ଗ୍ୟାସ୍‌ ରୋଗୀ, କ’ଣ ଖାଇବେ ଓ କ’ଣ ନାହିଁ ? Sushree Tapaswini Das

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଅଶୃଙ୍ଖଳିତ ଜୀଵନ ଯୋଗୁଁ ପ୍ରାୟତଃ ବ୍ୟକ୍ତି ଙ୍କୁ ଗ୍ୟାସ , ବଦହଜମି ଓ ଏସିଡିଟି ଭଳି ସମସ୍ୟା ରହିଥାଏ । ଏହି ସମସ୍ୟା ଦ୍ଵାରା ବହୁତ କଷ୍ଟ ମଧ୍ୟ ଅନୁଭୂତ ହୋଇଥାଏ । ଏହି ସମସ୍ୟା ଦେଖାଯିବା ଦ୍ଵାରା ଆପଣ ବିଭିନ୍ନ ପ୍ରକାର ମାର୍କେଟ ରେ ମିଳୁଥିବା ପ୍ରଡକ୍ଟ ବ୍ୟବହାର ମଧ୍ୟ କରିଥାନ୍ତି । କିନ୍ତୁ ବନ୍ଧୁଗଣ ତାହା କେବଳ ସେହି ସମୟ ପାଇଁ ହିଁ ଗ୍ୟାସ ରୁ ମୁକ୍ତି ଦେଇଥାଏ । କିନ୍ତୁ ଏହି ସମସ୍ୟା ଜୀବନ ସାରା ରହିଯାଇଥାଏ ।

ତେବେ ଗ୍ୟାସ ଆମର ତିନି ପ୍ରକାର ର ଅସୁବିଧା କରି ପାରେ ପ୍ରଥମରେ ମୁହଁରୁ ଅଧିକ ଗ୍ୟାସ ବାହାରିବା ଦ୍ଵିତୀୟ ରେ ପେଟ ଫୁଲିଯିବା ଏବଂ ତୃତୀୟ ରେ ମଳ ଦ୍ୱାର ପାଖରୁ ଅଧିକ ଗ୍ୟାସ ଯିବା । ଏହି ସବୁ ଏକ ସାଧାରଣ ପ୍ରକ୍ରିୟା ସେଥିପ୍ରତି ଅଧିକ ଚିନ୍ତା କରିବା କିମ୍ବା ଡରିବା ଆବଶ୍ୟକ ନୁହେଁ । ତେବେ ଗ୍ୟାସ ହେବାର ଲକ୍ଷଣ ବିଷୟରେ ଚର୍ଚ୍ଚା କଲେ ଜାଣିବା କି ଯଦି ଗ୍ୟାସ ହୁଏ ତେବେ ଆମ ଛାତି ବିନ୍ଧିବା, ମୁହଁ ଖଟା ରହିବା,ବେଳେବେଳେ ଅଧିକ କାଶ ହେବା, ତାଛଡା ଏହି କାରଣ ଯୋଗୁଁ ରାତିରେ ଭଲ ନିଦ ମଧ୍ୟ ହୁଏ ନାହିଁ ।

ଏହି ସବୁ ଗ୍ୟାସ ର ଲକ୍ଷଣ ଥାଏ । ଆମର ଅଧିକ ଗ୍ୟାସ କିମ୍ବା ଏସିଡିଟ ହେବାର ମୁଖ୍ୟ କାରଣ ହେଉଛି ଆମର ଭୁଲ ଜୀବନ ଶୈଳୀ । ଆମର ଖାଦ୍ୟ । ଆମେ ସର୍ଵଦା ପାଟି ସ୍ୱାଦ ପାଇଁ ବାହାର ଖାଦ୍ୟ ତେଲ ମସଲା ଜାତୀୟ ଖାଦ୍ୟ ଖାଉ ଏବଂ ଏହା ଠିକ ଭାବରେ ପାଚନ ନ ହୋଇ ପାରି ଗ୍ୟାସ ହୋଇ ଥାଏ । ଅଧିକ ଗ୍ୟାସ ହେବା ଯୋଗୁଁ ଧୀରେ ଧୀରେ ତାହା ଆସ୍ଥମା ଆଡ଼କୁ ମଧ୍ୟ ଗତି କରେ ।

ଯାହା କି ଆମ ପାଇଁ ଅନେକ ସମସ୍ୟା ଆଣି ଥାଏ । ନିଜ ଗ୍ୟାସ ସମସ୍ୟା କୁ ଠିକ କରିବା ପାଇଁ ହେଲେ ପ୍ରଥମେ ଆମକୁ ଆମର ଜୀଵନ ଶୈଳୀ କୁ ସୁଧାରିବାକୁ ପଡିବ  । ତେବେ ସେଥିପାଇଁ ଆପଣ ବ୍ରେକ ଫାଷ୍ଟ ଠିକ କରନ୍ତୁ ଯେପରି ଇଟଲି, କିମ୍ବା କୌଣସି ରୁଟି,ଚକୁଳି ଆଦି ଏବଂ ଖରାବେଳେ ଆପଣ ହେବି ଖାଦ୍ୟ ଖାଆନ୍ତୁ ଯେପରି ଭାତ,ଡାଲି ଏବଂ ଯେକୌଣସି ତରକାରୀ ତାଛଡା ଆପଣ ସ୍ନାକ୍ସ ରେ ଆପଣ ହାଲକା କିଛି ଖାଆନ୍ତୁ ଯେପରି ଚୁଡା କିମ୍ବା ଫଳ ଆଦି ଏବଂ ଶେଷ ରେ ଆପଣ ରାତି ଖାଇବା ରେ ଆପଣ ସମ୍ପୂର୍ଣ୍ଣ ହାଲକା ଖାଦ୍ୟ ଖାଆନ୍ତୁ ।


ତେବେ ଆପଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପାଣି ପିଇବାର ଅଭ୍ୟାସ କରନ୍ତୁ ଏବଂ ସକାଳୁ ଉଠି ବାସୀ ମୁହଁ ରେ ପାଣି ପିଇବା ଦ୍ୱାରା ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ ଏବଂ ଏହା ଦ୍ୱାରା ଗ୍ୟାସ ମଧ୍ୟ ହୁଏ ନାହିଁ । ତେବେ ଏହା ସହିତ ଆପଣ ଯୋଗ ବ୍ୟାୟାମ ମଧ୍ୟ କରନ୍ତୁ ଏବଂ ତେଲ ମସଲା,କିମ୍ବା ରାତିରେ ଭୁଲ ରେ ବି ଚଣା, ବୁଟ, ଆଦି ଖାଆନ୍ତୁ ନାହିଁ କେବଳ ସନ୍ତୁଳା ସେବନ କରନ୍ତୁ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *