Odia Jokes- ଦିନେ ସାର ଗୋଟିଏ ପିଲାକୁ ପଚାରିଲେ ସ୍କୁଲ କଣ ଅଟେ …? ବହୁତ ହିଁ ଶାନଦାର ଜବାବ ମିଳିଲା… ସ୍କୁଲ ସେହି ଜାଗା ଅଟେ ଯେଉଁଠି…

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ସମସ୍ତ ଲୋକ ଟଙ୍କା ଅର୍ଜନ କରିବା ପାଇଁ ରାତି ଦିନ କଷ୍ଟ କରୁଛନ୍ତି । ସେମାନେ ନିଜ କାମରେ ଏତେ ବ୍ୟସ୍ତ ହୋଇଯାଉଛନ୍ତି ଯେ ସେମାନେ ନିଜର ମନୋରଞ୍ଜନ କରିପାରୁ ନାହାନ୍ତି । ବନ୍ଧୁଗଣ ଆପଣ ମାନଙ୍କ ମନୋରଞ୍ଜନ ପାଇଁ ଆଜିଆମେ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ ।

ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ଏହି ଓଡିଆ ଜୋକ୍ସ ଗୁଡିକୁ ପଢିବା ପରେ ଆପଣ ମାନଙ୍କ ଦିନ ମଧ୍ୟ ବହୁତ ଭଲ ଭାବରେ ଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ଗୁଡିକ ବିଷୟରେ ।

୧. ଗୋଟେ ଲୋକର କୌଣସି ସନ୍ତାନ ନଥିଲା… ସନ୍ତାନ ପାଇବା ପାଇଁ ଲୋକ ଜଣକ ବହୁତ ମାନସିକ କରିଲା

ମାନସିକ କରିବା ପରେ ସେ ଭୂମିରେ ଶୋଇ ପ୍ରଣାମ କରିଲା, ଏହା ପରେ ସେ ତୀର୍ଥ ଯାତ୍ରା ମଧ୍ୟ ଯାଇଥିଲା ହେଲେ ତାକୁ ସନ୍ତାନ ପ୍ରାପ୍ତି ହୋଇପାରିଲା ନାହିଁ ।

କିଛି ଦିନ ଏହି ସବୁ ଉପାୟ କରିବା ପରେ ସ୍ଵୟଂ ଭଗବାନ ପ୍ରକଟ ହୋଇ କହିଲେ,

ବତ୍ସ ପ୍ରଥମେ ବିବାହ ତ କର ତା ପରେ ତମେ ସନ୍ତାନ ପ୍ରାପ୍ତି କରିବ…

୨. ଶିକ୍ଷକ ଛାତ୍ର ମାନଙ୍କୁ ପଚାରିଲେ

ଶିକ୍ଷକ- ଆଛା କହିଲ ପିଲା ମାନେ ସବୁଠାରୁ ଅଧିକ କିଏ ରାଗନ୍ତି, ଝିଅ ନା ପୁଅ ?

ପପୁ- ସାର ଏତେ ସହଜ ପ୍ରଶ୍ନ, ଏହାର ଉତ୍ତର ହେଉଛି ଝିଅ ମାନେ ।

ଶିକ୍ଷକ- ତମେ କେମିତି ଜାଣିଲ, ପ୍ରମାଣ କର ?

ପପୁ- ସାର ଦେଖନ୍ତୁ ସେହି ପ୍ରଥମ ବେଞ୍ଚରେ ପିଙ୍କି ବସିଛି ଯଦି ପିଙ୍କି ମତେ କିସ କରିବ ତା ହେଲେ ମୁ ରାଗିବି ନାହିଁ

ହେଲେ ଯଦି ମୁ ପିଙ୍କିଙ୍କୁ କିସ କରିବି ତା ହେଲେ ସେ ନିଶ୍ଚୟ ରାଗିବ…!!

୩. ସ୍ଵାମୀ ସ୍ତ୍ରୀକୁ କହିଲା

ସ୍ଵାମୀ- ଡାର୍ଲିଙ୍ଗ ମୁ ତୁମକୁ ବହୁତ ଭଲ ପାଉଛି ।

ସ୍ତ୍ରୀ- ତା ହେଲେ କଣ ମୁ ତୁମକୁ ଭଲ ପାଉନି ?

ମୁ ତୁମ ପାଇଁ ସାରା ଦୁନିଆ ସହ ଝଗଡା କରି ଦେବି …

ସ୍ଵାମୀ- ହେଲେ ତମେ ତ ରାତି ଦିନ ମୋ ସହ ଝଗଡା କର ?

ସ୍ତ୍ରୀ- ଜାନୁ ତମେ ହି ତ ମୋର ଦୁନିଆ । ସ୍ଵାମୀ ସ୍ପିଚଲେସ…

୪. ଶାଶୁ ବୋହୁକୁ କହିଲା…

ଶାଶୁ- ମୁ କେତେ ଥର କହିଛି ବୋହୁ ବିନ୍ଦି ଲଗେଇ ବାହାରକୁ ଯା…

ବୋହୁ- ହେଲେ ମା ଜିନ୍ସ ଆଉ ଟପ୍ ରେ କିଏ ବିନ୍ଦି ଲଗାଏ ?

ଶାଶୁ- ମୁ କଣ କହିଲି ଜିନ୍ସ ଟପ୍ ରେ ବିନ୍ଦି ଲଗା ମୁ କହିଲି ତୁ ତୋ ମଥାରେ ବିନ୍ଦି ଲଗା…!!

୫. ୟାକୁ କୁହନ୍ତି ସ୍ମାର୍ଟ ସ୍ଵାମୀ

ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିଲା…

ସ୍ତ୍ରୀ- ମୁ ପୁରା ଘରକୁ ସମ୍ଭାଳୁଛି, ରୋଷେଇ ଘର ସମ୍ଭାଳୁଛି ଓ ଛୁଆ ମାନଙ୍କୁ ମଧ୍ୟ ସମ୍ଭାଳୁଛି ହେଲେ ତମେ କଣ କରୁଛ ?

ସ୍ଵାମୀ- ମୁ ନିଜକୁ ସମ୍ଭାଳୁଛି… ତମ ନିଶଶାଳିଆ ଆଖିକୁ ଦେଖି ଆଉ ରହିପାରୁନି ।

ସ୍ତ୍ରୀ- ତମେ ବି ନା, କୁହ କଣ ଖାଇବ ?

୬. ଦିନେ ସାର ଗୋଟିଏ ପିଲାକୁ ପଚାରିଲେ

ସ୍କୁଲ କଣ ଅଟେ …?

ବହୁତ ହିଁ ଶାନଦାର ଜବାବ ମିଳିଲା…

ସ୍କୁଲ ସେହି ଜାଗା ଅଟେ

ଯେଉଁଠି ଆମର ପାପା ଙ୍କୁ

ଲୁଟା ଯାଏ ଓ ଆମକୁ କୁଟା ଯାଏ

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *