‘ବିଜୁ ବାବୁଙ୍କୁ ମୁଁ ଫୋନରେ ବହେ ଶୋଧିଲି, ତା ପରଦିନ ମୁଖ୍ୟ ମନ୍ତ୍ରୀ ମତେ ଡାକିଲେ ଆଉ କହିଲେ…’

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ ଗତ କାଲି ଅର୍ଥାତ ମାର୍ଚ୍ଚ 5 ତାରିଖ ଓଡିଶାର ପୂର୍ବତ୍ତମ ମୁଖ୍ୟମନ୍ତ୍ରୀ ତଥା ଲୌହ ମଣିଷ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମ ଉତ୍ସବ ଥିଲା । ତେବେ ଗତ କାଲି ବିଜୁ ବାବୁଙ୍କ ଜନ୍ମ ଉତ୍ସବ ଅବସରରେ ଡାକୋଟା ବିମାନର ଉଦ୍ଘାଟନ ହୋଇଛି । ଏବେ ସାରା ରାଜ୍ୟରେ ବିଜୁ ବାବୁଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି  । ଆଉ ଏହାରି ମଧ୍ୟରେ ଜଣେ ମହିଳା ନେତ୍ରୀ ବିଜୁ ବାବୁଙ୍କ ବିଷୟରେ ଏପରି କିଛି କଥା କହିଛନ୍ତି ଯାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।

ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଉକ୍ତ ମହିଳା ଜଣକ କହିଛନ୍ତି-’91 ମସିହାରେ ସେ ମୁଖ୍ୟମନ୍ତ୍ରୀ ଥାଆନ୍ତି । ରାଉରକେଲାରେ ମୁଁ ସଂଘର୍ଷ କରୁଥାଏ । ମୁଁ ବସ୍ତି ମାନଙ୍କରେ କାମ କରୁଥିଲି ଗରିବ ଲୋକଙ୍କ ପାଇଁ କାମ କରୁଥିଲି ।

ଏକ କାଳୀନ ଭାବରେ ମୁଁ ଏକ ଇଣ୍ଡଷ୍ଟ୍ରି କରିଥିଲି । ଯେଉଁ ଇଣ୍ଡଷ୍ଟ୍ରିରୁ କିଛି ପଇସା ବାହାରୁ ଥିଲା ଆଉ ତାକୁ ମୁଁ ସମାଜସେବାରେ ଲଗାଉ ଥିଲି । ସେତେବେଳେ ଷ୍ଟିଲ ପ୍ଳାଣ୍ଟ ନେଉ ନଥିଲା । ଫର୍ନୀଚର ଗୁଡିକ ଯାହା ଓଡିଶାର ପ୍ରଡ଼କ୍ଟ ତାକୁ ଷ୍ଟିଲ ପ୍ଳାଣ୍ଟ ଆଉ ଏଲଏନଟି ଇତ୍ୟାଦି ସେମାନେ ନେଉ ନଥିଲେ । ମୁଁ ଭାବୁଛି ଆଜି ବି ସେହି ସମସ୍ୟା ରହିଛି । ତେବେ ସେହି ସମସ୍ୟାକୁ ମୁଁ ବିଜୁ ବାବୁଙ୍କୁ କହିବା ପାଇଁ ମନସ୍ଥ କଲି ।

ଦିନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଫୋନ କଲି । ଆଶ୍ଚର୍ଯ୍ୟର କଥା ସେ ଜଣେ ମୁଖ୍ୟମନ୍ତ୍ରୀ ଆଉ ନବୀନ ନିବାସରେ ସେ ଟେଲିଫୋନ ଧରିଲେ ମୁଁ ତାଙ୍କୁ ବହେ ଶୋଧିଲି ମୁଁ ଭାବିଲି ଟେଲିଫୋନ ଏପଟେ ତ ମୁଁ ଅଛି ସେ ଜାଣି ପାରୁ ନାହାନ୍ତି । ମୁଁ ତାଙ୍କୁ ଶୋଧିଲି କହିଲି କି ମୁଖ୍ୟମନ୍ତ୍ରୀ ହେଇଛନ୍ତି ଆପଣ ଯେଉଁଠି ଆପଣଙ୍କ ଓଡିଶାର ଲୋକଙ୍କ ପାଇଁ ଆପଣ ଏତେ ଚିନ୍ତା କରୁଛନ୍ତି ହେଲେ ଗରିବ ଲୋକ ଗୁଡାକ ଖାଇବାକୁ ପାଉ ନାହାନ୍ତି ।

ଇଣ୍ଡଷ୍ଟ୍ରିର ଲୋକ ମାନେ ବହୁତ ସମସ୍ୟାରେ ଅଛନ୍ତି । ଏହା ଶୁଣି ସେ ମୋତେ ଭୁବନେଶ୍ବର ଡାକିଲେ ଆଉ ଅଢେଇ ଘଣ୍ଟା ସମୟ ଦେଇଥିଲେ ଯେ ତୁ କଣ ସବୁ ସମସ୍ୟା ଅନୁଭବ କରୁଛୁ ମତେ କହ । ଆଉ ସେ ଅଢେଇ ଘଣ୍ଟା ପର୍ଯ୍ୟନ୍ତ ମୋର ସମସ୍ତ ସମସ୍ୟା ଶୁଣିଲେ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *