ଦୀପିକା ପାଇଁ ଖୁସି ଖବର ! ଦେଖନ୍ତୁ ଏ ନେଇ କଣ କହିଲେ ପ୍ରମିଳା ମା’, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ସମାଜ ସେବୀ ପ୍ରମିଳା ତ୍ରିପାଠୀ କହିଛନ୍ତି ସେ ଯାହା ଖୁସି ଖବର ଦେବେ କାଲି ହିଁ ଦେବେ । ଆଜି ସେ କିଛି କହିବେ ନାହିଁ । କାଲି ସେ ଦୀପିକା ଙ୍କ ପାଇଁ ଖୁସି ଖବର ନେଇ ଆସିବେ । ଏହା ସହିତ ପ୍ରମିଳା ତ୍ରିପାଠୀ ଭୁବନେଶ୍ଵର ର ଖଣ୍ଡଗିରି ଥାନାକୁ ଯାଇଥିଲେ । ସେଠି କଥାବାର୍ତ୍ତା ମଧ୍ୟ କରିଥିଲେ ଏବଂ 19 ତାରିଖ ଦିନ ପୁନର୍ବାର ମଧ୍ୟ ସେ ସେହି ଥାନାକୁ ଦୀପିକା ଙ୍କ ସହ ଯିବେ ବୋଲି କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଗୋଟେ ଲଜ୍ୟା ର କଥା ଶ୍ଵଶୁର ହେଇକି ନିଜ ବୋହୂ ପ୍ରତି ଏମିତି ଖରାପ ବ୍ୟବହାର ପ୍ରଦଶ୍ରନ କରିଛନ୍ତି । ମୁଁ ନ ଥିବା ସମୟରେ ଦୀପିକା କୁ ତଥା ନିଜ ବୋହୂ କୁ ଏ କିଭଳି ଭାଷା କହିଛନ୍ତି ? ଦୀପିକା ନିଜ ଛୁଆ ପାଇଁ, ନିଜ ହକ ପାଇଁ ଏବଂ ନିଜ ନ୍ୟାୟ ପାଇଁ ଲଢିବ । କୋର୍ଟ ର କାମ କୋର୍ଟ ମଧ୍ୟ ଚାଲିଛି । ଯେଉଁ ପର୍ଯ୍ୟନ୍ତ ତାକୁ ନ୍ୟାୟ ନ ମିଳିଛି ସେ ଏହିଠାରେ ବସିବ ଏହିଠାରେ ହିଁ ରାନ୍ଧି ବାଢ଼ି ଖାଇବ । ଆଉ ଯିଏ ଏହିଥର ତା’ ଉପରକୁ ହାତ ଉଠେଇବ କିମ୍ବା ଭାଷା କହିବ ଓ ମିସ୍ ବ୍ୟବହାର କରିବ ତାହାର ପରିଣାମ ମଧ୍ୟ ଭୋଗିବାକୁ ପଡ଼ିବ ।

ଶଶୁର ହେଇକରି ବୋହୂ କୁ ଏଭଳି ଭାଷା କହିବା ଉଚିତ ନୁହେଁ ବୋଲି ପ୍ରମିଳା ତ୍ରିପାଠୀ କହିଛନ୍ତି । ଦୀପିକା କୁ ଏଭଳି ଭାଷା କାହିଁକି କହିବେ ? ଏଗୁଡ଼ା ବହୁତ ଲଜ୍ୟା ର କଥା । ସେ ଗୋଟେ ଭଲ ପରିବାର ବୋଲି ଆମେ ଭାବି ନେଇଥିଲୁ କିନ୍ତୁ ଏମିତି ଖରାପ ହେବେ ବୋଲି ଭାବି ନ ଥିଲୁ ।

କିନ୍ତୁ ବର୍ତ୍ତମାନ ମୁଁ ଗୋଟିଏ ଜିନିଷ କହିବାକୁ ଚାହୁଁଛି ଦୀପିକା ପାଇଁ ମୁଁ ଏବେ ଆସି ଗଲିଣି । 18 ତାରିଖ ପର୍ଯ୍ୟନ୍ତ ମୁଁ ରହିବି ଏହିଠାରେ । କ’ଣ ହେବ କ’ଣ ସେମାନେ କରିବେ ମୁଁ ଦେଖିବି । ମୋ ଦୀପିକା ଏହିଠାରେ ରୋଷେଇ କରିବ । ଖାଇବ ପିଇବ ଏଠି ଶୋଇବ କୁଆଡେ ଆଜ୍ଞା ଯିବାର ନାହିଁ । ଆଉ ଯଦି ହାତ ଦେଲେ ତାପରେ ଦେଖିବି ଏଥର ଶେଷକୁ ଝିଅ ଜବାବ ଦେବ ।

ମୁଁ ସେହିଠାରେ ଠିଆ ହୋଇଥିବି । ମୁଁ ତାହାର ସୋହଯୋଗୀକାରୀ । ମୁଁ ଯିବା ଆସିବା କାମ ହେଲେ ମଧ୍ୟ ବହୁତ କାମ ସବୁ ବାକି ରହି ଯାଉଛି । ତାହା ପାଇଁ କେହି ବୁଝିବାକୁ ନାହିଁ । ସେ ଧାରଣା ସ୍ଥଳରେ ବସିଛି । ମୁଁ ଟିକେ ଏସପି ପାଖକୁ ହେଉ କିମ୍ବା ଡିଜି ପାଖକୁ ହେଉ ଯିବା ଆସିବା କରୁଛି । 19 ତାରିଖ ଦିନ ମୁଁ ମହିଳା କମିଶନର ପାଖକୁ ଯିବି । ଦୀପିକା ଏହିଠାରେ ହି ବସିବ । ସେ ଏଠୁ ଉଠିଲେ କେମିତି କ’ଣ ହେବ ?

ଏଠୁ ଝିଅ ଉଠିଗଲେ ତେବେ ଖେଳ ସରିଲା । ପ୍ରମିଳା ତ୍ରିପାଠୀ କହିଛନ୍ତି ମୁଁ ଏକା ଥିଲେ ସରି । ମୋହର ଆଉ କେହି ଦରକାର ନାହିଁ । ମୋ ଝିଅ ପାଇଁ ମୁଁ ଲଢ଼ିବି । ଓକିଲ ତାଙ୍କର କୋର୍ଟ ରେ ଲଢ଼ିବେ କମିଶନର ପାଖରେ କ’ଣ ? ତେବେ ଏହିଭଳି ସମାଜସେବୀ ପ୍ରମିଳା ତ୍ରିପାଠୀ ନିଜର ମନ୍ତବ୍ୟ ଦେଇଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *