Mi-17V5 Helicopter, ଦିନେ PM Modi ବି ବାଲ ବାଲ ବଞ୍ଚିଥିଲେ ଏହି ହେଲିକ୍ୟାପ୍ଟରରେ, ଦେଖନ୍ତୁ କଣ ଥିଲା ପୁରା ଘଟଣା

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ତାମିଲନାଡୁର କୁନ୍ନୁରରେ ବୁଧବାର ସେନାର ଏକ MI-17V-5 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ହେଲିକପ୍ଟରରେ ଭାରତର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ୍ ରାଓ୍ୱତ ଓ ତାଙ୍କ ପତ୍ନୀଙ୍କ ସହ ୧୪ ଜଣ ଥିଲେ । ସବୁଠାରୁ ବଡ଼ କଥା ହେଉଛି ଏହି ଦୁର୍ଘଟଣାରେ ୧୩ ଜଣ ସେନା ଅଧିକାରୀଙ୍କ ମୃତ୍ୟୁ ବରଣ ହୋଇଛ । ସେଥିମଧ୍ୟରେ ଅଛନ୍ତି ଭାରତର ପ୍ରଥମ ସିଡିଏସ୍ ବିପିନ୍ ରାଓ୍ୱତ ଓ ତାଙ୍କ ପତ୍ନୀ ମଧୁଲିକା ରାଓ୍ୱତ ।


ଭାରତର ପ୍ରଥମ ସିଡିଏସ ଜେନରାଲ ବିପିନ ରାଓ୍ୱତ ଯାଉଥିବା MI-17V-5 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏହା ପୂର୍ବରୁ ନରେନ୍ଦ୍ର ମୋଦୀ ମଧ୍ୟ ବାଲ ବାଲ ବଂଚି ଯାଇଥିଲେ ଏହି ପ୍ଲେନ କ୍ରାସ ରୁ । ତେବେ ଘଟଣା କିଛି ଏପରି ଥିଲା କି ଯେତେବେଳେ MI-17V-5 ହେଲିକ୍ୟାପ୍ଟର ଲ୍ୟାଣ୍ଡ କରିବାକୁ ଯାଉଥିଲା ସେତେବେଳେ ପବନ ଯୋଗୁଁ ଲ୍ୟାଣ୍ଡିଂ ଗ୍ରାଉଣ୍ଡ ରୁ ଗୋଟିଏ ତିରପାଳ ଉଡିଲା ଏବଂ ସିଧା ହେଲିକ୍ୟାପ୍ଟର ରେ ବାଜି ଖଣ୍ଡ ଖଣ୍ଡ ହୋଇଗଲା ।

ତେବେ ଏହା କୌଣସି ସାଧାରଣ କଥା ନୁହେଁ ଏହା ଯୋଗୁଁ ବହୁତ ବଡ଼ ଦୁର୍ଘଟଣା ମଧ୍ୟ ହୋଇ ପାରିଥାନ୍ତା । ତେବେ MI-17V-5 ହେଲିକ୍ୟାପ୍ଟର ବହୁତ ଖାସ ଏବଂ ବିଶ୍ୱସ୍ତ ମଧ୍ୟ ତେବେ ଆସନ୍ତୁ ଏହାର କାରଣ ବିଷୟ ରେ ଜାଣିନେବା । ତେବେ MI-17V-5 ହେଲିକପ୍ଟର ଋଷ ଦ୍ୱାରା ନିର୍ମିତ ଯୁଗ୍ମ ଇଞ୍ଜିନ ମଲ୍ଟିପ୍ରପୋଜ୍ ହେଲିକପ୍ଟର । ଏହି MI-17V-5 ହେଲିକପ୍ଟର MI-8 ହେଲିକପ୍ଟର ନୂଆ ସଂସ୍କରଣ ।

ଏହି ହେଲିକପ୍ଟର ଋଷ କମ୍ପାନୀ ମିଲ୍ ମସ୍କୋ ହେଲିକପ୍ଟର ପ୍ଲାଣ୍ଟ ଏବଂ ଉଲାନ-ଉଡେ ହେଲକପ୍ଟର ପ୍ଲାଣ୍ଟରେ ନିର୍ମାଣ କରାଯାଇଥାଏ । MI-17V-5 ହେଲିକପ୍ଟର ଅଧିକ ଉଚ୍ଚରେ ଏବଂ ଖରାପ ପାଗରେ ଭଲ ଭାବରେ କାମ କରିଥାଏ । ଏହି MI-17V-5 ହେଲିକପ୍ଟର MI-8 ହେଲିକପ୍ଟରର ନୂଆ ସଂସ୍କରଣ । MI-17V-5 ବିଶେଷ ଭାବରେ ଅଧିକ ଉଚ୍ଚରେ ଏବଂ ଅଧିକ ତାପମାତ୍ରରେ ଭଲ ଭାବରେ ପ୍ରଦର୍ଶନ ପାଇଁ ଏହାକୁ ସ୍ୱତନ୍ତ୍ର ଭାବରେ ଡିଜାଇନ କରାଯାଇଛି ।

MI-17V-5 ହେଲିକପ୍ଟର ଦୁନିଆର ସବୁଠାରୁ ଉନ୍ନତ ପରିବହନ ହେଲିକପ୍ଟର । ଏହି ହେଲିକପ୍ଟର ସାହାର୍ଯ୍ୟରେ ସୈନ୍ୟବାହିନୀ, ଅସ୍ତ୍ରଶସ୍ତ୍ର ପରିବହନ, ଅଗ୍ନି ସହାୟତା, ଗାର୍ଡ ପାଟ୍ରୋଲିଂ ଏବଂ ସର୍ଚ୍ଚ ଏବଂ ଉଦ୍ଧାର ମିଶନରେ ଏହା ନିୟୋଜିତ ହୋଇପାରିବ । MI-17V-5 ହେଲିକପ୍ଟର ମଧ୍ୟ ମାଲ୍ ପରିବହନ ପାଇଁ ଡିଜାଇନ ହୋଇଛି । ଏହି ହେଲିକପ୍ଟର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତିବିଧିରେ ବ୍ୟବହୃତ ହୋଇଥାଏ ।


ଅର୍ଥାତ ଏହି ହେଲିକପ୍ଟର ଭିଭିଆଇପି ଗତିବିଧିଠାରୁ ଆରମ୍ଭ କରି ସେନା ଅପରେସନ ପର୍ଯ୍ୟନ୍ତ ଏହା ବ୍ୟବହୃତ ହୋଇଥାଏ । ବିଶ୍ୱର ପ୍ରାୟ ୬୦ ଦେଶରେ ୧୨ ହଜାରରୁ ଅଧିକ MI-17 ହେଲିକପ୍ଟର ବ୍ୟବହାର କରୁଛନ୍ତି । ତେବେ ବିଶ୍ୱର ପ୍ରାୟ ୬୦ ଦେଶରେ ୧୨ ହଜାରରୁ ଅଧିକ MI-17 ହେଲିକପ୍ଟର ବ୍ୟବହୃତ ହେଉଛି । ଏହି ହେଲିକପ୍ଟର ଭାରୀ ଲିଫ୍ଟିଂ, ପରିବହନ, ଭିଭିଆଇପି ଗତିବିଧି ଏବଂ ଉଦ୍ଧାର କାର୍ଯ୍ୟରେ ବ୍ୟବହାର ହୋଇଥାଏ ।

ତେବେ ପ୍ରତିରକ୍ଷା ମନ୍ତ୍ରଣାଳୟ ଋଷଠାରୁ ୮୦ MI ହେଲିକପ୍ଟର ଆଣିବା ପାଇଁ ୨୦୦୮ରେ ୧.୩ ଅରବ ଡଲାରରେ ଚୁକ୍ତି କରିଥିଲା । ୨୦୦୮ରେ ଚୁକ୍ତି ପରେ ୨୦୧୧ ମସିହାରେ MI ହେଲିକପ୍ଟର ଡେଲିଭରୀ ଆରମ୍ଭ ହୋଇଥିଲା । ୨୦୧୩ ମସିହା ସୁଦ୍ଧା ୩୬ଟି MI ସିରିଜର ହେଲିକପ୍ଟର ଭାରତକୁ ମିଳିଥିଲା । ଭାରତ ସରକାର ୨୦୧୨-୨୦୧୩ ମସିହାରେ ୭୧ଟି MI-17V-5 ହେଲିକପ୍ଟରର ଅର୍ଡର ଦେଇଥିଲା ।

MI-17V-5 ହେଲିକପ୍ଟରର ଶେଷ ପର୍ଯ୍ୟାୟ ଭାରତକୁ ୨୦୧୮ ମସିହାରେ ମିଳିଥିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।  ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *