Deepika ଙ୍କ ପାଇଁ ଆସିଲା ଖୁସି ଖବର ! ଦୀପିକା ରାଜି ଦିନେଶ ବି ରାଜି…, ଏଥର ପଡ଼ିବ ହାତଗଣ୍ଠି, ଦେଖନ୍ତୁ କଣ କହିଲେ Pramila Tripathy

ବନ୍ଧୁଗଣ ନମସ୍କାର, ତେବେ କିଛି ଦିନର ବ୍ୟବଧାନ ପରେ ଧାରଣା ସ୍ଥଳ କୁ ଫେରିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ । ସବୁ ଚର୍ଚ୍ଚା ର ପୂର୍ଣ୍ଣଛେଦ ପକାଇଛନ୍ତି ପ୍ରମିଳା । ଫେରିବା ପରେ ନିଜ ମନର କଥା କହିଛନ୍ତି । ଦୀପିକା କୁ କୌଣସି ଏକ ଚିଠି ଦେବା କଥା ସେ କହିଛନ୍ତି । ଏହା ସହିତ ନିଜର ଅସୁସ୍ଥତା ପାଇଁ ଆସିପାରି ନଥିଲେ ବୋଲି ସେ କହିଛନ୍ତି । “ଏବେ ମୁଁ ମୋ ଝିଅ ପାଖକୁ ଫେରି ଆସିଛି ।

ଲୋକେ କହୁଛନ୍ତି ମୁଁ କୁଆଡେ ଡରିଯାଇ ଦୀପିକା କୁ ଏକା ଛାଡ଼ି ଚାଲିଗଲି । କିନ୍ତୁ ମୁଁ ଦୀପିକା କୁ ଛାଡ଼ିନି କି ଛାଡିବିନି । ମୋ ଝିଅ କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ମୁଁ ଯାଇନାହିଁ । ମୁଁ ରୁହେ କି ନ ରୁହେ ମୋ ନଜର କିନ୍ତୁ ଅଛି ଦୀପିକା ଉପରେ । ଦଶ ଦିନ ଧରି ମୁଁ ଆସି ପାରିଲି ନାହିଁ ବୋଲି ମୋ ଝିଅ କୁ ସେ ବହୁତ ହଇରାଣ କରିଲେ । ପାଲ ଚିରିବା ସହିତ ମାଡ଼ ମାରିଲେ । ମୁଁ ସବୁ ଜାଣିଛି ।

କିନ୍ତୁ ମୁଁ ଚୁପ ବସିବା ଲୋକ ନୁହେଁ । ମୁଁ କଥା ହେଉଛି ଏହି ଘଟଣା ର କିପରି ସମାଧାନ ହେବ । ଦିନେଶ ଖରାପ ପିଲା ନୁହେଁ । ସେ ବିବାହ ପାଇଁ ରାଜି ଅଛି । କିନ୍ତୁ ନିଜ ବାପାମାଆ ଙ୍କ କଥା ରେ ପଡ଼ି ଏମିତି ହେଉଛି । ସେ ତ ରାଜି ଥିଲା ଦୀପିକା କୁ ଥାନା ରେ ବାହା ହେବା ପାଇଁ । କିନ୍ତୁ ତା’ ମାଆ କହିଲା ପୁଅ ତୁ ଥାନା କୁ ଯାଆ ପଛେ ସେ ଝିଅ କୁ ବିବାହ କରେ ନାହିଁ । ଏଥିପାଇଁ ଦିନେଶ ବି ବିବାହ କରିବାକୁ ମନା କରିଦେଲା ।

ଏବେବି ଦିନେଶ ର ମନ ଅଛି । ତାକୁ ବିବାହ ପାଇଁ ବୁଝାଇଲେ ସେ ରାଜି ହୋଇଯିବ । କଥା ଅଟକିଛି ତାଙ୍କ ବାପା ଓ ମାଆ ଙ୍କ ପାଖରେ । ସେମାନେ ଜାଣିଜାଣି ଦିନେଶ ଙ୍କୁ ଲୁଚାଇ ରଖୁଛନ୍ତି । କେତେ ଦିନ ଆଉ ଲୁଚାଇବେ କଥା ତ ଚାରିଆଡ଼େ ପ୍ରକଟ ହୋଇ ଗଲାଣି । କିଏ ଆଉ ତାଙ୍କ ପୁଅ କୁ ଝିଅ ଦେବ । ଜାଣିଜାଣି ନିଜ ପୁଅ ର ଜୀବନ କୁ ସେମାନେ ବର୍ବାଦ କରୁଛନ୍ତି ।

କିନ୍ତୁ ଏହି ଲଢେ଼ଇ ଖୁବ ଶୀଘ୍ର ଶେଷ ହେବ ଏବଂ ଦୀପିକା ଦିନେଶ ଏକାଠି ହେବେ । ଘରେ ନ ରହିଲେ ବି ବାହାରେ ରହିବେ ଉଭୟ । ମୁଁ ଅଛି ସେମାନଙ୍କ କିଛି ଅସୁବିଧା ହେବ ନାହିଁ । ଓଡ଼ିଶା ବାସୀ ବି ସେମାନଙ୍କୁ ସମର୍ଥନ କରୁଛନ୍ତି । ଏଥର ମିଶିବା ସୁନିଶ୍ଚିତ । ” ତେବେ ଏହିଭଳି ଭାବରେ ନିଜର ମତାମତ ପ୍ରକାଶ କରିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ ।

ତାଙ୍କ କହିବାନୁଯାୟୀ ଦିନେଶ ଓ ଦୀପିକା ଙ୍କ ଏହି କାହାଣୀ ର ସମାଧାନ ନିଶ୍ଚିତ ଭାବରେ ହେବ ଏବଂ ଉଭୟ ନିଶ୍ଚିତ ବିବାହ କରିବେ । ତେବେ ଏହା କେବଳ ଭବିଷ୍ୟତ ରେ ହିଁ ଜଣା ପଡ଼ିବ । ତେବେ ଏହି ସମ୍ବନ୍ଧରେ ଆପଣ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *