ଦିନେ ସ୍ତ୍ରୀ ଙ୍କ ସହିତ ମିଶି ରାସ୍ତା କଡରେ ବିକୁଥିଲେ ଲିଟ୍ଟି-ଚୋଖା, ଆଜି କୋଟି କୋଟି ଟଙ୍କା କମାଉଛି ଏହି Super Star ଙ୍କ ଫିଲ୍ମ

ନମସ୍କାର ବନ୍ଧୁଗଣ ତେବେ ଆଜିର ସମୟରେ ଭୋଜପୁରୀ ସିନେମା କାହାଠୁ ଅଛପା ନା ତାର କଳାକାର । ଭୋଜପୁରୀ ସିନେମା ତାର କ୍ଷେତ୍ରରୁ ଆଗକୁ ବଢିଗଲାଣି । ଏବେ ଭାରତ ସହ ବିଦେଶରେ ମଧ୍ୟ ଭୋଜପୁରୀ ସିନେମାକୁ ଜଣାଯାଇଥାଏ । ଏହା ସହିତ ଏହାର କଳାକାର ମଧ୍ୟ ଦେଶ ବିଦେଶରେ ଜଣାଗଲେଣି । ଏହିପରି ଏକ ଦମଦାର ଭୋଜପୁରୀ ସୁପରଷ୍ଟାରଙ୍କ ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ ।

ତେବେ ଭୋଜପୁରୀ ସିନେମାରେ ଆଜି ଯେଉଁମାନେ ଦମଦାର ସୁପରଷ୍ଟାର ମାନେ ଅଛନ୍ତି ତାଙ୍କ ଭିତରୁ ଜଣେ ହେଉଛନ୍ତି ଖେସାରି ଲାଲ ଯାଦବ । ଖେସରି ଲାଲ ଯାଦବଙ୍କର ମଧ୍ୟ ପ୍ରଶଂସକ ଦେଶ ବିଦେଶରେ ଅନେକ ଅଛନ୍ତି । ନିଜର ସୁନ୍ଦର ଅଭିନୟ ସହ ନିଜର ତଗଡ଼ା ବଡ଼ି ପାଇଁ ମଧ୍ୟ ଖେସରି ବେସ ଲୋକପ୍ରିୟ ଅଟନ୍ତି । ତାଙ୍କ ବଡ଼ି ଆଗରେ ଅନେକ ବଲିଉଡ଼ ଷ୍ଟାର ମଧ୍ୟ ଫିକା ପଡିଯାଇଥାନ୍ତି ।

ତେବେ ନିଜର ସୁନ୍ଦର ଅଭିନୟ, ଫିଲ୍ମ , ଗୀତ, ଓ ସୁନ୍ଦର ବଡ଼ି ଦ୍ଵାରା ଭୋଜପୁରୀ ଜଗତର ସବୁଠୁ ସଫଳ ଷ୍ଟାର ମାନଙ୍କ ମଧ୍ୟରୁ ଜଣେ ଖେସାରି ଲାଲଙ୍କୁ ଏହି ପର୍ଯ୍ୟନ୍ତ ପହଁଚିବା ପାଇଁ ଅନେକ ସଂଘର୍ଷ କରିବାକୁ ପଡିଲା । ସେ ଆଜି ଯେଉଁ ସ୍ଥାନରେ ପହଁଚିଛନ୍ତି କେହି ସେ ପର୍ଯ୍ୟନ୍ତ ସହଜରେ ପହଁଚିପାରି ନଥାନ୍ତା । ଖେସରି ଲାଲଙ୍କ ସହିତ ମଧ୍ୟ ଏପରି ହୋଇଛି । ଖେସରି ଲାଲ ଫିଲ୍ମ ଜଗତକୁ ଆସିବା ପୂର୍ବରୁ ତାଙ୍କ ଜୀବନ ମଧ୍ୟ ସଂଘର୍ଷ ସହ ଜଡିତ ରହିଥିଲା ।

ତେବେ ନିଜ ଫିଟନେସ ପାଇଁ ଖେସାରି ଲାଲ ଯାଦବ ବହୁତ ଧ୍ୟାନ ଦେଇଥାନ୍ତି । ସେ ଅନେକ ସମୟରେ ଯିମରେ ବ୍ୟାୟାମ କରୁଥିବା ଦେଖାଯାଇଛି । ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ଦମଦାର ବଡ଼ି ଦେଖାଯାଇଥାଏ । ପ୍ରତ୍ୟେକ ଦିନ ସେ ଫିଟନେସ ସମଧିତ ଫଟୋ ନିଜ ପ୍ରଶଂସକଙ୍କ ପାଇଁ ସେୟାର କରିଥାନ୍ତି । ବଦଳରେ ପ୍ରଶଂସକ ମାନେ ବି ତାଙ୍କୁ ବହୁତ ସପୋର୍ଟ କରିଥାନ୍ତି ।

ତେବେ କୁହାଯାଇଛି ନିଜ ସିନେମା ପ୍ରେମ ପାଇଁ ଖେସରି ଲାଲ ଫୋର୍ସର ବଡ଼ ଚାକିରୀ ଛାଡିଦେଇଥିଲେ । ଏହା ସହ ସେ ଲିଠି-ଚୋଖା ବିକ୍ରିକରି ସେ ଚଳୁଥିଲେ । କହିରଖିବିକି ଖେସାରି ଲାଲ ଜଣେ ଭଲ ଅଭିନେତା ସହ ଭଲ ଗାୟକ ମଧ୍ୟ ଅଟନ୍ତି ଓ ସେ ବହୁତ ଗୀତ ଆଜି ପର୍ଯ୍ୟନ୍ତ ଗାଇସାରିଛନ୍ତି । କୁହାଯାଏକି ଆରମ୍ଭରେ ସେ ଗାୟକ ହେବା ଇଚ୍ଛା ନେଇ ଇଣ୍ଡଷ୍ଟ୍ରିକୁ ଆସିଥିଲେ କିନ୍ତୁ ପଇସାର କମି ପାଇଁ ସବୁ ଠିକ ରହିଲା ନାହିଁ କିନ୍ତୁ ବହୁତ ଶୀଘ୍ର ତାଙ୍କ ଗୀତ ଆଲବମ ଆସିଲା ଓ ଲୋକ ତାଙ୍କୁ ବହୁତ ଭଲପାଇବା ଦେଲେ ।

ତେବେ ଆଜିର ସମୟରେ ଭୋଜପୁରୀ ଜଗତର ସବୁଠୁ ବଡ଼ ସୁପରଷ୍ଟାର ମଧ୍ୟରୁ ଜଣେ ଖେସାରି ଲାଲ କିଛି ବର୍ଷ ପୁର୍ବେ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ ଏହା ପରେ ସେ ବହୁତ ଜଲ୍ଦି ଭୋଜପୁରୀ ସିନେମାର ବଡ଼ ନାମ ଭାବେ ପରିଗଣିତ ହେଲେ । ସେ ଭୋଜପୁରୀ ସିନେମାରେ ପାଦ ରଖିବା ପରେ ବହୁତ କିଛି କରିଥିଲେ । ଖେସାରି ଲାଲ ଯାଦବଙ୍କ ପ୍ରଥମ ଫିଲ୍ମ ୨୦୧୨ରେ ଆସିଥିଲା । ସେହି ଫିଲ୍ମର ନାମ ଥିଲା “ସାଜନ ଚଲେ ଶଶୁରାଲ” । ଏହି ଫିଲ୍ମ ପରେ ଖେସାରି ରାତା ରାତି ଷ୍ଟାର ହୋଇଗଲେ ।

ଦର୍ଶକମାନେ ପ୍ରଥମ ଥରରୁ ହିଁ ଏହି ସୁପରଷ୍ଟାରଙ୍କୁ ବହୁତ ପସନ୍ଦ କରିନେଲେ । ଏହି ସଫଳତା ପରେ ଖେସାରି ବହୁତ ଖୁସି ଥିଲେ ଓ ଏହା ପରେ ସେ ଆଉ ପଛକୁ ଚାହିଁନାହାଁନ୍ତି । ସେ ଆଗକୁ ବଢି ଚାଲିଲେ ଓ ସଫଳତା ତାଙ୍କ ପାଦ ଛୁଇଁଲା । ଖେସାରି ଲାଲ ଯାଦବ ନିଜ ୮ ବର୍ଷର କ୍ୟାରିଅରରେ ଅନେକ ହିଟ ଫିଲ୍ମ ଦେଇଛନ୍ତି । ତାଙ୍କ ପ୍ରମୁଖ ଫିଲ୍ମରେ କ୍ୟାରିଅର ଆରମ୍ଭ ଫିଲ୍ମ ସାଜନ ଚଲେ ଶଶୁରାଲ, ସହିତ ଜାନେ ତେରେ ନାମ, ନାଗିନୀ, ଦିଲଲେ ଗଇ ଓଢ଼ନିଆ ବାଲି, ଦେବରା ପେ ମାନବା ଡୋଲେ ଓ ଛପରା ଏକ୍ସପ୍ରେସ ସାମିଲ ଅଛି ।

ତେବେ ଖେସାରି ଲାଲ ଯାଦବଙ୍କ ଜନ୍ମ ୬ ମାର୍ଚ୍ଚ ୧୯୮୬ କୁ ବିହାରର ସିବାନରେ ହୋଇଥିଲା । ଖେସାରି ଯେବେ ୨୦ ବର୍ଷର ଥିଲେ ତାଙ୍କ ବିବାହ ଚନ୍ଦା ଦେବୀଙ୍କ ସହ ହୋଇଯାଇଥିଲା । ଆଜି ସେ ଦୁଇଟି ପିଲାର ବାପା ଅଟନ୍ତି । ତାଙ୍କର ଝିଅର ନାମ କୃତି ଯାଦବ ଓ ପୁଅର ନାମ ରିସବ ଯାଦବ ଅଟେ । କହିରଖିବିକି ଖେସାରିଙ୍କ ଏକ ଫିଲ୍ମ ସଂଘର୍ଷ ଅଛି ଯେଉଁଥିରେ ତାଙ୍କ ଝିଅ କୃତି ମଧ୍ୟ ଅଭିନୟ କରିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *