ଦିନରେ ଭଜନ ଓ ରାତିରେ ଅଶଳୀଳ ସିନେମା । ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତ୍ତମ ନିର୍ଦ୍ଦେଶକ ବାବୁ ନିରଞ୍ଜନ ସେଠି ଅଶଳୀଳ ସିନେମାରେ ହିରୋ ଭୂମିକାରେ ଅଭିନୟ କରୁଥିବା ଚର୍ଚ୍ଚା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଏହାକୁ କ୍ରାଇମବ୍ରାଞ୍ଚ ତଦନ୍ତ ପରିସର ଭୁକ୍ତ କରିଛି । ଦିନରେ ଭଜନ ଆଲବମ ସୁଟିଙ୍ଗ କରୁଥିବା ବାବୁ ନିରଞ୍ଜନ ରାତିରେ ହୋଟେଲରେ ହେଉଥିବା ଅଶଳୀଳ ସିନେମା ସୁଟିଙ୍ଗରେ ସାମିଲ ହୋଇଛନ୍ତି ।
ଏହି ଘଟଣାକୁ କ୍ରାଇମବ୍ରାଞ୍ଚ ଗୁରୁତ୍ଵର ସହ ଗ୍ରହଣ କରିଛି । କାରଣ ଯେତେବେଳେ ଶର୍ମୀଷ୍ଠା ଗିରଫ ହେଉଛି ସେତିକି ବେଳେ ଶର୍ମୀଷ୍ଠାଙ୍କ ଅଣ୍ଡର ଟେକିଙ୍ଗ ଭିଡିଓ ସାମ୍ନାକୁ ଆସୁଛି । ଏହା ସହ ବାବୁ ନିରଞ୍ଜନ ସେଠିଙ୍କ ସମୁଦ୍ର କୁଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି ଭିଡିଓରେ ବାବୁ ନିରଞ୍ଜନ ସାଧାସିଧା ପୋଷାକରେ ଭଜନ କରୁଥିବାର ନଜର ଆସୁଛନ୍ତି । ଆଉ ଏହି ଦୁଇ ଭିଡିଓକୁ ଯିଏ ବି ଦେଖିବ ଶର୍ମୀଷ୍ଠା ଓ ନିରଞ୍ଜନ ହତୟଆ କରିଥିବା କଥା କେହି ବି ବିଶ୍ଵାସ କରିବେ ନାହିଁ ।
ତେବେ ଏଠି ପ୍ରଶ୍ନ ଉଠୁଛି ଏତେ ଦିନ ଯାଏଁ ସାମ୍ନାକୁ ଆସିପାରୁ ନଥିବା ଏହି ଭିଡିଓକୁ କିଏ କରୁଛି ଭାଇରାଲ । ଏହାକୁ ଭାଇରାଲ କରି ଅପରାଧୀକୁ ବଞ୍ଚାଇବା ପାଇଁ ଉଦ୍ୟମ କରାଯାଉ ନାହିଁ ତ । କାରଣ ଏ କଥା ଆମେ ଏଥିପାଇଁ କହୁଛୁ ଯେଉଁ ଆପତ୍ତି ଜନକ ଅଶଳୀଳ ଭିଡିଓ ରେକର୍ଡିଙ୍ଗ କରାଯାଉଥିବା ମେମୋରୀ ଚିପ୍ ପାଇଁ ମାନସକୁ ହତୟଆ କରାଯାଇଥିବା ଅଭିଯୋଗ ହେଇ ଆସୁଥିଲା ସେହି ଭିଡିଓରେ କିନ୍ତୁ ବାବୁ ନିରଞ୍ଜନଙ୍କର ଭାବ ଆଉ ନିର୍ମଳ ଚେହେରାର ଛବି ସାମ୍ନାକୁ ଆସୁଛି ।
ଏହା ସମସ୍ତଙ୍କ ସନ୍ଦେହକୁ ଆହୁରି ଦୃଢୀଭୁକ୍ତ କରୁଛି ଯେ ଦିନରେ ଭଜନ ସୁଟିଙ୍ଗ ହେଉଥିଲା ଆଉ ରାତିରେ ଅଶଳୀଳ ଭିଡିଓ ହିଁ ସୁଟିଙ୍ଗ କରାଯାଉଥିଲା । ତେବେ ସବୁଠାରୁ ବଡ କଥା ହେଉଛି ଯେଉଁ ଭିଡିଓ ଏବେ ଭାଇରାଲ ହେଉଛି ସେ ଭିଡିଓରେ ଏମିତି କିଛି ନାହିଁ ଯେଉଁଥି ପାଇଁ ମାନସଙ୍କୁ ମୃତ୍ୟୁ ଦଣ୍ଡ ମିଳିବ ।
ଅନ୍ୟ ପକ୍ଷରେ କ୍ରାଇମବ୍ରାଞ୍ଚ ଟିମ ଶର୍ମୀଷ୍ଠାଙ୍କ ଅଫିସରୁ ମେମୋରୀ ଚିପ୍ ଜବତ କରି ଅଶଳୀଳ ସିନେମା କାରବାର ଘଟଣାକୁ ଅନୁଧ୍ୟାନ ଚଳାଇଛି । ପୁରୀରେ ବାବୁ ନିରଞ୍ଜନଙ୍କ ସୁଟିଙ୍ଗ ହୋଇଥିବା ସମସ୍ତ ଭିଡିଓକୁ କ୍ରାଇମବ୍ରାଞ୍ଚ ଜବତ କରି ତଦନ୍ତ ଚଳାଇଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।