ନମସ୍କାର ବନ୍ଧୁଗଣ, ଦିନେଶ ଏବଂ ଦୀପିକାଙ୍କ ଘଟଣା କିଛି ଦିନ ପୂର୍ବରୁ ଖୁବ ଚର୍ଚ୍ଚାରେ ଥିଲା । ଲାଗୁଥିଲା ତାଙ୍କ ଘଟଣାର ସମାଧାନ ହୋଇଯିବ କିନ୍ତୁ ସେହି ଘଟଣାକୁ ଏତେଦିନ ବିତି ଯାଇଥିବା ପରେ ମଧ୍ୟ ଦୀପିକାଙ୍କୁ କୌଣସି ନ୍ୟାୟ ମିଳିପାରି ନାହିଁ ଆଉ ଏବେ ମଧ୍ୟ ଦୀପିକା ନିଜ ଲଢେଇ ଏକା ଲଢୁଛନ୍ତି । ଆଉ ତାଙ୍କ ସାଥ ଦେଉଥିବା ପ୍ରମିଳା ମାଆଙ୍କର ଦେଖା ନାହିଁ ଦିନେଶ ଘର ଲୋକ ପ୍ରମିଳା ମାଆଙ୍କୁ କିଣି ଦେଇଥିବାର କଥା କହିଛନ୍ତି ଦୀପିକା ।
ଏଭଳି ଏକ ବଡ କଥା କାହିଁକି କହିଲେ ଦୀପିକା ତାହା ସମ୍ପର୍କରେ ଆସନ୍ତୁ ଜାଣିବା । ଦୀପିକା ନ୍ୟାୟ ପାଇବା ପାଇଁ କିଛି ମାସ ପୂର୍ବରୁ ଆସି ଦିନେଶଙ୍କ ଘର ଆଗରେ ବସିଥିଲେ । ସେତେବେଳେ ସେ କାହାର ମଧ୍ୟ ସାହାର୍ଯ୍ୟ ଏବଂ ସାହସ ନ ନେଇ ନିଜେ ଏକା ସାହସ କରି ଅଣ୍ଟା ଭିଡି ଆଗକୁ ଆସିଥିଲେ ନିଜ ପିଲାକୁ ବାପର ପରିଚୟ ଦେବା ପାଇଁ ।
ଯେତେବେଳେ ଦୀପିକାଙ୍କୁ ଜଣା ପଡିଲା ଦିନେଶ ତାଙ୍କୁ ଛାଡି ତାଙ୍କର ପିଲାକୁ ଛାଡି ଆଉ ଏକ ବିବାହ କରିବାକୁ ଚାହୁଁଛନ୍ତି ତେଣୁ ସେ ନିଜ ପିଲାକୁ ବାପାର ପରିଚୟ ଦେବା ପାଇଁ ଆସି ତାଙ୍କ ଘର ଆଗରେ ବସିଥିଲେ ଧାରଣାରେ । ପରେ ତାଙ୍କୁ ସାହାର୍ଯ୍ୟ କରିବା ପାଇଁ ସାହାରା ଏବଂ ସାହସ ଦେବା ପାଇଁ ସମାଜସେବୀ ପ୍ରମିଳା ମା ଆଗକୁ ଆସିଥିଲେ ନିଜେ ।
ଏବଂ କହିଥିଲେ ତୁ ବ୍ୟସ୍ତ ହୋନି ମୁଁ ତୋ ସାଥିରେ ଅଛି ତତେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ମୁଁ ତୋ ସାଥିରେ ରହିବି । ହେଲେ ତାଙ୍କର ସେହି କଥା ମିଥ୍ୟା ପ୍ରମାଣିତ ହୋଇଛି ଦୀପିକାଙ୍କ ପାଇଁ ସାଥିରେ ରହିବି କହି ଅଧାରୁ ହାତ ଛାଡି ଦେଇଛନ୍ତି ପ୍ରମିଳା ମା । ଦୀପିକାଙ୍କ କହିବା ଅନୁଯାୟୀ ହୁଏ ତ ତାଙ୍କୁ ଦିନେଶଙ୍କ ଘର ଲୋକ କିଣି ଦେଇଛନ୍ତି,
ନହେଲେ ସେ ଟିନା ହେଉ କିମ୍ବା ତପସ୍ଵିନୀ ହେଉ ତାଙ୍କୁ ନ୍ୟାୟ ମିଳିବା ପରେ ମଧ୍ୟ ତାଙ୍କର ଯଦି କିଛି ଅସୁବିଧା ହେଉଛି ତେବେ ତାଙ୍କ ସସହ SP ଅଫିସ ଯାଉଛନ୍ତି । ହେଲେ ମତେ ଏବେ ଯାଏ ନ୍ୟାୟ ମିଳି ନାହିଁ ତଥାପି ସେ ମୋ ପାଖକୁ ଆସୁ ନାହାନ୍ତି ତେଣୁ ତାଙ୍କୁ ଲାଗୁଛି ନିଶ୍ଚୟ ଦିନେଶ ଘର ଲୋକ ତାଙ୍କୁ କିଣି ନେଇଛନ୍ତି । ଏହା ସମ୍ପର୍କରେ ଆପଣଙ୍କର ମତ କଣ ରହିବ ତାହା ନିହାତି ଭାବରେ ଜଣାନ୍ତୁ ।