ଡିନର ପାର୍ଟିରେ ବୋହୂଙ୍କୁ ଟପିଲେ Nita Ambani! କ’ଣ କଲେ ଜାଣନ୍ତୁ…?

ଦେଶର ସବୁଠାରୁ ଧନୀ ବିଜିନେସ୍ ମ୍ୟାନ ହେଉଛନ୍ତି ମୁକେଶ ଅମ୍ବାନୀ । ମୁକେଶ ଅମ୍ବାନୀଙ୍କର ପୁଅ ଅନନ୍ତ ଅମ୍ବାନୀ ବିଜିନେସ୍ ମ୍ୟାନ ବିରେନ ମରଚାଣ୍ଟଙ୍କ ଝିଅ ରାଧିକା ମରଚାଣ୍ଟଙ୍କୁ ବିବାହ କରିବାକୁ ଯାଉଛନ୍ତି । ତେବେ ବିବାହ ପୂର୍ବରୁ ତାଙ୍କର ପ୍ରି ୱେଡିଙ୍ଗ ବହୁତ ଚର୍ଚାରେ ରହିଛି । ପ୍ରି-ୱେଡିଙ୍ଗ ପାର୍ଟିରେ ଅମ୍ବାନୀ ଫାମିଲି ଜାମନଗର ଠାରେ ରିଲାଏନ୍ସ କମ୍ପାନୀର କର୍ମଚାରୀଙ୍କ ପାଇଁ ଏକ ଡିନର ପାର୍ଟିର ଆୟୋଜନ କରିଥିଲେ । ଯେଉଁଠାରେ ପୁରା ଅମ୍ବାନୀ ପରିବାର ସାମିଲ ହୋଇଥିଲେ ।

ଏହି ପ୍ରି ୱେଡିଙ୍ଗ ପାର୍ଟିରେ ଅମ୍ବାନୀ ପରିବାରର ସମସ୍ତେ ଦାମୀ ଦାମୀ ଡ୍ରେସ ସହ କଷ୍ଟଲି ଗହଣା ପିନ୍ଧିଥିବାର ନଜର ଆସିଥିଲେ । ତେବେ ଏହାରି ଭିତରେ ସବୁଠାରୁ ଅଧିକ ଚର୍ଚାରେ ଆସିଥିଲେ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ । କାରଣ ତାଙ୍କର ଲୁକ୍ ସମସ୍ତଙ୍କର ମନ କିଣି ନେଇଥିଲା । ଏହି ପାର୍ଟିରେ ନେତା ଅମ୍ବାନୀ ଏକ ଲାଲ ରଙ୍ଗର ଶାଢୀ ପିନ୍ଧିଥିବାର ନଜର ଆସିଥିଲେ । ତାଙ୍କ କାନିରେ ଗୋଲ୍ଡ, ସିଲଭର ଡିଜାଇନର କାମ ମଧ୍ୟ ରହିଥିଲା ।

ଯାହାକି ନୀତାଙ୍କ ଲୁକ୍ ରେ ଚାରଚାନ୍ଦ ଲଗାଇ ଦେଇଥିଲା । ନୀତା ପାର୍ଟିରେ କାଞ୍ଚିପୂରମ ଶାଢୀ ପିନ୍ଧିଥିବାର ନଜର ଆସିଛନ୍ତି । ନୀତା ଅମ୍ବାନୀ ଗହଣା ମାମଲାରେ ବହୁତ ଚଏସ କରି ଭଲ ଭଲ ଡିଜାଇନର ଗହଣା ପିନ୍ଧିଥାନ୍ତି ବୋଲି ସେ ଆଗରୁ ସବୁବେଳେ ଚର୍ଚାରେ ରହିଆସିଛନ୍ତି । ସେ ନିଜର ଲୁକ୍ କୁ ସବୁବେଳେ ସୁନ୍ଦର ଆଉ ପରଫେକ୍ଟ କରିବା ପାଇଁ ଆଗରେ ରହିଥାନ୍ତି ।  ଏକ ବଡ ରାଣୀହାର ପିନ୍ଧିଥିଲେ ।

ଏଥିସହ ମ୍ୟାଚିଙ୍ଗ କରି ହୀରାର 2 ଟି ସୁନ୍ଦର ସୁନ୍ଦର ଝୁମୁକା, ଚୁଡି ଆଦି ମଧ୍ୟ ପିନ୍ଧିଥିଲେ । ଯାହାକି ତାଙ୍କ ଲୁକ୍ କୁ ଆହୁରୁ ଅଧିକ ସୁନ୍ଦର କରିଦେଉଥିଲା । ତେବେ ନୀତା ଅମ୍ବାନୀଙ୍କର ଏହି ଲୁକ୍ ଦେଖିଲା ପରେ ସବୁଆଡେ ଏବେ ଚର୍ଚା ହେବାରେ ଲାଗିଛି । ସାନ ବୋହୁ ରାଧିକା ମର୍ଚାନ୍ଟଙ୍କ ଠାରୁ ତାଙ୍କ ଶାଶୁ ନୀତା ଅମ୍ବାନୀ ସାଜସଜାରେ ଟପିଯାଇଛନ୍ତି । ଅମ୍ବାନୀ ପରିବାରର ସବୁ ମହିଳା ମାନଙ୍କ ପାର୍ଟି ଲୁକରେ ନୀତା ଅମ୍ବାନୀଙ୍କ ପାର୍ଟି ଲୁକ ଖୁବ ଅଧିକ ସୁନ୍ଦର ଥିଲା । ଯାହାକି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ସବୁଆଡେ ଚର୍ଚା ହେବାରେ ଲାଗିଛି । ଏହିଭଳି ଅପଡେଟ ପାଇବା ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *