ଦିଦିଙ୍କୁ ଲାଗିଲା ଝଟକା ! ଜାଣନ୍ତୁ କଣ ଅଟେ ପୁରା ମାମଲା…

ଏବେ ମମତାଙ୍କ ମେଣ୍ଟରେ ଅନେକ ଫାଟ ଆସି ଯାଇଛି । କାହିଁକି ଏକାଠି ହୋଇପାରୁ ନାହାନ୍ତି ସବୁ ବିରୋଧୀ ଦଳ । ମୁଖ୍ୟମନ୍ତ୍ରୀ ମାନୁ ନାହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ । ବିଜେପିକୁ ସୁହାଇବ ବିରୋଧୀ କନ୍ଦଳ । ପଶ୍ଚିମବଙ୍କ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଜେପି ବିରୋଧୀ ମୋର୍ଚ୍ଚାରେ ଫାଟ ଜଳଜଳ ହୋଇ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧ କରିବା ପାଇଁ ଏକାଠି ହୋଇପାରୁ ନାହିଁ ବିରୋଧୀ ଏକତା ।

ବୁଧବାର ବିରୋଧୀ ଦଳମାନଙ୍କ ଏକ ମିଳିତ ରାଷ୍ଟ୍ରପତି ପ୍ରାର୍ଥୀ ଦେବା ଲାଗି ମମତା ନୂଆଁଦିଲ୍ଲୀରେ ବୈଠକ ଡାକିଥିଲେ । ଏଥିପାଇଁ ସେ ସବୁ ବିରୋଧୀ ଦଳର ନେତାଙ୍କ ସହିତ କଥା ହୋଇଥିଲେ । ମାତ୍ର ଏଥିରେ ବିଜେଡି, ଟିଆରଏସ, ଅକାଳି ଦଳ ସମେତ ଆମଆଦମୀ ପାର୍ଟି ସାମିଲ ହୋଇନାହିଁ । କଂଗ୍ରେସ ସାହ ଏକାଠି ବସିବା ପାଇଁ ଟିଆରଏସ ମନା କରିଦେଇଥିବା ବେଳେ ଏନଡିଏ କୃଷି ବିଲକୁ ବିରୋଧ କରି ଅକାଳୀ ଦଳ ବିଜେପି ପ୍ରତି ପୂର୍ବ ଅନୁରାଗ ବଜାଇ ରହିଛି ।

ପଞ୍ଜାବ ଜିତିବା ପରେ ଆମ ଆଦାମି ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିବାଲଙ୍କ ଭିନ୍ନ ମହତ୍ଵ ଆକାଂକ୍ଷା ରହିଥିବା ଚର୍ଚ୍ଚା ହେଉଛି । ସେଥିପାଇଁ ମମତା ଦିଦିଙ୍କ ନିମନ୍ତ୍ରଣକୁ ପ୍ରତ୍ୟାଖାନ କରିଦେଲେ । ବିଜେଡି କଥା ତ ସମସ୍ତେ ଜାଣି ଛନ୍ତି । କେବଳ କଥାରେ ବିଜେପି, କଂଗ୍ରେସ ସମଦୁରତ୍ଵ କଥା କହୁଥିବା ନବୀନ ପଟ୍ଟନାୟକ ଅନେକ କଥାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାଥ ଦେଉଛନ୍ତି ।

ମମତା ଦିଦିଙ୍କ ବୈଠକରେ କଂଗ୍ରେସ, ଶିବ ସେନା ଓ ଏନସିପି ସମେତ ଫାରୁକ ଅବଦୁଲାଙ୍କ ନାସନାଲ କନଫ୍ରେନ୍ସ ସାମିଲ ହୋଇଥିଲା । ମାତ୍ର ଏହି ଦଳ ଗୁଡିକ କାହାକୁ ରାଷ୍ଟ୍ରପତି ପାର୍ଥୀ କରିବେ ସେନେଇ ସହମତ ହୋଇପାରି ନାହାନ୍ତି । ଖବର ଅନୁସାରେ ଏହି ନେତା ମାନଙ୍କର ବୈଠକ ପୁଣି ଥରେ ମୁମ୍ବାଇରେ ବସିବ । ସେପଟେ ବିଜେପି ସହମତି ଭିତ୍ତିରେ ରାଷ୍ଟ୍ରପତି ନିର୍ବାଚନ କରିବା ଲାଗି କଥା ବାର୍ତ୍ତା କରିବା ପାଇଁ ଜେପି ନଡା ଏବଂ ରାଜନାଥ ସିଂହଙ୍କୁ ଦାୟିତ୍ଵ ଦେଇଛି ।

ଏମାନେ ସହଯୋଗୀଙ୍କ ସମେତ ବିରୋଧୀ ଦଳ ନେତା ମାନଙ୍କ ସହ କଥା ବାର୍ତ୍ତା କରୁଛନ୍ତି । ଦରକାର ପଡିଲେ ରାଜନାଥ ସୋନିଆ ଗାନ୍ଧୀଙ୍କ ଘରକୁ ଯିବେ ବୋଲି ଖବର ମିଳିଛି । ତେବେ ସେ ଯାହା ବି ହେଉ ନା କାହିଁକି ବିରୋଧୀଙ୍କ ଫାଟ ବିଜେପିକୁ ସୁହାଇଛି । 2024 ପାଇଁ ପ୍ରଧାନମନ୍ତ୍ରୀଙ୍କ ବିକଳ୍ପ ମମତା ବାନାର୍ଜୀ ହେବେ ବୋଲି କୁହା ଯାଉଥିଲା ମାତ୍ର ନେତ୍ରୀ ହିସାବରେ ତାଙ୍କୁ ଅନ୍ୟ ମୁଖ୍ୟମନ୍ତ୍ରୀ ଗ୍ରହଣ କରିପାରୁ ନାହାନ୍ତି । ଦିଲ୍ଲୀ ବୈଠକ ଏହି କଥାକୁ ପ୍ରମାଣ କରିଛି ।

Leave a Reply

Your email address will not be published. Required fields are marked *