୍ତି ଓ ଏହି ଟ୍ରକ ଟି ଗୁଜୁରାଟ ରୁ ଜଳ ଜାହାଜ ଯୋଗେ ପାରାଦ୍ୱୀପ ରେ ପହଂଚିଛି ବୋଲି ଗାଡି ସହିତ ଆସିଥିବା ଲୋକଟି କହିଥିଲେ ।

ତେବେ ଯେଉଁ ବ୍ରିଚ ରହିଛି ତାହା ବିରୂପା ନଦୀ ହେଉ କିମ୍ବା ପାଖରେ ରହିଥିବା କେନାଲ ହେଉ ତାହାର କ୍ଷମତା କିନ୍ତୁ ସେତିକି ରହି ନାହିଁ ତେଣୁ ଏହି ଗାଡ଼ି ପାଇଁ ସ୍ୱତନ୍ତ୍ର ରାସ୍ତା ତିଆରି ହେବ । ତେବେ ସେହି ଗାଡ଼ି ର ଡ୍ରାଇଭର ମଧ୍ୟ କହିଛନ୍ତି ଏହା ଯେଉଁଠି କି ଯାଉଛି ସେଠି ତାହାକୁ ପହଞ୍ଚାଇବାକୁ ହେଲେ ଦୁଇ ରୁ ଅଢେଇ ମାସ ଲାଗି ଯିବ । ତେବେ ଏହି ଗାଡ଼ି ଟି ଯେତେ ବେଳେ ପହଞ୍ଚି ଥିଲା ଏତେ ବଡ଼ ଗାଡ଼ି କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲା ଏବଂ ସେହି ରାସ୍ତା ଦେଇ ଯିଏ ବି ଯାଉ ଥିଲେ ସେଠାରେ ଅଟକି ଯାଇ ଗାଡ଼ି ଟିକୁ ଦେଖୁ ଥିଲେ ।

ବର୍ତ୍ତମାନ ସମୟରେ ଏହାର ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି ଆଉ ଗାଡ଼ି ଟିକୁ ଦେଖି କେହି ବିଶ୍ୱାସ ମଧ୍ୟ କରି ପାରୁ ନାହାଁନ୍ତି । ତେବେ କିନ୍ତୁ ବର୍ତ୍ତମାନ ଦୀର୍ଘ ୨୦ ଦିନ ପରେ ଏହି ଗାଡି ଟି ନଦୀ ପାର ହୋଇ ଯାଇଛି । ତେବେ ଏହି ଗାଡ଼ି କୁ ଦେଖିବା ପାଇଁ ଲୋକ ମାନଙ୍କ ର ଭିଡ଼ ମଧ୍ୟ ଜମି ଥିଲା । ତେବେ ବହୁତ ଲୋକ କେବଳ ଏହି ଗାଡି କୁ ଦେଖିବା ପାଇଁ ଆସିଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *