ଆକାଉଣ୍ଟ ପୁରା ଖାଲି କରି ଦେଲେ ଅଧା ଅଧା କରି ସବୁ ଟଙ୍କା ଲୁ-ଟି ଦେଲେ । ଦିବଙ୍ଗତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଝିଅ ଏବେ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି । ଆଉ ଏହି ଚର୍ଚ୍ଚାର କାରଣ ହେଉଛି ସାଇବର ଠକଙ୍କ ଟାର୍ଗେଟରେ ଏବେ ଦୀପାଳି ଦାସ । ସାଇବର ଠକଙ୍କ ଶିକାର ହୋଇଛନ୍ତି ଏବେ ଦୀପାଳି । ଦୁର୍ବୁତ୍ତ ମାନେ ଏମିତି ଲୁ-ଟି ଦେଲେ ଯେ ଦୀପାଳି କିଛି ବି ଜାଣି ପାରିଲେ ନାହିଁ ।
ଆଉ ଯେତେବେଳେ ଦୀପାଳି ନିଜ ଆକାଉଣ୍ଟ ଚେକ କରି ଥିଲେ ସେତେବେଳେ ସେ ଜାଣି ପାରିଲେ କି ତାଙ୍କ ଆକାଉଣ୍ଟରୁ ଟଙ୍କା ଖାଲି ହୋଇ ଯାଇଛି । ନବ ଦାସଙ୍କ ହତ୍ୟା ପରେ ଏବେ ଏମିତି କିଛି ଘଟିଛି ଝିଅ ଦୀପାଳିଙ୍କ ସହ । ନବ ଦାସ ଥିବା ବେଳେ ଏମିତି କେବେ ହୋଇ ନଥିଲା କିନ୍ତୁ ମୁଣ୍ଡ ଉପରୁ ସାହାରା ଉଠି ଗଲା ପରେ ଏମିତି କିଛି ଏବେ ଦୀପାଳିଙ୍କ ସହ ହୋଇଛି ।
ଲୁ-ଟେ-ରା ମାନେ ଏବେ ଦୀପାଳିଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି । କାରଣ ସେ ଜାଣି ସାରି ଛନ୍ତି ବୋଧ ହୁଏ ନବ ଦାସଙ୍କ ଉପରେ ଏବେ ସବୁ ସମ୍ପତ୍ତି ଉପରେ ଦୀପାଳିଙ୍କ ଅଧିକାର ରହିଛି । ବୋଧ ହୁଏ ସେଥିପାଇଁ ଦୀପାଳିଙ୍କୁ ସାଇବର ଲୁ-ଟେ-ରା ମାନେ ଟାର୍ଗେଟ କରିଛନ୍ତି । ମିଡିଆ ରିପୋର୍ଟସ ଅନୁସାରେ ଦୀପାଳିଙ୍କ ଆକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା ଚୋରୀ ହେଇ ଥିବା ନେଇ ଅଭିଯୋଗ ହୋଇଛି ।
ସମ୍ବଲପୁର ଅଇଁଠା ପାଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ଦୀପାଳି ଦାସ । ଦୀପାଳିଙ୍କ ଆଇସିଆଇସି ବେଙ୍କରୁ ଟଙ୍କା ଗାୟବ ହୋଇ ଯାଇଥିବା ନେଇ ଜଣା ପଡିଛି । ପ୍ରଥମେ ଏକ ଲକ୍ଷ ଟଙ୍କା ଆଉ ପରେ ୫୦ ହଜାର ଟଙ୍କା ଡେବିଟ ହୋଇ ଥିଲା । ତେବେ ମାର୍ଚ୍ଚ ମାସ ୬ ତାରିଖରେ ସାଇବର ଅପରାଧ ଘଟି ଥିବା ଜଣା ପଡିଛି । ଅନ୍ୟ ପକ୍ଷେ ନବ ଦାସ ଯିବା ପରେ ଝାରସୁଗୁଡା ଜିଲ୍ଲାରେ ଉପ ନିର୍ବାଚନ ହେବାକୁ ଯାଉଛି ।
ଆଉ ଏହି ନିର୍ବାଚନରେ ବିଜେଡି ଦୀପାଳିଙ୍କୁ ଟିକେଟ ଦେବା ସୁନିଶ୍ଚିତ । ତେଣୁ ବାପାଙ୍କ ମୃତ୍ୟୁ ପରେ ଦୁଃଖରେ ଭାଙ୍ଗି ପଡି ଥିବା ଦୀପାଳି ଏବେ ସାଇବର ଠକେଇକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟି ଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।